ମୁକୁଳା ଡ୍ରେନ୍‌ରେ ପଡ଼ି ଚାଲିଗଲା ଜଣଙ୍କ ଜୀବନ



କଟକ : ମୁକୁଳା ଡ୍ରେନ୍‌ରେ ପଡ଼ି ଜଣକର ଜୀବନ ଯାଇଛି । ସିଆରଆରଆଇ ଥାନା ଅନ୍ତର୍ଗତ ନୂଆବଜାର ମହିମାନଗରରେ ଘଟିଛି ଏହି ଅଘଟଣ । ଗୁରୁବାର ସକାଳୁୁ ମୃତକ ଜଣକ ରାସ୍ତା ପାର୍ଶ୍ୱ ମୁକୁଳା ଡ୍ରେନ୍‌ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏସ୍‌ସିବି ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାଯିବ ବୋଲି ପୋଲିସ କହିଛି । ମୃତକ ଜଣକଙ୍କ ଘର ଯାଜପୁର ଜିଲାରେ ହୋଇଥିବା ବେଳେ ସେ କଟକରେ ରହି ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ତେବେ ଦୀର୍ଘଦିନ ଧରି ଡ୍ରେନ୍ ମୁକୁଳା ପଡ଼ିବାରୁ ଏଭଳି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ବିଭିନ୍ନ ସମୟରେ ମୁକୁଳା ଡ୍ରେନ୍‌ରେ ପଡ଼ି ଜଣକ ପରେ ଜଣେ ଲୋକଙ୍କ ପ୍ରାଣହାନି ଘଟୁଥିବା ବେଳେ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନେଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।


Next Post

ପାଣିରେ ବୁଡି ଶିଶୁପୁତ୍ରର ମୃତ୍ୟୁ

Thu Apr 4 , 2024
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କଖାରୁଣି ପଂଚାୟତ ଓସଙ୍ଗରା ଗାଁରେ ଗୁରୁବାର ସଂନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଥିବା ଖବର ମିଳିଛି । ପୋଖରୀରେ ବୁଡି ୪ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି ବୋଲି କେତେ ଜଣ କହୁଥିବା ବେଳେ ସେପ୍ଟି ଟାଙ୍କିରେ ପଡି ଶିଶୁ ପୁତ୍ରର ମୃତ ହୋଇଥିବା କେତେଜଣ କହୁଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇଆଇସିଙ୍କୁ ପଚାରିବାରେ ଚିକିତ୍ସାଳୟରେ ପହଁଚିବା ପୁର୍ବରୁ ଶିଶୁଟିର […]

KANIKA