ସାନମାଣିତିଆରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମାପନ


କେନ୍ଦ୍ରାପଡ଼ା, ୨୯ା୩: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂରତି ସ୍ଥାପନ ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇ ୨୭ତାରିଖରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପୁରୀର ପଣ୍ଡିତ ପଦ୍ମନାଭ ତ୍ରିପାଠୀଶର୍ମା, ପଣ୍ଡିତ ଭୁବନେଶ୍ୱର ତ୍ରିପାଠୀଶର୍ମା, ମୁକ୍ତିମଣ୍ଡପର ପଣ୍ଡିତ ମହେନ୍ଦ୍ରନାଥ ଷଡଙ୍ଗୀ ଓ ପଣ୍ଡିତ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ଶନିବାର ଯଜ୍ଞାଧିବାସ, ମଣ୍ଡଳକରଣ, ଅଙ୍କୁରାରୋପଣ, ଦେବତା ଗର୍ଭାଧାନ କାର୍ଯ୍ୟକ୍ରମ ଶେଷ କରିଥିବା ବେଳେ ରବିବାର ପଞ୍ଚକର୍ମ, ସୂର୍ଯ୍ୟପୂଜା, ଗୋପୂଜା, ଶାଲାପ୍ରବେଶ, ଦେବତା ଆବାହନ, ଅଗ୍ନିସ୍ଥାପନ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଇଛି । ସୋମବାର ଦେବତା ମହାସ୍ନାନ ଓ ଅଷ୍ଟପ୍ରହର ଅଧିବାସ, ଶୟନ, ହବନ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ ପରେ ମଙ୍ଗଳବାର ନାମଯଜ୍ଞ, ଦେବତା ମହାନ୍ୟାସ, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ ସହିତ ବୁଧବାର ସୂର୍ଯ୍ୟପୂଜା, ଗୋପୂଜା, ଶାଲାସର୍ବଦେବତା ପୂଜା, ସର୍ବଦେବତା ହବନ, ବିଜେ ବିଗ୍ରହଙ୍କ ନଗର ପରିକ୍ରମା ପରେ ଦେବତା ମନ୍ଦିର ପ୍ରବେଶ, ସନ୍ଧ୍ୟାରେ ପୂର୍ଣ୍ଣାହୁତି, ଆଳତୀ ଓ ପୁଷ୍ପାଞ୍ଜଳୀ ପ୍ରଦାନ ପୂର୍ବକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମାପନ ହୋଇଛି ବୋଲି ସାନମାଣିତିଆ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 


Next Post

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଲା ଜାତିସଂଘ

Fri Mar 29 , 2024
ନୂଆଦିଲ୍ଲୀ,୨୯/୦୩: ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ଏବେ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି । ଜର୍ମାନୀ ଓ ଆମେରିକା ପରେ ଜାତିସଂଘ ବି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି । ନିର୍ବାଚନ ମୁହାଁ ଭାରତରେ ଲୋକଙ୍କର ରାଜନୈତିକ ତଥା ନାଗରିକ ଅଧିକାରକୁ ସୁରକ୍ଷା ଦେବାକୁ ଆହ୍ୱାନ କରିଛି ଜାତିସଂଘ । କେଜ୍ରିୱାଲଙ୍କ ଗିରଫଦାରି ଏବଂ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ […]

You May Like