କେନ୍ଦ୍ରାପଡ଼ା, ୫ା୩: ନିକିରାଇ ବନଦୂର୍ଗା ସାଂସ୍କୃତିକ ପରିଷଦ ପରିସରରେ ଥିବା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ଯୁବ ନେତା ଦୁଷ୍ମନ୍ତ କୁମାତ ମଲ୍ଲିକଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ଶିକ୍ଷାବିତ୍ ତଥା ଶିକ୍ଷକ ନେତା ପ୍ରଣବ କୁମାର ଜେନା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ବିଜୁବାବୁ କେବଳ ଓଡିଶାର ଜନସାଧାରଣମାନଙ୍କର ହୃଦୟର ସ୍ପନ୍ଦନ ନଥିଲେ ସେ ସମଗ୍ର ଭାରତ ବର୍ଷରେ ଜଣେ ଦୂରଦ୍ରଷ୍ଟା ରାଜନେତା, ଓଡିଆ ସ୍ୱାଭିମାନର ପ୍ରତୀକ, ନବ ଉତ୍କଳ ନିର୍ମାତାର ଅନ୍ୟତମ ବିନ୍ଧାଣୀ ସହ ବିଶ୍ୱବନ୍ଦିତ ଭୂମିପୁତ୍ର ରୂପେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ସରପଞ୍ଚ ସଦତ କୁମାର ଜେନା, ବନଦୂର୍ଗା ସାଂସ୍କୃତିକ ପରିଷଦର ସଦସ୍ୟ ଇଂ ନିର୍ମଳ ଚନ୍ଦ୍ର ଜେନା, ପ୍ରମୋଦ କୁମାର ଜେନା, ଆଇନଜୀବୀ ପ୍ରଭାସ ମଳୟ ଜେନା, ନଳିନୀକାନ୍ତ ନାୟକ, ବାଳକୃଷ୍ଣ ଜେନା, ନାରାୟଣ ଚନ୍ଦ୍ର ବେହେରା ଓ ଦେବାଶିଷ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଧୂପପୁଷ୍ପ ପ୍ରଦାନ ସହ ତାଙ୍କର ମହାନ ଦେଶ ପ୍ରେମ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ରଖିଥିଲେ । ଯୁବନେତା ଦୁଷ୍ମନ୍ତ କୁମାର ମଲ୍ଲିକ ବିଜୁବାବୁଙ୍କର ଆଦର୍ଶରେ ଯୁବପ୍ରୀତି ଅନୁପ୍ରାଣିତ ହୋଇ ସମୃଦ୍ଧ ଓଡିଶା ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ ।