ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ୮୬ତମ ଜୟନ୍ତୀ ପାଳିତ


କେନ୍ଦ୍ରାପଡା,୨୩ା୪: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ୮୬ତମ ଜୟନ୍ତୀ ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି କରୁଣାକର ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କଣ୍ଠଶିଳ୍ପୀ ଗୋଲୋକ କୁମାର ସେଠୀ ଆବାହନୀ ସଙ୍ଗୀତ ଗାନ କରିଥିଲେ । ଅଣୁକବି ଜୟନ୍ତୀ ଅବସରରେ ଅତିଥିମାନେ ବ୍ରହ୍ମାନନ୍ଦ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ସାହିତ୍ୟ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ ବ୍ରହ୍ମାନନ୍ଦ ଦାସଙ୍କ ସାହିତ୍ୟ କୃତି ଓ ସମାଜ ପ୍ରତି ଥିବା ଅତୁଳନୀୟ ଅବଦାନ ସମ୍ପର୍କରେ ଅଲୋଚନା କରିଥିଲେ । ସାହିତ୍ୟ ସଂସଦର ଉପସଭାପତି ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାଶ, ପ୍ରେମଲତା ଗିରି ଓ ପାର୍ବତୀ ନାୟକ ବ୍ରହ୍ମାନନ୍ଦ ଦାସ ଓ ସାହିତ୍ୟ ସଂସଦର ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ଯୋଗଦାନ କରି କହିଲେ ବ୍ରହ୍ମାନନ୍ଦ ଦାସ ସାହିତ୍ୟିକ ନଥିଲେ, ସେ ଜଣେ ସମାଜ ସଂସ୍କାରକ ଥିଲେ । ମୁଖ୍ୟବକ୍ତା ଭାବରେ ତୁଳସୀ ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଜୟ କୁମାର ସାମଲ ଯୋଗଦେଇ କହିଲେ ବ୍ରହ୍ମାନନ୍ଦ ଦାସ ଶିକ୍ଷା ଓ ଶିକ୍ଷକଙ୍କ ସମସ୍ୟା ନେଇ ସାତଦିନ କାରାବରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତୀର୍ଥର ସଭାପତି ଅମର ପ୍ରସାଦ ରାଉତ, ସମ୍ପାଦକ ମନ୍ମଥ ବରାଳ, ଅଭୟା ଲେଖିକା ସଂସଦର ସଭାପତି ଲେଖିକା ବାସନ୍ତୀ ଦାସ, ଆମ ଗାଁ ସାହିତ୍ୟ ପରିଷଦର ସମ୍ପାଦକ ସ୍ୱପ୍ନାଂଶୁ କୁମାର ଦାସ, ରଞ୍ଜନ କୁମାର ବାଇ, ଅଜୟ କୁମାର ପାତ୍ର, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ନୃସିଂହ ଚରଣ ତ୍ରିପାଠୀ, ମଧୁସୂଦନ ଗେରୁ, ଅମୀୟ କୁମାର ନାୟକ, ଶରତ କୁମାର ରାଉତ, ସନ୍ତୋଷ ପୋଥାଳ ପ୍ରମୁଖ ଯୋଗଦାନ କରି ବ୍ରହ୍ମାନନ୍ଦ ଦାସଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କରି କହିଲେ ବ୍ରହ୍ମାନନ୍ଦ ଦାସ ଥିଲେ କେନ୍ଦ୍ରାପଡା ପ୍ରତ୍ୟେକ ସାହିତ୍ୟ ଅନୁଷ୍ଠାନର ସ୍ରଷ୍ଟା । କବି ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ବ୍ରହ୍ମାନନ୍ଦ ଦାସଙ୍କ କବିତାଗୁଡିକୁ କବିମାନେ ପାଠ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading