ଗାଁ ସାଥୀଙ୍କ ସାଂଗଠନିକ କର୍ମଶାଳା , ଆସନ୍ତା ମଇ୨୨ରେ ହେବ ଶପଥ ସମାବେଶ


କେନ୍ଦ୍ରାପଡ଼ା, ୨୨ା୪: ଗାଁ ସାଥୀ(ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡିଶା ପ୍ରଦେଶ ଶାଖାର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ସଂଘର ସଭାପତି ଅନିଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗରାପୁରସ୍ଥିତ ଶ୍ରୀ ଗୋପାଳଜୀୟୁଙ୍କ ମନ୍ଦିର ପରିସରରେ ଜି୍‌ଲ୍ଲା ଓ ବ୍ଲକ କମିଟିର ଶତାଧିକ ସଭ୍ୟସଭ୍ୟାଙ୍କୁ ନେଇ ଏକ ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଗଠନର ରାଜ୍ୟ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଯୋଗ ଦେଇଥିଲେ । ବୈଠକରେ ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇ ବାର୍ଷିକ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇଥିଲା । ସଂଗଠନର ଜିଲ୍ଲା ଓ ବ୍ଲକ କମିଟିଗୁଡିକର ପୁନର୍ଗଠନ କରାଯାଇଥିଲା । ଏହି ବୈଠକରେ ମୁଖ୍ୟତଃ ତିନୋଟି ପ୍ରସଙ୍ଗ ବିଷୟରେ ଗଣମାଧ୍ୟମକୁ ଜଣାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା । ପ୍ରଥମରେ ଜିଲ୍ଲାରେ ଗତ ଚାରିବର୍ଷ ଧରି ହଜାର ହଜାର ଗାଁ ସାଥୀ(ମେଟ୍‌) ମନରେଗା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) କାର୍ଯ୍ୟ କରି ମଧ୍ୟ ସେମାନଙ୍କର ପ୍ରାପ୍ୟ ଏଯାବତ୍ ପାଇନାହାଁନ୍ତି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମଧ୍ୟ କୌଣସି ବ୍ଲକରେ କିଛି ବି ଫଳାଫଳ ହୋଇନାହିଁ । ଏଣୁ ଏ ବାବଦରେ ତୁରନ୍ତ ଲେବର କୋର୍ଟରେ ହଜାର ହଜାର ସଂଖ୍ୟାରେ ଦ୍ୱାରସ୍ଥ ହେବା ପାଇଁ ବିଗତ ବୈଠକ ଅନୁଯାୟୀ ସଂଘ ନିଷ୍ପତ୍ତି ଗ୍ରହଣ କରିଛି । ଦ୍ୱିତୀୟରେ ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସଂଘର ଜିଲ୍ଲା ଓ ବ୍ଲକ ସ୍ତରର ସମସ୍ତ କେନ୍ଦ୍ରାପଡାର ବର୍ତ୍ତମାନ ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ମିଳିତ ଭାବେ ସାକ୍ଷାତ ନିମନ୍ତେ ସ୍ଥାନ ସମୟ ସ୍ଥିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ବିଶ୍ୱାଳଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା । ସେହି ମିଳିତ ସାକ୍ଷାତ ସମୟରେ ସଂଘ ପକ୍ଷରୁ କିଛି ନିବେଦନ ଶ୍ରୀ ପଣ୍ଡାଙ୍କ ନିକଟରେ ରଖାଯିବ । ଯଦି ତାହାର ସାକାରତ୍ମକ ଶୁଣାଣି ହୁଏ ତେବେ ଜିଲ୍ଲାର ସମସ୍ତ ଗାଁ ସାଥି(ମେଟ) ମାନେ ଗୁଣ୍ଡୁଚି ମୂଷାର ଭୂମିକା ଗ୍ରହଣ କରି ଶ୍ରୀ ପଣ୍ଡା ମହୋଦୟଙ୍କୁ କେନ୍ଦ୍ରାପଡାର ସାଂସଦ ଭାବରେ ବିଜୟୀ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରିବେ । ନଚେତ୍ ସଂଘ ତାହାର ନିଷ୍ପତ୍ତିର ବିକଳ୍ପ ବିଚାର କରିବା ପାଇଁ ବାଧ୍ୟ ହେବ ବୋଲି ସଂଘର ରାଜ୍ୟ ସଭାପତି ଶ୍ରୀ ବିଶ୍ୱାଳ ଜଣାଇଛନ୍ତି । ତୃତୀୟରେ ଚଳିତବର୍ଷ ମଇ ମାସ ୨୨ତାରିଖ ସକାଳ ୮ଘଟିକା ସୁଧା କେନ୍ଦ୍ରାପଡା ସଂସଦିୟ କ୍ଷେତ୍ରର ସମସ୍ତ ଗାଁ ସାଥି(ମେଟ୍‌) ଓ ଉପକୂଳବର୍ତ୍ତୀ ଓଡିଶାର ସମସ୍ତ ଜିଲ୍ଲା ଓ ବ୍ଲକ କର୍ମକର୍ତ୍ତାମାନେ ସ୍ଥାନୀୟ ଶ୍ରୀ ବଳଦେବଜୀୟୁଙ୍କ ମନ୍ଦିରଠାରେ ପହଞ୍ôଚ ଏକ ବିଶାଳ ଶପଥ ସମାରୋହ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସେଠାରେ ନିର୍ବାଚନ ପରିପ୍ରେକ୍ଷୀରେ ସଂଘର ପଦକ୍ଷେପକୁ ସ୍ପଷ୍ଟ କରାଯିବ । ଏଥିପାଇଁ ଚଳିତ ଅପ୍ରେଲ ୨୮ ତାରିଖ ସକାଳ ୯ ଘଟିକାରେ ସ୍ଥାନୀୟ ଗରାପୁରସ୍ଥିତ ଶ୍ରୀ ଗୋପାଳଜୀୟୁଙ୍କ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ କରାଯିବା ପାଇଁ ସଂଘ ସ୍ଥିର କରିଛି । ଏହି ସମାବେଶରେ ସମ୍ପାଦକ ବିଜୟ କୁମାର ବେହେରା, ଉପେନ୍ଦ୍ର କୁମାର ସାହୁ, ନିରଞ୍ଜନ ମଲ୍ଲିକ, ପ୍ରଶାନ୍ତ କୁମାର ଦାସ, ବରଦା କାନ୍ତ ପାତ୍ର, ମମତା ନାୟକ, ଜ୍ୟୋସ୍ନାରାଣୀ ଜେନା, ସରୋଜ ବେହେରା, ରଶ୍ମିତା ପୃଷ୍ଟି, ଶିଶିର ଦାସ, ଇନ୍ଦ୍ରମଣୀ ସାହୁ, ପ୍ରମୋଦ ରାଉତ, ରାଜୀବ ସାହୁ, ଅନୁକମ୍ପା ସାହୁ, ଅନିତା ଦାସ, କୌଶଲ୍ୟା, ସୁରେଶ ସାମଲ, ପ୍ରତାପ ପଢିହାରୀ, କବିର ବସନ୍ତିଆ, ସୁବାଷ ପରିଡା, ନରହରି ଜେନା, ମନୋଜ ସାହୁ, ଜଳଧର ଓଝା, ଭାନୁମତି ଦାସ, ବନିତା ଓଝା, ନଳିନୀକାନ୍ତ ଖୁଣ୍ଟିଆ, ନିତ୍ୟ ସୁନ୍ଦର ଜେନା, ଶଶିଭୂଷଣ ରାଉତ, ରବିନ୍ଦ୍ର ରାଉତ ପ୍ରମୁଖ ଶତାଧିକ ଜିଲ୍ଲା ଓ ବ୍ଲକ କର୍ମକର୍ତ୍ତାମାନେ ଏହି ସମାବେଶରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading