
କେନ୍ଦ୍ରାପଡା ୨୬/୪ – ଦୁର୍ଘଟଣା ବଶତଃ ଚଳନଶକ୍ତି ହରାଇଥିବା ମଣିଷ ଭିତରେ ପ୍ରତିଭାର ସୁପ୍ତ ପ୍ରାଚୁର୍ୟ୍ୟ ଅନାବିସ୍କୃତ ହୋଇ ରହିଥାଏ । ଯଦି ତାକୁ ପ୍ରୋତ୍ସାହନ ଓ ସହାୟକ ଗତିଶୀଳତା ମିଳେ ତେବେ ସେ ନିଜ ସାମର୍ଥ୍ୟ ପ୍ରତିପାଦିତ କରିପାରେ । ଏହି ପରି ଜଣେ ସମ୍ଭାବନାମୟ ମହାକାଳପଡ଼ାର ଚଳନ ଶକ୍ତି ବାଧିତ ପାରା କ୍ରୀଡାବିତ୍ ପ୍ରଶାନ୍ତ କୁମାର ନାୟକଙ୍କୁ ମାଡ୍ରାସ ଆଇଆଇଟି ଦ୍ୱାରା ବିକଶିତ ଅତ୍ୟାଧୁନିକ ନିଉମୋସନ ମୋଟର ରାଇଜ ହୁଇଲ ଚେୟାର ଜିଲ୍ଲାରେ ଭିନ୍ନକ୍ଷମଙ୍କ ପାଇଁ କାର୍ଯରତ ପୁନର୍ବାସ ତରଫରୁ ପ୍ରଦାନ କରାଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିଶିଷ୍ଟ କଥାକାର ଡକ୍ଟର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ନନ୍ଦ କିଶୋର ପରିଡା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୁପକ୍ଷଲି ପ୍ରିୟଦର୍ଶିନୀ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଦାନ କରିଥିଲେ । ଅନୁଷ୍ଠାନର ନିଜସ୍ୱ ପାଣ୍ଠିରୁ ପ୍ରଦାନ କରାଯାଇଥିବା ଏହି ଅତ୍ୟାଧୁନିକ ନିଓମୋସନ ମୋଟର ହୁଇଲ ଚେୟର ଦ୍ୱାରା ପ୍ରଶାନ୍ତ ନାୟକଙ୍କ କ୍ରୀଡା ଓ ବୃତ୍ତିଗତ ଜୀବନ ଅଧିକ ସୁଗମ ହେବକ୍ଷ ସହ ଆର୍ôଥକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହୋଇ ସମାଜରେ ନିଜକୁ ପ୍ରତିଷ୍ଟିତ କରିପାରିବେ ବୋଲି ମତ ରଖିବା ସହ ପୁନର୍ବାରର ଏହିଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନରଞ୍ଜନ ତ୍ରିପାଠୀ, ସଭ୍ୟା ଅମରିନ ସାହାଦତ, ଭିନ୍ନକ୍ଷମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱପ୍ନାଂଶୁ କୁମାର ଦାସ, ସଭ୍ୟ ଶିବ ପ୍ରସାଦ ସାମଲ, ପ୍ରାକ୍ତନ୍ ଅଧ୍ୟକ୍ଷ ନିରଞ୍ଜନ ମଙ୍ଗରାଜ, କ୍ଷୀରୋଦ କର ପ୍ରମୁଖ ଉପସ୍ଥିତ ଥିଲେ । ପୁନର୍ବାସ ପକ୍ଷରୁ ବଂଶୀଧର ମହାନ୍ତି, ସଂଯୋଜକ ସଂଜୀବ କୁମାର ଜେନା, ମନୋଜ କୁମାର ମହାନ୍ତି, ଶେଷଦେବ ପ୍ରସାଦ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।











