ଡା ଗଦାଧର ମଲ୍ଲିକ ପ୍ରତିମୂର୍ତ୍ତି ଓ ସ୍ମରଣିକା ଉନ୍ମୋଚିତ


କେନ୍ଦ୍ରାପଡା .ତା ୩୧.୦୩.୨୪ ବିଶିଷ୍ଟ ସମାଜବାଦୀନେତା ଗାନ୍ଧୀ ବିଚାରଧାରାର ପ୍ରବକ୍ତା ସ୍ୱାଧୀନଚେତା ସ୍ୱାଭିମାନୀ ବ୍ୟକ୍ତିତ୍ବ ଡା ଗଦାଧର ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଓ ସ୍ମରଣିକା “ସ୍ମରଣୀୟ ଗଦାଧର “ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ଉଷାଦେବୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସମୁଖରେ  ଡ଼ ଚକ୍ରଧର ଦାଶ ଙ୍କ ପୌରହିତ୍ୟ ଓ ସ୍ମୃତି ସଂସଦର ସମ୍ପାଦକ ଚିତ୍ତରଞ୍ଜନ ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଶଶୀଭୂଷଣ ବେହେରା, ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା,ଜିଲ୍ଲାପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠୀ, କଥାକାର ପ୍ରଦୀପ ନାୟକ,ଉଷାଦେବୀ ମହାବିଦ୍ୟାଳୟ  ପ୍ରାକ୍ତନ ଅଧକ୍ଷା ଶକୁନ୍ତଳା ରାଉତ ଯୋଗ ଦେଇ ଡାକ୍ତର ଗଦାଧର ମଲ୍ଲିକଙ୍କ ଜୀବନାଦର୍ଶ ସମ୍ପର୍କରେ  ଆଲୋକପାତ କରିଥିଲେ। ଯୁବ ସମାଜସେବୀ ରାଜେଶ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ ।ଏହି ଅବସରରେ ବିଶିଷ୍ଟ ସାମାଜିକ କର୍ମୀ ଡା ରତ୍ନାକର ସେଠିଙ୍କୁ ସମ୍ମାନିତ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଡ଼ ଦେବପ୍ରସାଦ ସାମଲ, ଶିକ୍ଷାବିତ ରବୀନ୍ଦ୍ରନାଥ ରାଉଳ, ରାଜକୁମାର ବିଶ୍ୱାଳ, ଆଳିବ୍ଲକ ନାଗରିକ ମଞ୍ଚ ସଭାପତି ଧନେଶ୍ୱର ରାଉତ, ଶିକ୍ଷକନେତା ବିଜୟ ସାହୁ, ପଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଦଳିତ ନେତା ବାରେଣୀ ସେଠୀ, ଦଳିତ ଜିଲ୍ଲା ସଭାପତି ଦଶରଥ ମଲ୍ଲିକ, ଅଣ୍ଢରା ସମବାୟ ସମିତି ସଭାପତି ବୃନ୍ଦାବନ ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ସୁକନ ସାହୁ, ସମାଜସେବୀ ଆଲୋକ ସାହୁ,ନାରାୟଣ ବିଶ୍ୱାଳ,ସମିତି ସଭ୍ୟ ନିରଞ୍ଜନ ବାରିକ ପ୍ରମୁଖ ସ୍ମୃତି ଚାରଣ କରି ଥିଲେ।କୁଳମଣି ମଳିକ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଡା ଗଦାଧର ମଲ୍ଲିକ ସ୍ମୃତି ସଂସଦ ଉପସଭାପତି ଡ଼ ସୁନୀଲ  ପ୍ରଧାନ, ଗୋଲକ ଚନ୍ଦ୍ର ପାତ୍ର,ଜନ୍ମେଜୟ ମଲ୍ଲିକ,ଦେବାଶିଷ ମଲ୍ଲିକ, ଅମର କୁମାର ମହାନ୍ତି, ଅଜୟ ପରିଡା, ମମତା ମଲ୍ଲିକ,ଲିସା ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Next Post

ଉତ୍କଳ ଦିବସ : ୮୮ ବର୍ଷ ତଳେ ଓଡ଼ିଶାକୁ ମିଳିଥିଲା ଭାଷାଭିତ୍ତିିକ ରାଜ୍ୟ ମାନ୍ୟତା ।

Mon Apr 1 , 2024
ଉତ୍କଳ ଦିବସ ଓଡିଶା ରାଜ୍ୟ ର ପ୍ରତିଷ୍ଠା ଦିବସ । ପୁରା ରାଜ୍ୟ ରେ ୧ ଅପ୍ରେଲକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଉତ୍କଳ ଦିବସ ପାଳନ କରିବା ର ମୂଳ ଉଦ୍ଦେଶ୍ୟ ହେଲା ଓଡିଆ ଭାଷା ଏବଂ ସଂସ୍କୃତି ର ପ୍ରତିଷ୍ଠା କୁ ମନେ ପକେଇବା ।ସ୍ୱତନ୍ତ୍ର ହୋଇଥିବା ଓଡିଶା ରାଜ୍ୟ ଏବଂ ତାର ସଂଘର୍ଷ ର କାହାଣି କୁ ଆମେ ଏହି ଦିନମନେପକାଉ । […]

KANIKA