ପାଣ୍ଡିଆନଙ୍କୁ ଭେଟିଲେ ବିଜେଡି ସଂଖ୍ୟାଲଘୁ ସେଲ କର୍ମକର୍ତା



କେନ୍ଦ୍ରାପଡ଼ା ତା ୧୪/୪-ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଭେଟିଛି ବିଜେଡି ସଂଖ୍ୟାଲଘୁ ସେଲ । ଆଗାମୀ ସାଧାରଣ ନିର୍ବାଚନ ଦୃଷ୍ଟିରୁ କେନ୍ଦ୍ରାପଡ଼ା ବିଜେଡି ସଂଖ୍ୟାଲଘୁ ସେଲର ପାଣ୍ଡିଆନଙ୍କୁ ଭେଟଘାଟ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରିଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ାରେ ସଂଖ୍ୟାଲଘୁ ଭୋଟ ଉଭୟ ବିଧାନସଭା ଓ ଲୋକ ସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାରୁ ସଂଖ୍ୟାଲଘୁ ସେଲର ପାଣ୍ଡିଆନଙ୍କୁ ଭେଟି ଆଲୋଚନା କରିବା ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଆଜି କେନ୍ଦ୍ରାପଡ଼ା ବିଜେଡି ସଂଖ୍ୟାଲଘୁ ସେଲ ମୁଖ୍ୟ ସଂଯୋଜକ ତଥା ପଟ୍ଟାମୁଣ୍ଡାଇ ଅଂଚଳର ବରିଷ୍ଠ ସଂଖ୍ୟାଲଘୁ ସଂଗଠକ ସେକ ଅବଦୁଲ ବାରୀଙ୍କ ନେତୃତ୍ୱରେ ସେକ ମୋଇଉଦ୍ଦିନ, ସେକ ସରାତୁଲ୍ଲା, ସେକ ଇସ୍ମାଇଲ, ସେକ ଜକାତୁଲ୍ଲା,ଜାଫରାନ ଖାଁ, ଅଧ୍ୟାପକ ଫାରୁକ ଅଲ୍ଲୀ,ସେକ ରଫିକ ଅଲ୍ଲୀ, ସେକ ନବି ଓ ସେକ ମଇଫୁଜ ଅଲ୍ଲୀ ପ୍ରମୁଖ ନବୀନ ଓଡିଶା ଅଧକ୍ଷ ଭି କେ ପାଣ୍ଡିଆନଙ୍କୁ ଭେଟି ପଟ୍ଟାମୁଣ୍ଡାଇ ଜୁମା ମସଜିଦ ପୁନଃ ନିର୍ମାଣ ଓ ସମ୍ପ୍ରସାରଣ ସମେତ ଜିଲ୍ଲାର ବିଭିନ୍ନ ମସଜିଦ ଉନ୍ନତିକରଣ ପାଇଁ ସରକାରୀ ଅନୁଦାନ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ଭି କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇବା ସହିତ ଜିଲ୍ଲା ବିଭିନ୍ନ ମସଜିଦ ସମସ୍ୟା ଓ ସଂଖ୍ୟାଲଘୁ କଲ୍ୟାଣ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଭି କେ ପାଣ୍ଡିଆନଙ୍କୁ ଭେଟି ବିଭିନ୍ନ ସମସ୍ୟା ଆଲୋଚନା କରି ଫେରିବା ପରେ ସଂଖ୍ୟାଲଘୁ ସେଲ କର୍ମକର୍ତ୍ତାମାନେ ଖୁସି ବ୍ୟକ୍ତ କରିବା ସହିତ ନୂଆ ଓଡିଶା ନବୀନ ଓଡିଶା ଗଠନ କରିବା ପାଇଁ ଶପଥ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading