ପଟ୍ଟାମୁଣ୍ଡାଇ ମୈଦାନକୁ ଓହ୍ଲାଇଲେ ବୈଜୟନ୍ତ



ପଟ୍ଟାମୁଣ୍ଡାଇ ୨୨/୪ ଅନନ୍ତ ଦାଶ -କେନ୍ଦ୍ରାପଡ଼ା ଲୋକସଭା ଭାଜପା ପ୍ରାର୍ଥୀ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସୋମବାର ପଟ୍ଟାମୁଣ୍ଡାଇରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ପ୍ରଥମେ ବେଲତଳ ଗ୍ରାମକୁ ଯାଇ କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ଭାଇ ରବି ବଲ୍ଲଭ ନାୟକ ପରଲୋକ ହୋଇଥିବାରୁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସେହିପରି ଭାଜପା ନେତା ଚନ୍ଦନ ପାତ୍ରଙ୍କ ପିତା ଗୁରୁ ଚରଣ ପାତ୍ରଙ୍କ ପରଲୋକ ହୋଇ ଥିବାରୁ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହାପରେ ସାଂସଦ ପାର୍ଥୀ ପଣ୍ଡା କଖାରୁଣୀ ଗ୍ରାମକୁ ଯାଇ ଜ୍ୱରରେ ମୃତ୍ୟୁ ହୋଇଥିବା ଚିନୁ ମଲିକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏଥି ସହିତ କ୍ୟାନ୍ସର ରୋଗରେ ପୀଡିତ ଭାଜପା ନେତା ରତି ରଞ୍ଜନ ପଟ୍ଟନାୟକଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେବା ସହିତ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଶେଷରେ ଚଣ୍ଡିଖୋଲରେ ମୋଦିଙ୍କ ଶୋଭାଯାତ୍ରା ବେଳେ ମୃତ୍ୟୁବରଣ କରିଥିବା ସାଉଁଟି ସେଠୀଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ । ପୂର୍ବତନ ସାଂସଦ ବୈଜୟନ୍ତଙ୍କ ସହିତ ଜିଲ୍ଲା ଭାଜପା ଉପସଭାପତି ଆଡ଼ଭୋକେଟ ସଞ୍ଜୟ ସାହୁ, ନଗର ଭାଜପା ପ୍ରଭାରୀ ସୁଶୀଲ ପରିଡା, ନଗର ମହିଳା ଭାଜପା ସଭାନେତ୍ରୀ ରଶ୍ମିତା ସାହୁ, ଯୁବନେତା ସମୀର ପାତ୍ର, ପରେଶ ସାହୁ, ସୁଧାଂଶୁ ଜେନା, ସଂଘମିତ୍ରା ସ୍ୱାଇଁ, ରବୀନ୍ଦ୍ର ବିଶ୍ୱାଳ ଓ ରାଧାମୋହନ ଦାଶ ପ୍ରମୁଖ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେବେ କଖାରୁଣୀ ଗ୍ରାମରେ କିଛି ଭାଜପା କାର୍ଯ୍ୟକର୍ତା ରାଜନଗର ଭାଜପା ପ୍ରାର୍ଥୀତ୍ୱ ଉପରେ ପୁନଃ ବିଚାର କରିବାକୁ ପଣ୍ଡାଙ୍କ ନିକଟରେ ଦାବୀ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading