ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ



କେନ୍ଦ୍ରାପଡା,୨୧ା୪: ବିଶିଷ୍ଟ ଜନନାୟକ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଆଜି କେନ୍ଦ୍ରାପଡା ତିନିମୁହାଣୀସ୍ଥିତ ସ୍ମୃତି ପୀଠରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି ପରିଷଦର ସଭାପତି ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରାଙ୍କ ପୌରୋହିତ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିବା ବେଳେ ଅତିଥି ଭାବରେ ନନ୍ଦକିଶୋର ପରିଡା, ଶତ୍ରୁଘ୍ନ ପାଣ୍ଡବ, ଗଣେଶ୍ୱର ବେହେରା, ଗୟାଧର ଧଳ, ଅଜୟ କୁମାର ସାମଲ, ଆକବର ଅଲ୍ଲୀ, ରାଜେଶ ମହାନ୍ତି, ନାରାୟଣ ପ୍ରସାଦ ପରିଡା, ରମଣୀ ରଞ୍ଜନ ରାଉତରାୟ, ମୁକ୍ତାର ଖାଁ, କୃଷ୍ଣଚନ୍ଦ୍ର ମଲ୍ଲିକ ଓ ରତିକାନ୍ତ ସାମଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ୱର୍ଗତ ପଟ୍ଟନାୟକଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ । ଏଥିସହିତ ସ୍ମୃତି ପରିଷଦର ଚଳିତ ବର୍ଷ ଜାନକୀ ବଲ୍ଲଭ ସାହିତ୍ୟ ସମ୍ମାନ-୨୦୨୪ କେନ୍ଦ୍ରାପଡା ମାଟିର ସୁଯୋଗ୍ୟ ତଥା ସାରସ୍ୱତ ସାଧକ ଅଧ୍ୟାପକ ଡକ୍ଟର ଶତ୍ରୁଘ୍ନ ପାଣ୍ଡବ ଓ ଅଧ୍ୟାପକ ଡକ୍ଟର ପ୍ରକାଶ କୁମାର ପରିଡାଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଉମା ବଲ୍ଲଭ ଜେନା, ସଞ୍ଜୟ ଜେନା, ଡଃ ଗିରୀଶ ପାତ୍ର, ବିପଦ ରଞ୍ଜନ ଦାସ, ପ୍ରଫୁଲ୍ଲ ଦାସ, ଚିତ୍ତରଞ୍ଜନ ମଲ୍ଲିକ, ଜଗତଜୀବନ ଦାସ, ପ୍ରଦ୍ୟୁମ୍ନ ଜେନା, ରମେଶ ଦାସ, ଗୋପିନାଥ ବାରିକ, ମୀର ମୁରସିଦ୍‌, କମଳାକାନ୍ତ ବେହେରା, କୁଳମଣି ମଲ୍ଲିକ, ସୁନୀଲ ମହାପାତ୍ର, ଦୁର୍ଗାପ୍ରସାଦ ପତି, ବିଜୟ କୁମାର ସାହୁ, ବିଶ୍ୱଜିତ୍ ମହାନ୍ତି, କ୍ଷମାନିଧି ସାମଲ, ମଣ୍ଟୁ ସାହୁ, ଦୀପକ କୁମାର ଦାସ, ଜ୍ଞାନରଞ୍ଜନ ସାହୁ, ନିରଞ୍ଜନ ପରିଡା, ଗଦାଧର ମଲ୍ଲିକ, ଉତ୍ତମ ମଲ୍ଲିକ, ସୌମେନ୍ଦ୍ର ପୃଷ୍ଟି, ବାବାଜୀ ଚରଣ ମଲ୍ଲିକ, ମୃତ୍ୟୁଞ୍ଜୟ ସାହୁ, ନରେଶ ଜେନା, ବିଦ୍ୟୁତଲତା ପଲ୍ଲାଇ, ଜନ୍ମେଜୟ ରାଉତ, ଆଶୀଷ ମେକାପ, ନୟନ କିଶୋର ରାଉତ, ଚନ୍ଦ୍ରକାନ୍ତ ବେହେରା, ଲକ୍ଷ୍ମୀଧର ପଲ୍ଲାଇ, ଜିତେନ୍ଦ୍ରନାଥ ମଲ୍ଲିକ, ମଣି ଭଦ୍ର ଓ ସୟଦ ମୁକ୍ତାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ଆତ୍ମା ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading