କେନ୍ଦ୍ରାପଡ଼ା,୨୬ା୨:ସୂଚନା ଅଧିକାର ଆଇନରେ ତଥ୍ୟ ପ୍ରଦାନ କରିବାରେ ଅବହେଳା ଯୋଗୁଁ ଆଜି ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ ଓ ପ୍ରତାପ କୁମାର ମହାନ୍ତି ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ଅନୁଯାୟୀ କେତେକ ତଥ୍ୟ ପ୍ରଦାନ ନିମନ୍ତେ ଯଥାକ୍ରମେ ଗତ ୧୨.୦୮.୨୦୨୩ ଓ ୧୪.୦୯.୨୦୨୩ରିଖରେ ଆବେଦନ କରିଥିଲେ । କିନ୍ତୁ ଉଭୟ ଆବେଦନର ଏକମାସରୁ ଉର୍ଦ୍ଧ୍ୱ ସମୟ ଅତିକ୍ରମ ହୋଇଯିବା ପରେବି ସଂପୃକ୍ତ ଜନ ସୂଚନା ଅଧିକାରୀ ତଥ୍ୟ ପ୍ରଦାନ ନକରିବାରୁ ଆବେଦନକାରୀ ପ୍ରଥମ ଆପିଲେଟ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ । ଏହାପରେ ପ୍ରଥମ ଆପିଲେଟ ଅଥରିଟିଙ୍କ ଦ୍ୱାରା ସେହି ଆବେଦନର ଶୁଣାଣି ନକରାଯାଇ ଆବେଦନକାରୀଙ୍କୁ ୩ମାସ ପରେ ଟଙ୍କା ଜମା କରିବାକୁ ଚିଠି କରାଯାଇଛି । ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଆବେଦନକାରୀ ବାରମ୍ବାର ସାକ୍ଷାତ କରି ନିରାଶ ହେବା ପରେ ଆଜି ସେହି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ଦେଖାଯାଇଛି । ଏହି ଧାରଣାରେ ଆବେଦନକାରୀ ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ, ପ୍ରତାପ କୁମାର ମହାନ୍ତି, ଭାଗୀରଥି ଜେନା ପ୍ରମୁଖ ବସି ରହିଥିବା ଦେଖାଯାଇଛି ।
kanikanews.in
Next Post
ଗ୍ୟାରେଜ ମାଲିକଙ୍କ ଖାମଖିଆଲି ଯୋଗୁଁ ସ୍କୁଟି ପୋଡି ପାଉଁଶ
Tue Feb 27 , 2024
କେନ୍ଦ୍ରାପଡ଼ା,୨୬ା୨: କେନ୍ଦ୍ରାପଡା ସହରର ଜଣେ ଗ୍ୟାରେଜ ମାଲିକଙ୍କ ଖାମଖିଆଲି ଯୋଗୁଁ ଏକ ସ୍କୁଟି ପୋଡି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତର ଖଣ୍ଡିଆବନ୍ଧ ଗ୍ରାମର ଶିକ୍ଷକ ସ୍ୱର୍ଗତ ଉତ୍ସବ ସ୍ୱାଇଁଙ୍କ ପୁତ୍ର ରଣଜିତ କୁମାର ସ୍ୱାଇଁ ତାଙ୍କ ଭଉଣୀଙ୍କ ସ୍କୁଟିର ସାଇଲେନ୍ସରରେ ଏକ ହୋଲ ହୋଇଯାଇଥିବାରୁ ତାକୁ ନେଇ ଓଲଡିଂ କରିବାକୁ କଜଳାର ଜ୍ଞାନପିଠ ପାଖରେ ଥିବା […]

KANIKA
- 2 years ago
ମାନସ ବିକାଶ ମଞ୍ଚ ପକ୍ଷରୁ ସ୍ବେଛାସେବୀ ସମ୍ମାନ ସମାରୋହ
- 9 months ago
ଆହତ କୁକୁରକୁ ଚିକିତ୍ସା କଲେ ଗ୍ରାମବାସୀ
- 1 year ago
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ
- 2 years ago
ପ୍ରକାଶ ପାଇଛି ବିଶ୍ୱକପ-୨୦୨୩ ର କାର୍ଯ୍ୟସୂଚୀ