କେନ୍ଦ୍ରାପଡା ବ୍ଲକ ମିଶନଶକ୍ତି ଅଧିନରେ ଋଣଗ୍ରସ୍ତ ମହିଳାଙ୍କୁ ଋଣର ସୁଧ ଫେରସ୍ତ


କେନ୍ଦ୍ରାପଡ଼ା,୨୭ା୨: କେନ୍ଦ୍ରାପଡା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ମିଶନଶକ୍ତି ଅଧିନରେ ଋଣ ନେଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଋଣର ସୁଧବାବଦ ଅର୍ଥ ସେମାନଙ୍କୁ ଫେରସ୍ତ ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ବିଡିଓ ବନ୍ଦନା ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବିଧାୟକ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଏବଂ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ ଓ ପୈାରାଧ୍ୟକ୍ଷା ସରିତା ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଓ.ଏଲ.ଏମ. ଏବଂ ମିଶନଶକ୍ତିର ବି.ପି.ଏମ. ରବୀନ୍ଦ୍ର ପାଢୀ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୫୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଋଣର ସୁଧ ବାବଦୁ ୨୫ରୁ ୩୫ଲକ୍ଷ କରି ଅର୍ଥ ଚେକ ଆକାରରେ ଫେରସ୍ତ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ୟାଙ୍କର ପ୍ରତିନିଧିମାନଙ୍କ ସହିତ ବି.ଏଲ.ସି. ନରେନ୍ଦ୍ର ନାୟକ, ମିଶନଶକ୍ତି ବି.ପି.ଏଲ କୈଳାସ ବାରିକ, ବି.ପି.ଏ ସୈାରଭ କୁମାର ନାୟକ ଓ ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର କର୍ମକର୍ତ୍ତା ଏବଂ ସଭ୍ୟାମାନେ ଉପସ୍ଥିତ ଥିଲେ ।

 

 


Next Post

ଶିବାନନ୍ଦ ଆଶ୍ରମର ବ୍ରହ୍ମଚାରୀ ନୃସିଂହନାଥଙ୍କ ବୃକ୍ଷରୋପଣ

Tue Feb 27 , 2024
କେନ୍ଦ୍ରାପଡ଼ା,୨୭ା୨:ଚକେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ବ୍ରହ୍ମଚାରୀ ନୃସିଂହନାଥ ଦାସ ଆଶ୍ରମ ପରିସରରେ ଏବଂ ଆଳିଜଙ୍ଗା ରାସ୍ତା କଡରେ ବିଭିନ୍ନ ଫଳ ଓ ଫୁଲ ଗଛର ଚାରା ରୋପଣ କରିଛନ୍ତି । ଆଗକୁ ଆସୁଥିବା ପ୍ରବଳ ଗୀଷ୍ମପ୍ରବାହରେ ପଥଚାରୀମାନେ ସେହିସବୁ ବୃକ୍ଷମୂଳରେ ଆଶ୍ରୟ ନେବା ସହ ଗଛର ଫଳ ଓ ଫୁଲକୁ ବ୍ୟବହାର କରିପାରିବେ ବୋଲି ବ୍ରହ୍ମଚାରୀ ଶ୍ରୀ ଦାସ କହିଛନ୍ତି । ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ […]

KANIKA