ପଟ୍ଟାମୁଣ୍ଡାଇ ବିଶ୍ୱଶାନ୍ତି ମହାଯଜ୍ଞ ଶୁଭାରମ୍ଭ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଅନ୍ୟତମ ଗଣପର୍ବ ତଥା ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା କରାଯାଇ ପବିତ୍ର ବ୍ରାହ୍ମଣୀ ନଦୀରୁ ଶୁଦ୍ଧ ଜଳ ଅଣାଯାଇ ଯଜ୍ଞ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି । ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନି ଓ ହୋମ ଯଜ୍ଞ ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଛି ଓ ମହାଯଜ୍ଞ ପାଇଁ ଆୟୋଜିତ କଳସ ଶୋଭାଯାତ୍ରାରେ ବଣିକ ସଂଘ ସଭାପତି ଗୋପୀନାଥ କର,ଉପସଭାପତି ମୋହନ ଦାସ (ନମି ), ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ଉପଦେଷ୍ଟା କିରଣ ଭୂୟାଁ, ସୁଦର୍ଶନ ଦାସ, ଅଚ୍ୟୁତ ଜେନା, ହରିହର ସାହୁ,କିଶୋର ଜେନା(ବାଇନ), ସମ୍ବିତ ଦାସ, ଅଜୟ ପାଢ଼ୀ ପ୍ରମୁଖ ବହୁ ସଦସ୍ୟ ସାମିଲ ହୋଇଥିଲେ । ବିଶ୍ୱଶାନ୍ତି ମହାଯଜ୍ଞକୁ ସଫଳ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହି ଯଜ୍ଞକୁ ସରସ ସୁନ୍ଦର କରିବା ପାଇଁ ମିନା ବଜାର, ରାମ ଦୋଳି, ଚିଡ଼ିଆ ଖାନା ଆଦି ମନୋରଞ୍ଜନକାରୀ ସଂସ୍ଥା ଯୋଗ ଦେଇଛନ୍ତି । ଏହି ବିଶ୍ୱ ଶାନ୍ତି ମହାଯଜ୍ଞ ଆସନ୍ତା ୧୬ ତାରିଖରେ ଆରମ୍ଭ ହୋଇ ୨୫ ତାରିଖରେ ପୂର୍ଣ୍ଣାହୁତି ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ବହୁ ସଂଖ୍ୟାରେ ଯୋଗ ଦେଇ ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସଫଳ କରିବାକୁ ବଣିକ ସଂଘ ପକ୍ଷରୁ ନିବେଦନ କରାଯାଇଛି ।


Next Post

ପଟ୍ଟମୁଣ୍ଡାଇରେ ପିସିସି ସଭାପତିଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା  , ଅଂଶୁମାନ ଇସ୍ତଫା ଦେବାରେ କଂଗ୍ରେସର ଭୋଟରଙ୍କୁ ଫରକ ପଡିବ ନାହିଁ

Sat Feb 17 , 2024
ଶନିବାର ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଏକ ଦଳିୟ କାର୍ଯ୍ୟକ୍ରମରେ ଚାନ୍ଦବାଲି ଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶତାଧିକ ମହିଳା/ପୁରୁଷ କର୍ମକର୍ତା ଓ ନେତା ପଟ୍ଟାମୁଣ୍ଡାଇ ବିଜୁ ପଟ୍ଟନାୟକ ଛକଠାରେ ତାଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଏକ ବିରାଟ ଶୋଭାଯାତ୍ରରେ ଡ. ଆମ୍ବେଡକର ଛକ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ସେଠାରେ ସେ ଗଣମାଧ୍ୟମକୁ ରାଜନଗରର […]

KANIKA