ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଚୋରାଦେଶୀମଦ ଜବତ , ତଥ୍ୟ ଦେବାକୁ ମନାକଲା ବିଭାଗ



କେନ୍ଦ୍ରାପଡ଼ା,୨୧ା୪: କେନ୍ଦ୍ରାପଡା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଦେଶିମଦ ଜବତ ହୋଇଥିବା ସୂଚନା ମିଳିଛି । ଏକ ବିଶେଷ ସୁତ୍ରରୁ ଖବର ପାଇ କେନ୍ଦ୍ରାପଡା ଅବକାରୀ ବିଭାଗ ଜିଲ୍ଲାର ମହାକାଳପଡାସ୍ଥିତ ସରକାରୀ ଠିପିବନ୍ଦ ମଦ ଦୋକାନ ପାଖ ଏକ ହୋଟେଲ ନିକଟରେ ଥରବା ଏକ ଘରୁ ବିପୁଳ ପରିମାଣର ଦେଶୀମଦ ଜବତ କରିବା ସହ ସେହିସବୁ ଦେଶୀମଦ କାଟୁନକୁ ଏକ ୪୦୭ ମିନି ଟ୍ରକ୍‌ରେ ବୋଝେଇ କରି କେନ୍ଦ୍ରାପଡା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ନେଇ ଆସିଥିଲେ । ପ୍ରାୟ ୧୫୦ପେଟି ଚୋରାଦେଶୀମଦ ଅବକାରୀ ବିଭାଗ ଜବତ କରିଥିବା ଜଣାପଡିଛି । ଏଥିସହିତ ଦୁଇ ଜଣ ଖୁଚୁରା ଦେଶୀମଦ ଚୋରାବେପାରୀଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରି କେନ୍ଦ୍ରାପଡାକୁ ଆଣିଛନ୍ତି । ମଦ ଜବତ ସମୟରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ସିଭିଲ ଡ୍ରେସରେ ଥିବା ଦେଖିବାକୁ ମିଳିଥିଲା । ସବୁଠୁ ଆଶ୍ଚର୍ଯ୍ୟ ଜନକ ବିଷୟ ହେଉଛି ଜବତ ବେଳେ ମହାକାଳପଡାରେ ଉପସ୍ଥିତ ପୁରୁଷ ଓ ମହିଳା ଅଧିକାରୀ ଚୋରା ଦେଶୀମଦ ଜବତ ସମ୍ପର୍କରେ କେନ୍ଦ୍ରାପଡାରେ ସୂଚନା ଦିଆଯିବ ବୋଲି ସାମ୍ବାଦିକମାନଙ୍କୁ କହିଥିବା ବେଳେ କେନ୍ଦ୍ରାପଡାରେ ପହଞ୍ଚିବା ପରେ ଚୋରାଦେଶୀମଦ ଜବତ ସମ୍ପର୍କରେ କୈାଣସି ସୂଚନା ଦେବାକୁ ମନାକରିଦେଇଥିଲେ । ନିକଟରେ କେନ୍ଦ୍ରାପଡାର ପୂର୍ବତନ ଅବକାରୀ ଅଧିକ୍ଷକ ଦେବୀ ପ୍ରସାଦ ମିଶ୍ରଙ୍କୁ ଲାଞ୍ଚମାଗିବା ଘଟଣାରେ ନିଲମ୍ବିତ କରାଯାଇଥିବା ବେଳେ ଏବେ ଅବକାରୀ ବିଭାଗର ଅଧସ୍ତନ ଅଧିକାରୀଙ୍କ ଚୋରା ମଦ ଜବତ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ନଦେବା ଘଟଣା ସାଧାରଣରେ ଅବକାରୀ ବିଭାଗର କାର୍ଯ୍ୟକଳାପ ପ୍ରତି ସନ୍ଦେହ ସୃଷ୍ଟି କରିଛି ।


Discover more from

Subscribe now to keep reading and get access to the full archive.

Continue reading