ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ସପ୍ତମ ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଗ୍ରୀଷ୍ମଅବକାଶରେ ଅନଲାଇନ ଶିକ୍ଷାଦାନ ଜାରିରହିବ- ଡିଇଓଙ୍କ ନିର୍ଦେଶ



କେନ୍ଦ୍ରାପଡ଼ା, ୧୨ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଦେପୁରସ୍ଥିତ ସରସ୍ୱତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ସପ୍ତମ ପ୍ରଧାନ ଶିକ୍ଷକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । ସରସ୍ୱତୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ନାୟକ ଏହି ସମ୍ମିଳନୀରେ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇଙ୍କ ସଭାପତିତ୍ୱରେ ଏବଂ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମହେଶ୍ୱର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବ୍ଲକ ନୋଡାଲ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ, ଜଗନ୍ନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରତିକାନ୍ତ ସେନାପତି, ଇନ୍ଦୁପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ବେହେରା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏହି ସମ୍ମିଳନୀରେ ବିଦ୍ୟାଳୟ ସ୍ତରରେ କ୍ଲବ ଗଠନ, ୟୁଡାଇସେଟ୍ ଏଣ୍ଟ୍ର୍ରି, ବିଦ୍ୟାଳୟ ପାଠାଗାରରେ ମୁକ୍ତ ପୁସ୍ତକ ବ୍ୟାଙ୍କ ଓ ୫-ଟି ହାଇସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ଭୂମିକା ପ୍ରଭୃତି ବିଷୟ ଉପରେ ଆଲୋଚନା କରାଯାଇଥଲା । ଏହି ସମ୍ମିଳନୀରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମିଳନୀର ଆବଶ୍ୟକତା ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିବା ସହିତ କିଭଳି ଆସନ୍ତା ଗ୍ରୀଷ୍ମ ଅବକାଶରେ ହ୍ୱାଟ୍ସଆପ୍ ଓ ଗୁଗୁଲ୍ ମିଟ୍‌, ଜୁମ୍ ଆପ୍ ମାଧ୍ୟମରେ ଅନ୍‌ଲାଇନ ଶିକ୍ଷାଦାନ କରାଯାଇ ପାରିବ ସେ ସମ୍ପର୍କରେ ଉପସ୍ଥିତ ପ୍ରଧାନ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ସମ୍ମିଳନୀରେ ବିଦ୍ୟାଳୟ ପରିଚାଳନା କମିଟି ଓ ମୋ ସ୍କୁଲ ଅଭିଯାନର ସଦସ୍ୟମାନେ ସହଯୋଗ କରିବା ସହିତ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ମଧୁସ୍ମିତା ଲେଙ୍କା, ମାନସ କୁମାରେ ତରାଇ, ସୁଜାତା ସାହୁ, ଲକ୍ଷ୍ମୀ ନାୟକ, ରାଇସେନ ମାରାଣ୍ଡୀ, ଦୀପା ରାଉତରାୟ, ଆରତୀ ଖଟୁଆ, ଶଙ୍କର୍ଷଣ ମେକାପ, ସବିତା ରାଉତରାୟ, ସାବିତ୍ରୀ ସାହୁ, ଜୟନ୍ତୀ କୁମାରୀ ମହାନ୍ତି, ଦିବ୍ୟଜ୍ୟୋତି ଦାସ ପ୍ରମୁଖ ସହାୟତା କରିଥିଲେ । ସର୍ବଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading