ପାଣିରେ ବୁଡି ଶିଶୁପୁତ୍ରର ମୃତ୍ୟୁ


କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କଖାରୁଣି ପଂଚାୟତ ଓସଙ୍ଗରା ଗାଁରେ ଗୁରୁବାର ସଂନ୍ଧ୍ୟାରେ ଏକ ଦୁଃଖଦ ଘଟଣା ଘଟିଥିବା ଖବର ମିଳିଛି । ପୋଖରୀରେ ବୁଡି ୪ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି ବୋଲି କେତେ ଜଣ କହୁଥିବା ବେଳେ ସେପ୍ଟି ଟାଙ୍କିରେ ପଡି ଶିଶୁ ପୁତ୍ରର ମୃତ ହୋଇଥିବା କେତେଜଣ କହୁଛନ୍ତି । ମାତ୍ର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଆଇଆଇସିଙ୍କୁ ପଚାରିବାରେ ଚିକିତ୍ସାଳୟରେ ପହଁଚିବା ପୁର୍ବରୁ ଶିଶୁଟିର ମୃତ ହୋଇଥିବା ଡାକ୍ତର ରିପୋର୍ଟ ଦର୍ଶାଯାଇଛି । ବ୍ୟବଛେଦ ପରେ ସଠିକ ଖବର ଜଣାପଡିବ । ମୃତ ଶିଶୁଟି ଓସଙ୍ଗରା ଗ୍ରାମର ପ୍ରକାଶ ନାୟକଙ୍କ ପୁଅ ପ୍ରିନ୍ସ ନାୟକ ବୋଲି ଜଣାପଡିଛି । ସେ ଖେଳିବା ସମୟରେ ଗୋଡ ଖସିଯିବାରୁ ପୋଖରୀକୁ ଖସିପଡିଥିଲା । ଖବର ପାଇ ପରିବାର ଲୋକେ ଓ ଗ୍ରାମବାସୀ ଶିଶୁ ପୁତ୍ର ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଗ୍ରାମବାସୀ ସମେତ ସମିତି ସଭ୍ୟଙ୍କ ଦାଦା ରୁଷିଆ ସାମନ୍ତରାୟ ପ୍ରକାଶ କରିଛନ୍ତି । ମାତ୍ର ଗ୍ରାମର କେତେଜଣ କୁହନ୍ତି ଜଣେ ବ୍ୟକ୍ତିଙ୍କ ଘରକାମରେ ଏକ ସେପ୍ଟି ଟାଙ୍କି ତିଆରି ହୋଇଛି । ଗ୍ରାମର କିର୍ତନ ଦେଖିବାକୁ ପ୍ରିନ୍ସ ଯାଇଥିବା ବେଳେ ଅସାବଧାନତାରେ ସେହି ଟାଙ୍କିରେ ପଡି ଯାଇଥିଲା । ତାକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ତତ୍କାଳ ଚିକିତ୍ସା ପାଇଁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ମାତ୍ର ତାକୁ ପରୀକ୍ଷା କରି ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣା ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।


Next Post

ପଟ୍ଟାମୁଣ୍ଡାଇ କଲେଜରେ ଏଡ଼ସ ସଚେତନତା

Thu Apr 4 , 2024
ପଟ୍ଟାମୁଣ୍ଡାଇ କଲେଜ ରେଡକ୍ରସ ଓ ରେଡରିବନ କ୍ଲବ ପକ୍ଷରୁ ଏଡ଼ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ପ୍ରାଧ୍ୟାପକ ସର୍ବେଶ୍ୱର ସାହୁ ଓ ପ୍ରାଧ୍ୟାପକ ଡ଼ ଫକୀର ଚରଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଏଡ଼ସ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା […]

KANIKA