ଶିକ୍ଷୟିତ୍ରୀ କାକୁଲି ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର


କେନ୍ଦ୍ରାପଡ଼ା,୨୮ା୨: ଶିକ୍ଷୟିତ୍ରୀ କାକୁଲି ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ବିରସ୍ୱତୀ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କାକୁଲି ମଲ୍ଲିକ କେନ୍ଦ୍ରାପଡା ବ୍ଲକ ଅଞ୍ଚଳର ସର୍ବୋତ୍ତମ ଆଦର୍ଶ ପ୍ରାଥମିକ ଶିକ୍ଷକ ଭାବେ ଏହି ପୁରସ୍କାର ପାଇଛନ୍ତି । ଏହି ଅବସରରେ ଗତ ରବିବାର କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଖେଳପଡିଆରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମାବେଶରେ ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଏହି ଉପଲକ୍ଷେ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ ମୁଖ୍ୟ ଅତିଥି ଓ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପିତାମ୍ବର ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକ ଛାତ୍ରଛାତ୍ରୀଙ୍କ ପାଇଁ ଅକ୍ଳାନ୍ତ ପରିଶ୍ରମ, କତ୍ତବ୍ୟ ବୋଧ, ନିଷ୍ଠାପର ଉଦ୍ୟମ ଓ ଛାତ୍ରଛାତ୍ରୀଙ୍କୁ ଭଲପାଇବା ହିଁ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି । ଶିକ୍ଷୟିତ୍ରୀ ଶ୍ରୀମତୀ ମଲ୍ଲିକ ଏଥି ପୂର୍ବରୁ ଉତ୍କଳ ଦିବସରେ ଜିଲ୍ଲାର କୃତି ଶିକ୍ଷୟିତ୍ରୀ ସମ୍ମାନ ସହ ଜିଲ୍ଲା ପୁରସ୍କାର ଭଳି ବହୁ ସମ୍ମାନ ଲାଭ କରିଛନ୍ତି । ଜଣେ ଖ୍ୟାତନାମା କବି ଓ ରିସୋର୍ସ ପର୍ସନ ଭାବରେ ଏକ ସ୍ୱତନ୍ତ୍ର ପରିଚିତ୍ ହାସଲ କରିଥିବା ଶ୍ରୀମତୀ ମଲ୍ଲିକ କୃତି ଶିକ୍ଷୟତ୍ରୀ ସମ୍ମାନ ମଧ୍ୟ ପାଇଛନ୍ତି । ଏଭଳିି ସଫଳତା ପାଇଁ ସହକର୍ମୀ, ମଣ୍ଡଳ ଶିକ୍ଷା ଅଧିକାରୀ, ବିଦ୍ୟାଳୟ ପରିଚାଳନା କମିଟିି, ଛାତ୍ରଛାତ୍ରୀ, ସ୍ୱାମୀ ମନୋରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ବର୍ଗର ଲୋକମାନେ ତାଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀମତୀ ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ସହ ସମ୍ପାଦିକା ଓ ‘ଧୂଳିଘର’ ଶିଶୁ ପତ୍ରିକାର ସମ୍ପାଦିକା ରହିଥିବା ବେଳେ ୩ଖଣ୍ଡ କବିତା ପୁସ୍ତକ ରଚନା କରି ବେଶ ଚର୍ଚ୍ଚିତ ହୋଇପଡିଛନ୍ତି ।


Next Post

ପେନ୍‌ସନ ଧାରୀମାନଙ୍କର ବାର୍ଷିକ ସମ୍ମିଳନୀ

Wed Feb 28 , 2024
କେନ୍ଦ୍ରାପଡା, ୨୮/୨: କେନ୍ଦ୍ରାପଡାର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ୪୧ତମ ବାର୍ଷିକ ସମ୍ମିଳନୀ ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ ଚଣ୍ଡିଆ ପ୍ୟାଲେସ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ପିତାମ୍ବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ଜିଲ୍ଲା କୋଷାଗାର ଅଧିକାରୀ ପ୍ରମୋଦ କୁମାର ରାଉତ ମୁଖ୍ୟଅତିଥି, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କେନ୍ଦ୍ରାପଡା ମୁଖ୍ୟ ପ୍ରବନ୍ଧକ ରମାକାନ୍ତ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସୁବାଷ ଚନ୍ଦ୍ର ପାତ୍ର […]

You May Like