ବିଜେପିରେ ଯୋଗଦେଲେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ



କେନ୍ଦ୍ରାପଡା,୨୨ା୪ : କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆଜି ବିଜେପିରେ ଯୋଗ ଦେଇଛନ୍ତି । ସେ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେପିର ପ୍ରାର୍ଥୀ ହେବେ ବୋଲି ଶୁଣା ଯାଉଛି । ଭାରତୀୟ ଜନତା ପାର୍ଟିରୁ ରାଜନୀତି ଆରମ୍ଭ କରିଥିବା ଶ୍ରୀମତୀ ସେଠୀ ବିଜେପି -ବିଜେଡି ମେଣ୍ଟସମୟରେ ଗତ ୨୦୦୨ମସିହାରେ ବିଜେପିରୁ କେନ୍ଦ୍ରାପଡା ଜିଲ୍ଲା ପରିଷଦର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଶ୍ରୀମତୀ ସେଠୀ କେନ୍ଦ୍ରାପଡା ବିଧାନସଭା ଆସନରୁ ବିଜେପି ଦଳରୁ ପ୍ରାର୍ଥୀ ହେବାକୁ ଦାବିଦାର ଥାଇ ବିଫଳ ହୋଇଥିଲେ । ଏହାପରେ ଶ୍ରୀମତୀ ସେଠୀ ବିଜେପି ରାଜନୀତିରୁ ଦୂରେଇ ଯାଇ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଛାଡି ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ଗତ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଡେରାବିଶ ବ୍ଲକରୁ ବିଜେଡି ଟିକେଟରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । ଶ୍ରୀମତୀ ସେଠୀଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ୨୦୨୪ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ବିଜେଡି ଟିକଟରେ ପ୍ରାର୍ଥୀ ହେବାକୁ ସେ ଜୋରଦାର ଲବି କରି ବିଫଳ ହୋଇଥିଲେ । ମାତ୍ର ଦୁଇଦିନ ପୂର୍ବରୁ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ବିଜେଡି କଂଗ୍ରେସରୁ ଯାଇ ବିଜେଡିରେ ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନାମ ଘୋଷଣା କରିଥିଲା । ପ୍ରାର୍ଥୀ ଘୋଷଣାର ଗୋଟିଏ ଦିନ ପରେ ଅନ୍ୟତମ ବିଜୁ ଜନତା ଦଳର ଆଶାୟୀ ପ୍ରାର୍ଥୀ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗଦେଇଥିଲେ । ଶ୍ରୀମତୀ ମଲିକଙ୍କ ନାମ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେପି କେନ୍ଦ୍ରାପଡା ବିଧାନସଭା ପାଇଁ ପ୍ରାର୍ଥୀ ଖୋଜୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସେଠୀ ଆଜି ବିଜେଡିରୁ ଇସ୍ତଫା ଦେବାର ଦୁଇଘଣ୍ଟା ପରେ ବିଜେପିରେ ଯୋଗ ଦେଇଛନ୍ତିି । ବିଜେପି ପକ୍ଷରୁ କେନ୍ଦ୍ରାପଡା ବିଧାନସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିନଥିବାରୁ ଶ୍ରୀମତୀ ସେଠୀଙ୍କ ନାମ ଏହି ଆସନ ପାଇଁ ଘୋଷଣା କରାଯାଇପାରେ ବୋଲି ଆଲୋଚନା ହେଉଛି ।


Next Post

ଗାଁ ସାଥୀଙ୍କ ସାଂଗଠନିକ କର୍ମଶାଳା , ଆସନ୍ତା ମଇ୨୨ରେ ହେବ ଶପଥ ସମାବେଶ

Tue Apr 23 , 2024
କେନ୍ଦ୍ରାପଡ଼ା, ୨୨ା୪: ଗାଁ ସାଥୀ(ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଓଡିଶା ପ୍ରଦେଶ ଶାଖାର ଆହ୍ୱାନ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଶାଖା ସଂଘର ସଭାପତି ଅନିଲ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗରାପୁରସ୍ଥିତ ଶ୍ରୀ ଗୋପାଳଜୀୟୁଙ୍କ ମନ୍ଦିର ପରିସରରେ ଜି୍‌ଲ୍ଲା ଓ ବ୍ଲକ କମିଟିର ଶତାଧିକ ସଭ୍ୟସଭ୍ୟାଙ୍କୁ ନେଇ ଏକ ସାଂଗଠନିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଗଠନର ରାଜ୍ୟ ସଭାପତି ଲକ୍ଷ୍ମୀଧର […]

KANIKA