ଅନ୍ୟକୁ ନୂଆ ଜୀବନ ଦେଇ ପଂଚଭୂତରେ ଲୀନ ହେଲେ ଯୁକ୍ତ ଦୁଇ ଛାତ୍ର


ପଂଚଭୂତରେ ଲୀନ ହେଲେ ନିଜର ଦୁଇ କିଡନୀ ଦାନ କରି ଦୁଇ ଜଣକୁ ନୂଆ ଜୀବନ ଦେଇଥିବା କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ନୟାକୋଟ ଗ୍ରାମର ରମେଶ ଚନ୍ଦ୍ର ଦାସ ପୁଅ ଓମ୍ ଶିବୁ ଦାସ । ଏହି ମହତ କାମ ପାଇଁ କଟକ ଏସସିବି ମେଡିକାଲ କଲେଜ ପକ୍ଷରୁ ଓମ୍ ଶିବୁଙ୍କୁ ରାଷ୍ଟ୍ରୀୟ ସମ୍ମାନର ସହ ବିଦାୟ ଦିଆଯାଇଥିଲା । ଶୁକ୍ରବାର ନିଜ ଜନ୍ମମାଟିରେ ଶିବୁଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ରଜନଗର ବିଧାୟକ ଧ୍ରୁବ ସାହୁ କେନ୍ଦ୍ରାପଡା ଜିଲ୍ଲାପାଳ ସୁର୍ଯ୍ୟବଂଶି ମୟୁରଙ୍କ ସହ ପଟ୍ଟାମୁଣ୍ଡାଇ ତହସିଲଦାର ପଂଚାନନ ନାୟକ, ବିଡିଓ ଶୁଭ୍ରାଂଶୁ ସାହୁ, ଏସଡିପିଓ କ୍ଷମାସାଗର ପଣ୍ଡା, ଗ୍ରାମାଂଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଶିବୁଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ପଟ୍ଟାମୁଣ୍ଡାଇ ନୟାକୋଟ ଗାଁର ରମେଶ ଚନ୍ଦ୍ର ଦାସ ପୁଅ ଶିବୁ କେନ୍ଦ୍ରାପଡ଼ା ସ୍ୱୟଂସାଶିତ କଲେଜରେ +୨ ଦିତୀୟ ବର୍ଷ ବିଜ୍ଞାନରେ ଅଧ୍ୟୟନ କରୁଥିଲେ । ହଠାତ୍ ତାଙ୍କ ଶରୀର ଅସୁସ୍ଥ ହେବାରୁ  କଟକ ଏସସିବିରେ ଭାର୍ଟିକରାଯାଇଥିଲା ।  ବ୍ରେନ୍ ଟୁମ୍ୟରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସା ବେଳେ ଗତକାଲି ତାଙ୍କର ବ୍ରେନ ଡେଡ ହୋଇଥିଲା ।  ପରେ ଓମ୍ ଶିବୁଙ୍କ ବାପା, ମା’ ଓ ପରିବାର ଲୋକ ତାଙ୍କର ଅଙ୍ଗଦାନ ପାଇଁ ନିଷ୍ପତି ନେଇଥିଲେ ।  ଶଲ୍ୟ ଚିକିତ୍ସା ଓ ବୃକକ ପ୍ରତ୍ୟାରୋପଣ ବିଭାଗରେ ଶିବୁଙ୍କ ଦୁଇଟି କିଡନୀ ସଫଳତାରସହ ବାହାର କରାଯାଇଥିଲା । ଏହା ଦୁଇ ଜଣ ବ୍ୟକ୍ତିଙ୍କଠାରେ ଲଗାଯିବାର ଯୋଜନା ରହିଛି । ଗୋଟିଏ ଏସସିବି ଓ ଅନ୍ୟ ଗୋଟିଏ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ନିଆଯାଇଛି । ଶିବୁଙ୍କ ପରିବାର ଲୋକଙ୍କ  ଏହି ମହାନ କାମ ପାଇଁ  ଏସସିବି ପକ୍ଷରୁ ରାଷ୍ଟ୍ରୀୟ ସମ୍ମାନର ସହ ବିଦାୟ ଦିଆଯାଇଛି ।


Next Post

୧୭ବର୍ଷ ହେଲା ଅଧାରେ ପଡିଛି କଣ୍ଠିଆନାଳ ସେତୁ,ବିପଦ ସଂକୁଳ ନୌକା ଯାତ୍ରା , ୩୬ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲେ ବି କାମ ଆଗଉନି

Fri Mar 1 , 2024
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ଗତ ୧୭ବର୍ଷ ହେବ ବନ୍ଦ ପଡିଥିବା ବେଳେ ଗତ ବର୍ଷ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନାରେ ମୋଟ ୩୬,୯୧,୩୬,୦୦୦ ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁର ଦେଇ ବିରଜା କନଷ୍ଟ୍ରକଶନ କମ୍ପାନୀ ସହ ଏଗ୍ରିମେଂଟ ସରିବା ବର୍ଷେ ବିତିଲାଣି । ହେଲେ ଏଯାଏଁ ସେତୁ ନିର୍ମାଣ ଆରମ୍ଭ ହୋଇନାହିଁ । ଫଳରେ […]

You May Like