ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଶୁଭ ଆବିର୍ଭାବ ମହୋତ୍ସବ ଉଦଯାପିତ



କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବପୁରାତନ ଆଧ୍ୟାତ୍ମିକ ପୀଠ ପଟ୍ଟାମୁଣ୍ଡାଇ ରାଧାରମଣ ମଠରେ ପ୍ରଭୁ ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଶୁଭ ଆବିର୍ଭାବ ମହୋତ୍ସବ ଉଦଯାପିତ ହୋଇଯାଇଛି । ପୁରୀ ଗୋବର୍ଧନ ପୀଠର ସନ୍ଥ ସଂରକ୍ଷକ ସ୍ୱାମୀ ଅସୀମାନନ୍ଦ ଦାସମହାରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପ୍ରଭୁ ରାଧାରମଣ ଦେବ, ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା, ଗୋପେଶ୍ୱର ମହାଦେବ ଓ ପ୍ରଭୁ ହନୁମାନଜୀଉଙ୍କ ଯଥାରୀତି ପୂଜାର୍ଚନା ସହ ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି ଉପଲକ୍ଷେ ନବରାତ୍ର ନାମସଂକୀର୍ତନ ଯଜ୍ଞ କରାଯାଇଥିଲା ହୋଇଛି । ଗତ ୪ତାରିଖରେ ନବରାତ୍ର ନାମସଂକୀର୍ତନ ଯଜ୍ଞ ୫ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ଚୈତନ୍ୟ ଭାଗବତ ପାଠ,୧୦ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ନାମସଂକୀର୍ତନ ଓ ୧୪ତାରିଖରେ ନଗରକୀର୍ତନ,ଶତଷ୍ଟୋତର ନୂତନ ଘଟ ଦ୍ୱାରା ଶ୍ରୀ ଶ୍ରୀ ରାଧାରମଣ ଦେବଙ୍କ ଅଭିଷେକ, ଗୁଣାନୁକୀର୍ତନ ଓ ଭୋଗାରଧନା ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ପରେ ମହୋତ୍ସବ ଉଦଯାପିତ ହୋଇଛି । ନବ ଦିନ ବ୍ୟାପି ଆୟୋଜିତ ମହାର୍ଘ୍ୟ କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥ, ପଣ୍ଡିତ ବିଦ୍ୱାନ ଓ ବେଦଜ୍ଞ ବ୍ରାହ୍ମଣ ସମେତ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ନାମସଂକୀର୍ତନ କରିବା ସହିତ ଭଗବାନ ଆଶୀର୍ବାଦ ଭିକ୍ଷା କରିଥିଲେ । ପ୍ରତ୍ୟେହ ମଧ୍ୟାହ୍ନ ଓ ରାତ୍ରିରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଆନନ୍ଦବଜାରରେ ପ୍ରସାଦ ସେବନ ଏକ ଭିନ୍ନ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ବହୁ ସାଧୁ ସନ୍ଥ, ବିଦ୍ୱାନ, ପଣ୍ଡିତ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ନିରାକାର ପଣ୍ଡା, ଅମ୍ବୁଜ ଭୂଷଣ ନାୟକ, ମୃତ୍ୟୁଞ୍ଜୟ ସୂତାର, ଭୋଳାନାଥ ପାଣ୍ଡେ, ରତ୍ନେଶ ସାହୁ, ରାଧାରମଣ ପ୍ରସାଦ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading