ସାଗରବେଳା ମହୋତ୍ସବର ୨ୟ ସଂନ୍ଧ୍ୟା


କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିରେ ସାଗରବେଳା ମହୋତ୍ସବ ପଚଂମ ସଂସ୍କରଣର ଦ୍ୱିତୀୟ ସଂନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବର ସଭାପତି ଡାକ୍ତର ଅଭୟ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ କ୍ଷୀରୋଦ କୁମାର ମଲ୍ଲିକ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ବରେଣ୍ୟ ଅତିଥି ଭାବେ ବ୍ରାହ୍ମାବଧୂତ ଅଭୟ ବାବା, ମୁଖ୍ୟବକ୍ତା ଭାବେ ବ୍ରହ୍ମାବଧୂତ ଚିତ ବାବା ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମହୋତ୍ସବର ଆଭିମୁଖ୍ୟ ସଂପର୍କରେ ସଂସ୍କୃତି ସଚିବ ଡଃ ଧରଣୀଧର ରାଉତ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବ ପେଣ୍ଠ ବେଳାଭୂମି ତଥା ରାଜନଗରର ସୁରକ୍ଷା ପ୍ରାଚୀର ଲୁଣାଜଙ୍ଗଲର ଭୂମିକାକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଭବିଷ୍ୟତ ପିଢିଙ୍କ ପାଇଁ ଏହି ସୁନ୍ଦର ବେଳାଭୂମିକୁ ସାଇତି ରଖିବା ଆମର ଧେୟ ହେଉ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାସଚିବ ସତ୍ୟବାଦୀ ଜେନା, ଅଧ୍ୟାପିକା ଭଗବତୀ ରାଉତ, ଗାଳ୍ପିକ ପ୍ରଦୀପ ନାୟକ ମଂଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ସୀତାକାନ୍ତ ରାଉଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜୟକୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଗାୟକ ସନାତନ ରାଉଳ, ଗାଳ୍ପିକ ଶ୍ରୀ ନାୟକ, ସାମ୍ବାଦିକ ବସନ୍ତକୁମାର ହାତି, ହଂସୁଆ କଳା ପ୍ରତିଷ୍ଠାନର ପ୍ରତିଷ୍ଠାତା ଶତୃଘନ ତରାଇଙ୍କୁ ସାଗରବେଳା ମହୋତ୍ସବ୨୦୨୪ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ମହେଶ୍ୱର ରାଉତ, ସୁବେଦାର ଗଗନବିହାରୀ ସ୍ୱାଇଁ, କୈଳାସ ମହାନ୍ତି, ଅନିଲ ବଳ, ସୁରେଶଚନ୍ଦ୍ର ନରେନ୍ଦ୍ର, ସମୀରଣ ମଣ୍ଡଳ, ବ୍ରହ୍ମାନନ୍ଦ ରାଉତ ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ । ହଂସୁଆ କଳା ପ୍ରତିଷ୍ଠାନ ଓ ସାବିତ୍ରୀଦେବୀ ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 


Discover more from

Subscribe now to keep reading and get access to the full archive.

Continue reading