ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନରେ ଧ୍ରୁବ ଜେନା ସଭାପତି ଓ ବ୍ରଜସୁନ୍ଦର ରାଉତ ସମ୍ପାଦକ ନିର୍ବାଚିତ


କେନ୍ଦ୍ରାପଡ଼ା, ୩୧ା୩: କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଧ୍ରୁବ ଚରଣ ଜେନା ଆଇନଜୀବୀ ରବିନାରାୟଣ ମହାନ୍ତିଙ୍କୁ ୨ଖଣ୍ଡ ଭୋଟରେ ହରାଇ ନିର୍ବାଚିତ ହୋଇଛନ୍ତି । ଶ୍ରୀ ଜେନା ୨୩୯ଟି ଭୋଟ ପାଇଥିବା ବେଳେ ଶ୍ରୀ ମହାନ୍ତି ୨୩୭ଟି ଭୋଟ ପାଇଥିଲେ । ସେହିପରି ସଙ୍ଘର ଉପସଭାପତି ଭାବେ ସୁଶ୍ରୀ କୁମାରୀ ନାୟକ ଓ ସାଧାରଣ ସମ୍ପାଦକ ଭାବେ ବ୍ରଜସୁନ୍ଦର ରାଉତ ନିର୍ବାଚିତ ହୋଇଛନ୍ତି । ଏହାସହିତ ଯୁଗ୍ମସମ୍ପାଦକ ଭାବେ ଚୈତନ୍ୟ ଚରଣ ମଲିକ, ଅତିରିକ୍ତ ଯୁଗ୍ମ ସମ୍ପାଦକ ଭାବେ ସୁବାଷ ଚନ୍ଦ୍ର ଭଦ୍ର, କୋଷାଧ୍ୟକ୍ଷ ଭାବେ ନିରାକାର ପ୍ରଧାନ, କାର୍ଯ୍ୟକାରୀ କମିଟି ସଦସ୍ୟ ଭାବରେ ପ୍ରଭାତରଞ୍ଜନ ପାଣ୍ଡେ ଓ ନିହାରିକା ଦାସ ପଟ୍ଟନାୟକ ପ୍ରମୁଖ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ପତ୍ରୀ ସୂଚନା ଦେଇଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading