ପଟ୍ଟାମୁଣ୍ଡାଇ ବ୍ଲକରେ ଆମ ବ୍ୟାଙ୍କ ଉଦଘାଟିତ


ସାରା ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨ହଜାର ସି ଏସ ପି ଜରିଆରେ ସରକାର ଆମ ବ୍ୟାଙ୍କ ସେବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭୁବନେଶ୍ୱର ଠାରେ ବିଭାଗୀୟ ମନ୍ତ୍ରୀ ସଚିବଙ୍କ ଉପସ୍ଥିତିରେ ଆମ ବ୍ୟାଙ୍କ ସେବା ଉଦଘାଟନ କରିଛନ୍ତି । ଏହି କ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକରେ ୧୩ଟି ପଂଚାୟତରେ ଆମ ବ୍ୟାଙ୍କ ସେବା ଉଦଘାଟିତ ହୋଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ବାଲିପାଟଣା ପଂଚାୟତରେ ଆମ ବ୍ୟାଙ୍କ ସେବା ଉଦଘାଟିତ ହୋଇଛି । ସରପଞ୍ଚ ଅଜିତ କୁମାର ନାୟକଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ପଞ୍ଜାବ ନେସନାଲ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ପରିଚାଳକ ଭରତ ମହାନ୍ତି, ବ୍ଲକ କନିଷ୍ଠ ଯନ୍ତ୍ରୀ କତୃଶେଷ ବ୍ରହ୍ମା, ପି ଇ ଓ ଉମେଶ ସେଠୀ, ଜି ଆର ଏସ ସୁକାନ୍ତ ସାହୁ, ବ୍ୟାଙ୍କ କର୍ମଚାରୀ ଓ ଶତାଧିକ ମହିଳା ଓ ପୁରୁଷ ସମେତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାମାନେ ଯୋଗ ଦେଇଥିଲେ ।


Next Post

ପ୍ରାର୍ଥିଙ୍କ ‘ନିର୍ବାଚନ ଖର୍ଚ୍ଚ ତଦାରଖ’ ପ୍ରଶିକ୍ଷଣ ଶିବିର

Fri Mar 1 , 2024
କେନ୍ଦ୍ରାପଡ଼ା, ତା ୨୯/୦୨: ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ସମୟରେ ପ୍ରାର୍ଥିଙ୍କ ନିର୍ବାଚନ ଖର୍ଚ୍ଚ ତଦାରଖ (ଇଲେକ୍ସନ୍ ଏକ୍ସପେଣ୍ଡିଚର୍ ମନିଟରିଂ) ଉପରେ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳ  ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇ କହିଥିଲେ “ଭାରତୀୟ ନିର୍ବାଚନ ଆୟୋଗଙ୍କ ନୀତି ନିୟମକୁ ଆମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ […]

You May Like