ଛୁରି ଭୁସି ହତ୍ୟା ଘଟଣା: ଅଭିଯୁକ୍ତକୁ କୋର୍ଟ ଚାଲାଣ


କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଟାଉନବଳରାମପୁର ଗାମରେ ଗୁରୁବାର ଛୁରାଭୂଷି ହତ୍ୟା କରିଥିବାଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ସାରଙ୍ଗ ଗ୍ରାମର ଅକ୍ଷୟ ଖଟୁଆ ମାର୍ଶାଘାଇରୁ ଏକ ଏସି ମରାମତି ସାରି ଟାଉନ ବଳରାମପୁର ଗ୍ରାମର ହନୁମାନଜୀଉଙ୍କ ମନ୍ଦିର ପାଖରେଏକ ପାନ ଦୋକାନରୁ ପାନ କିଣୁଥିବା ବେଳେ ସେଠାରେ ଆଦିତ୍ୟ ପ୍ରସାଦ ବେହେରାଙ୍କ ସହ କୈାଣସି କାରଣରୁ ବଚସା ହୋଇଥିଲା । ଏଥିରେ ଆଦିତ୍ୟ ରାଗି ଏକ ଛୁରୀରେ ଅକ୍ଷୟକୁ ବାରମ୍ବାର ଛୁରୀ ମାରିଥିଲେ । ଅତର୍କିତ ଆକ୍ରମଣରେ ଅକ୍ଷୟ ତଳେ ପଡି ଛଟପଟ ହେଉଥିଲା । ସ୍ଥାନୀୟ ଲୋକେ ଏହା ଦେଖି ଘଟଣା ସ୍ଥଳରେ ପହଁଚି ପୁଲିସକୁ ଖବର ଦେବ ସହ ସଂକଟାପନ୍ନ ଅବସ୍ଥାରେ ଅକ୍ଷୟକୁ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।  ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡ଼ାକ୍ତର ସୂଚନା ଦେଇଥିଲେ। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅଭିଯୁକ୍ତ ଆଦିତ୍ୟକୁ ଗିରଫ କରି ଥାନାକୁ ଆଣିଥିଲା । ଆଜି ଶବ ବ୍ୟବଛେଦ ପରେ ଅକ୍ଷୟଙ୍କ ପରିବାରକୁ ହସ୍ତାନ୍ତର କରିଥିବା ବେଳେ ଅଭିଯୁକ୍ତ ଆଦିତ୍ୟକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।


Discover more from

Subscribe now to keep reading and get access to the full archive.

Continue reading