ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀର ଛାତ୍ର ରାକେଶ , ଜାତୀୟ ରିଅଲିଟି ସୋ’ରେ ପ୍ରଥମ ରନର୍ସ-ଅଫ ଟ୍ରଫି ହାତେଇଲେ


ଷ୍ଟାର ପ୍ଲସ ଟିଭି ଚ୍ୟାନେଲ ଓ ହଟ ଷ୍ଟାରରେ ହେଉଥିବା ଜାତୀୟ ସ୍ତରରେ ଡ୍ୟାନ୍ସ ରିଅଲିଟି ଶୋ ‘ଡ୍ୟାନ୍ସ ପ୍ଲସ-ପ୍ରୋରେ ଭାଗ ନେଇ କମାଲ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସୁନାମଧନ୍ୟ ଅଗ୍ରଣୀ ଡ୍ୟାନ୍ସ ସ୍କୁଲ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀ ଛାତ୍ର ରାକେଶ ସାହୁ । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡିଶା ରାଜ୍ୟର ଏକମାତ୍ର ପ୍ରତିଯୋଗୀ ଭାବେ ବିଭିନ୍ନ ରାଜ୍ୟର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପରାସ୍ତକରି ସମଗ୍ର ଓଡିଶା ରାଜ୍ୟ ଗୌରବାନ୍ୱିତ କରିଛନ୍ତି ।

ଡ୍ୟାନ୍ସ ରିୟଲିଟି ଶୋ ‘ଡ୍ୟାନ୍ସ ପ୍ଲସ-ପ୍ରୋର ଆଜି ଅର୍ଥାତ୍ ଗୁରୁବାର ଏହି ଶୋ’ର ଫାଇନାଲ୍ ରାଉଣ୍ଡ ଥିଲା । ଏଥିରେ ରାକେଶ ଶୋ’ର ପ୍ରଥମ ରନର୍ସ ଅଫ ବିଜେତା ହୋଇଛନ୍ତି । ପ୍ରାୟ ତିନି ମାସ ଧରି ଚାଲିଥିବା ଏହି ଶୋ’ର ଗ୍ରାଣ୍ଡ ଫାଇନାଲରେ ମୁଖ୍ୟ ବିଚାରକ ରେମୋ ଡିସୋଜା ରାକେଶ ଙ୍କୁ ପ୍ରଥମ ରନର୍ସ ଅଫ ଭାବେ ଘୋଷଣା କରିଥିଲେ । ୧୩ ସପ୍ତାହ ଧରି କଠିନ ପରିଶ୍ରମ କରି ଅନେକ ପ୍ରତିଯୋଗୀଙ୍କୁ ଟକ୍କର ଦେଇଥିଲେ । ରାକେଶଙ୍କୁ ପୁରସ୍କାର ରୂପରେ ଟ୍ରଫି ସହ ୫ଲକ୍ଷ ଟଙ୍କାର ଚେକ୍ ପାଇଛନ୍ତି । ଜଜ୍ ଡିସୋଜା ସହ ଗିତା କପୁର ଏବଂ ଟେରେସ୍ନ ଲୁଇସ୍‌ ଗେଷ୍ଟ ହିସାବେ ଯୋଗ ଦେଇ ରାକେଶଙ୍କ ନୃତ୍ୟର କମାଲ ଦେଖି ସ୍ତବ୍ଧ ହୋଇ ତାଙ୍କୁ ପ୍ରଥମ ରନର୍ସ ଅଫ୍ ବିଜେତା ଘୋଷଣା କରିଥିଲେ । ମଂଚରେ ଧର୍ମେଶ ୟାଲେଣ୍ଡ, ପୁନିତ୍ ଜେ ପାଠକ, ଶକ୍ତି ମୋହନ, ରାହୁଲ ସେଠି ଉପସ୍ଥିତ ଥିବା ବେଳେ ଶୁସାନ୍ତ ଖତ୍ରୀ, ତୁଷାର ସେଠୀ ଶୋ ପରିଚାଳନା କରିଥିଲେ ।

କେନ୍ଦ୍ରାପଡ଼ା ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ଜାତୀୟ ସ୍ତରରେ ଡ୍ୟାନ୍ସ ପ୍ରତିଯୋଗିତାରେ କମାଲ କରିଥିବା ରାଜେଶ ସାହୁ ସାନଜରିଆ ଭଳି ନିପଟ ମଫସଲ ଗାଁରୁ ଆସି ସଫଳତା ସାଉଁଟିବା ଏକ ବ୍ୟତିକ୍ରମ ଓ ବିରଳ ଘଟଣା । ପିତା ସର୍ବେଶ୍ୱର ସାହୁ ଓ ମାତା ଅମିତା ସାହୁଙ୍କ ସୁଯୋଗ୍ୟ ସନ୍ତାନ ଭାବେ ଓଡିଶା ପାଇଁ ଗୌରବ ଆଣିଥିବା ରାକେଶ ବିଗତ ୪ବର୍ଷ ହେବ ଫିଟ ଅଫ ଡ୍ୟାନ୍ସ ଏକାଡେମୀରେ ନୃତ୍ୟ ଶିକ୍ଷା ଲାଭ କରି ବହୁ ଜାତୀୟ ଓ ରାଜ୍ୟ ସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ଏଥି ପାଇଁ ଫିଟ ଅଫ ଫାୟାର ଡ୍ୟାନ୍ସ ଏକାଡେମୀ ଗୁରୁ ପ୍ରଶାନ୍ତ ପାତ୍ର, ସଭାପତି କୁଞ୍ଜ ବିହାରୀ ତ୍ରିପାଠୀ, ସମ୍ପାଦକ ପ୍ରଦ୍ୟୁମ୍ନ ଗିରିଙ୍କ ସମେତ ରାଜ୍ୟ ଜିଲ୍ଲା ଓ ସ୍ଥାନୀୟ ଅଂଚଳର ବିଭିନ୍ନ ମହଲରୁ ରାକେଶଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ ସହ ଆଶୀର୍ବାଦ ପ୍ରଦାନ କରାଯାଇଛି ।


Next Post

କେନ୍ଦ୍ରାପଡା ସହରବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Thu Feb 29 , 2024
କେନ୍ଦ୍ରାପଡ଼ା,୨୯ା୨: କେନ୍ଦ୍ରାପଡା ପୈାରସଂସ୍ଥା ଅନ୍ତର୍ଗତ ୫ଟି ୱାର୍ଡର ଅଧିବାସୀଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସୁଦ୍ଧ ପାନୀୟ ଜଳ ପ୍ରକଳ୍ପର ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହି ଉପଲକ୍ଷେ ପୈାରସଂସ୍ଥା ଟାଉନହଲ ପରିସରରେ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମର ଅଧାରରେ ମୁଖ୍ୟମନ୍ତ୍ରୀ ନବୀନ ଶ୍ରୀ ପଟ୍ଟନାୟକ ଆଭାସୀ ଜରିଆରେ ରାଜ୍ୟର ସହରବାସୀଙ୍କ ପାଇଁ ବିଭିନ୍ନ ସୁବିଧା ଓ ସେବା ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରି କହିଲେ ଯେ […]

KANIKA