ଶିବାନନ୍ଦ ଆଶ୍ରମର ବ୍ରହ୍ମଚାରୀ ନୃସିଂହନାଥଙ୍କ ବୃକ୍ଷରୋପଣ


କେନ୍ଦ୍ରାପଡ଼ା,୨୭ା୨:ଚକେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମର ବ୍ରହ୍ମଚାରୀ ନୃସିଂହନାଥ ଦାସ ଆଶ୍ରମ ପରିସରରେ ଏବଂ ଆଳିଜଙ୍ଗା ରାସ୍ତା କଡରେ ବିଭିନ୍ନ ଫଳ ଓ ଫୁଲ ଗଛର ଚାରା ରୋପଣ କରିଛନ୍ତି । ଆଗକୁ ଆସୁଥିବା ପ୍ରବଳ ଗୀଷ୍ମପ୍ରବାହରେ ପଥଚାରୀମାନେ ସେହିସବୁ ବୃକ୍ଷମୂଳରେ ଆଶ୍ରୟ ନେବା ସହ ଗଛର ଫଳ ଓ ଫୁଲକୁ ବ୍ୟବହାର କରିପାରିବେ ବୋଲି ବ୍ରହ୍ମଚାରୀ ଶ୍ରୀ ଦାସ କହିଛନ୍ତି । ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଠାରୁ ପ୍ରେରଣା ପାଇ ଏଭଳି ମହତ କାର୍ଯ୍ୟ କରୁଥିବା ଶ୍ରୀ ଦାସ କହିଛନ୍ତି । ବିଭିନ୍ନ ସମୟରେ ଏଭଳି ସାମାଜିକ କାର୍ଯ୍ୟ ନିମନ୍ତେ ଆଗେଇ ଆସିବାକୁ ଶ୍ରୀ ଦାସ ଲୋକମାନଙ୍କୁ କହିଛନ୍ତି ।

 

 


Next Post

 ଇନ୍ଦୁପୁରରେ ଲୋକକଳା ମହୋତ୍ସବ

Tue Feb 27 , 2024
କେନ୍ଦ୍ରାପଡ଼ା,୨୭ା୨: ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ସାମାଜିକ ଅନୁଷ୍ଠାନ ମହାବୀର ସାଂସ୍କୃତିକ ସଂଗଠନ ଆନୁକୂଲ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଓଡ଼ିଶାରୁ ବିଲୁପ୍ତ ହେବାକୁ ବସିଥିବା ଲୋକସଙ୍ଗୀତ, ଲୋକନୃତ୍ୟ ଓ ଲୋକବାଦ୍ୟର ପୁନରୁଦ୍ଧାର କରିବା ଲକ୍ଷ୍ୟରେ ଏକ ଲୋକକଳା ମହୋତ୍ସବ ଦୁଇଦିନ ଧରି ଇନ୍ଦୁପୁରଠାରେ ଅନୁଷ୍ଠିତ ହୋଇଯାଇଚି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର ଏକମାତ୍ର ଲୋକକଳା ସୁତାକଣ୍ଡେଇ ନୃତ୍ୟକୁ ବଞ୍ଚାଇ ରଖିଥିବା […]

KANIKA