୯ରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ


ଚଳିତ ମାସ ୯ ତାରିଖରେ କେନ୍ଦ୍ରାପଡ଼ାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ା ସିଭିଲ କୋର୍ଟ ସମେତ ଆଳି, ରାଜନଗର, ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୂଚନା ଦେଇଛନ୍ତି। ଏଥିରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ଓ ପ୍ରାକ ମକଦ୍ଦମା ସ୍ତରୀୟ ଫୌଜଦାରୀ(ସାଲିସ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ରାଜସ୍ବ ମାମଲା, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ( ସାଲିସ ଯୋଗ୍ୟ), ବୈବାହିକ ବିବାଦ(ଛାଡ଼ପତ୍ର ବ୍ୟତିତ), ଜମି ଅଗ୍ରହଣ, ଚାକିରି ସମ୍ବନ୍ଧୀୟ, ମୋଟରଯାନ ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ କମଦ୍ଦମାର ଆପୋଷ ସହମତିରେ ସମାଧାନ କରାଯାଇ ପାରିବ। ଲୋକ ଅଦାଲତରେ ମକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼ିବ ନାହିଁ। ଲୋକ ଅଦାଲତରେ ସମାଧାନ ହୋଇଥିବା କୌଣସି ବିଚାରାଧୀନ ମକଦ୍ଦମା ପାଇଁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ। ଫଳରେ ଦରିଦ୍ର, ନିଷ୍ପେସିତ, ଅବହେଳିତ ତଥା ଗ୍ରାମାଂଚଳରେ ଥିବା ଅଶିକ୍ଷିତ ଜନସାଧାରଣ ଏହି ଲୋକ ଅଦାଲତରୁ ବିନା ମୂଲ୍ୟରେ ନ୍ୟାୟ ପାଇପାରିବେ । ପୂର୍ବାହ୍ନ ୧୦ଟାରୁ ଲୋକ ଅଦାଲତ ଆରମ୍ଭ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି ଅଧିକରୁ ଅଧିକ ଲୋକ ସେମାନଙ୍କର ମୋକଦ୍ଦମାକୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପଂଜୀକରଣ କରାଇ ଏହାର ସୁବିଧା ନେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ସୂଚନା ପ୍ରଦାନ କରିଛନ୍ତି


Next Post

କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ ; ସ୍ତ୍ରୀଙ୍କ ଆଗରେ ସ୍ବାମୀଙ୍କୁ ଟାଣିନେଲା

Fri Mar 8 , 2024
କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଦକ୍ଷିଣଭେଡ଼ା ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଲକୁ ପାଣି ମଡ଼ାଇବାକୁ ଯାଇଥିବା ବେଳେ ବାଇଧର ମଲିକଙ୍କୁ ଟାଣିନେଇଛି କୁମ୍ଭୀର। ହଂସୁଆ ନଦୀରେ ଗ୍ରାମବାସୀ, ବନବିଭାଗ ଓ ଅଗ୍ନିଶମ ବାହିନୀ ର ଖୋଜା ଖୋଜି ପରେ ନଦୀରୁ ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ବାଇଧର ଓ ତାଙ୍କ ସ୍ତ୍ରୀ […]

KANIKA