
କେନ୍ଦ୍ରାପଡା ୧୪/୪- ଆଜି କେନ୍ଦ୍ରାପଡା ଡକ୍ଟର ଆମ୍ବେକରଙ୍କ ବିଚାର ମଂଚ ତରଫରୁ ସମ୍ବିଧାନର ମୁଖ୍ୟ ସ୍ଥପତି ଡକ୍ଟର ଭୀମରାଓ ବାବା ସାହେବ୍ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ବାବା ସାହେବ ଙ୍କ ପ୍ରତି ମୂର୍ତ୍ତର୍ି ସ୍ଥଳରେ ଅନୁଷ୍ଠିତ ହେଇ ଯାଇଛି । ବିଚାର ମଞ୍ଚର ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡ଼ାଙ୍କ ପୌରହିତରେ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ବକ୍ତା ମାନେ ଡକ୍ଟର ଆମ୍ବେଦକରଙ୍କୁ ଭାରତୀୟ ସମ୍ବିଧାନର ମୁଖ୍ୟ ବିନ୍ଧାଣୀ ଭାବରେ ବର୍ଣ୍ଣନା କରିବା ସହ ତାଙ୍କ ଦୂର ଦୃଷ୍ଟି ଓ ଶ୍ରେଣୀ ହୀନ ସମାଜ ପ୍ରତଷ୍ଠା କ୍ଷେତ୍ରରେ ଉଲ୍ଲେନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧକ୍ଷ୍ୟ ପ୍ରଫେସର୍ ଶ୍ରୀ ପରିଡ଼ା ବକ୍ତବ୍ୟ ରଖି କହିଥିଲେ ଯେ ଏକ ମଧ୍ୟଯୁଗୀୟ ଶୋଷଣ ସର୍ବସ୍ୱ ସମାଜ ପରିବର୍ତ୍ତେ ଶୋଷଣ ହୀନ, ଜାତି ହୀନ ଓ ଭେଦ ବିଚାର ହୀନ ସମାଜ ଗଢ଼ିବା ପାଇଁ ସମ୍ବିଧାନରେ ପ୍ରାବୋଧାନ ମାନ କରିଥିଲେ । ବିଚାର ମଞ୍ଚର କାର୍ଯ୍ୟକାରୀ ଅଧକ୍ଷ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଅଭିମତ ରଖି କହିଥିଲେ ଯେ ଯେତେ ଦିନ ପର୍ଯ୍ୟନ୍ତ ଆମ ସମ୍ବିଧାନ ସୁରକ୍ଷିତ, ସେତେଦିନ ପର୍ଯ୍ୟନ୍ତ ଆମେ ଅର୍ଥାତ୍ ଭାରତ ବାସି ସୁରକ୍ଷିତ । ଆଜିର ପବିତ୍ର ଦିବସରେ ସମ୍ବିଧାନର ସୁରକ୍ଷା ପାଇଁ ମିଳିତ ଭାବେ ପ୍ରାୟାସ କରିବା ଆମ ସମସ୍ତଙ୍କର ଧେୟ ହେଉ । ଆଜିର କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ବିଜେଡ଼ି ସଭାପତି ଧିରେନ୍ କୁମାର ସାହୁ, ସିପିଏମ୍ ଗୟାଧର ଧଳ, ଜଗଜୀବନ ଦାସ, ପୌରାଞ୍ଚଳର ଉପନଗର ପାଳ ବୁଲୁ ବାବୁ, ଜିଲ୍ଲା ସଂଖ୍ୟାଲଘୁ ବିଜେଡି ସଭାପତି ଶେଖ୍ ଚନ୍ଦନ, ପିସିସି ସଭ୍ୟ ପ୍ରଫୁଲ୍ଲ ଦାସ, ପିସିସି ପୂର୍ବତନ ସମ୍ପାଦକ ମୁକ୍ତାର ଖାନ, ପୂର୍ବତନ କାଉଁସିଲର ସୌମେନ୍ଦ୍ର, ପୂର୍ବତନ ଡିସିସି ସାଧାରଣ ସମ୍ପାଦକ ମିର ମିର୍ ମୁସିଦ, ପ୍ରଭେଜ ଅଖତର, ନଗର ବିଜେଡି ସଭାପତି ଯଯାତି ମହାନ୍ତି, ଯୁବ ବିଜେଡି ନେତା ସମ୍ବିତ ଶ୍ରୀଚନ୍ଦନ, ପୂର୍ବତନ ଡିସିସି ସାଧାରଣ ସମ୍ପାଦକ କମଳାକାନ୍ତ ବେହେରା, ବରିଷ୍ଟ ବିଜେଡି ନେତା ଗଣେଶ ମେକାପ, ଯୁବ ସଙ୍ଗଠକ ସୁବାସ ମହାଳିକ, ବସନ୍ତ ରାଉତ, ପୂର୍ବତନ ସରପଞ୍ଚ ବସନ୍ତ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।









