କେନ୍ଦ୍ରାପଡା( ଲକ୍ଷ୍ମୀକାନ୍ତ ନାୟକ )କେନ୍ଦ୍ରାପଡା ଲୋକସଭାର ଭାଜପା ପ୍ରାର୍ଥୀ ତଥା ହେବି ୱେଟ୍ ନେତା କୁହାଯାଉଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଇଁ ଏବେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି କେନ୍ଦ୍ରାପଡା ବିଧାନସଭା ପ୍ରାର୍ଥୀ ଚୟନ ପ୍ରକ୍ରିୟା । ନିର୍ବାଚନ ଦିନକୁ ଦିନ ଯେତେ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ଚୟନ କରିବା ସେତେ କଷ୍ଟକର ବ୍ୟାପାର ହେଉଛି ବୋଲି ବୈଜୟନ୍ତ କହିଛନ୍ତି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ୭ଟି ବିଧାନ ସଭା ଆସନ ଭିତରୁ ଭାଜପା ଦଳ ବୈଜୟନ୍ତଙ୍କ ସୁପାରିସ କ୍ରମେ ପ୍ରାୟ ୫ଟି ଆସନରେ ପ୍ରାର୍ଥୀ ଚୟନ କରି ଟିକେଟ୍ ବଣ୍ଟନ କରି ସାରିଥିବା ବେଳେ ଏପର୍ଯ୍ୟନ୍ତ କେନ୍ଦ୍ରାପଡା ଓ ସାଲେପୁର ଦୁଇଟି ଯାଙ୍କ ଆସନରେ ଦଳ ପକ୍ଷରୁ କୌଣସି ପ୍ରାର୍ଥୀଙ୍କୁ ଟିକେଟ୍ ବଣ୍ଟା ଯାଇନାହିଁ । ଟିକେଟ ବଣ୍ଟାକୁ ନେଇ ଅଡୁଆ ପରିସ୍ଥିତି ବର୍ତ୍ତମାନ ସୃଷ୍ଟି ହୋଇଥିବା ଜଣା ପଡିଛି । କେନ୍ଦ୍ରାପଡା ଆସନରୁ ବିଜେଡି ଦଳଛାଡି ଭାଜପାରେ ମିଶିବା ପରେ ଗୀତାଞଳି ସେଠୀ ଟିକେଟ ପାଇବାକୁ ଦାବିଦାର ରହିଥିବା ବେଳେ ଦଳ କିନ୍ତୁ ତାଙ୍କୁ ସାଥ୍ ଦେଉନଥିବା ଜଣାପଡିଛି । ଏପଟେ କିନ୍ତୁ ଭାଜପାର ଅନ୍ୟ ଏକ ଗୋଷ୍ଠୀ ବିଶିଷ୍ଟ ସମାଜସେବୀ ଓ ଭାଜପା ନେତା ଶଶାଙ୍କ କୁମାର ଜେନା(ମଣ୍ଟୁ)ଙ୍କୁ କେନ୍ଦ୍ରାପଡା ବିଧାନସଭା ଆସନ ନିମନ୍ତେ ଭାଜପା ଦଳ ତରଫରୁ ଟିକେଟ ଦେବାଲାଗି ସଂଘ ପକ୍ଷରୁ ନେତ୍ରୁ ମଣ୍ଡଳିଙ୍କ ଜରିଆରେ ବୈଜୟନ୍ତଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିବା ଜଣାପଡିଛି । ଯଦି ଆଗାମୀ ଦିନରେ ବୈଜୟନ୍ତ ଶଶାଙ୍କ ଜେନା ଓରଫ୍ ମଣ୍ଟୁକୁ ଟିକେଟ ନଦିଅନ୍ତି ତେବେ ଜିଲ୍ଲା ସଂଘ ପକ୍ଷରୁ ସଂସଦୀୟ କ୍ଷେତ୍ରରେ ବୈଜୟନ୍ତଙ୍କୁ କୌଣସି ସାହାଯ୍ୟ ସହଯୋଗ କରାଯିବ ନାହିଁ ବୋଲି ରୋକ ଠୋକ ଧର୍ମରକ୍ଷା ସେନା, ବିଶ୍ୱହିନ୍ଦୁ ପରିଷଦ ଓ ବଜରଂଗ ଦଳ ପକ୍ଷରୁ ମନା କରି ଦିଆଯାଇଛି । ଯାହାକୁ ନେଇ ବୈଜୟନ୍ତ ଏବେ ହରଡ ଘଣାରେ ପଡିଯାଇଛନ୍ତି । କାହାକୁ ଦେବେ ଟିକଟ, ଗୀତାଞଳି ସେଠୀ ନା ଶଶାଙ୍କ ଜେନା ଓରଫ୍ ମଣ୍ଟୁଙ୍କୁ । ଅପର ପକ୍ଷରେ ଜିଲ୍ଲାପରିଷଦ ସଭାପତି ଭଳି ଏକ ବଡ ପଦବୀ ସହ ଶାସକ ଦଳ ଛାଡି ବିଜେପିରେ ମିଶିଥିବା ଗୀତାଞ୍ଜଳିଙ୍କୁ ଟିକେଟ୍ ଦେବାକୁ ତାଙ୍କୁ ସଲାସୁତୁରା କରି ଦଳକୁ ଆଣିଥିବା ଗୋଷ୍ଠୀ ବୈଜୟନ୍ତଙ୍କ ଉପରେ ମଧ୍ୟ ଚାପ ପକାଉଛନ୍ତି । ତେବେ ଦେଖିବାକୁ ଯାହା ବାକି ରହିଲା ହାଇ କମାଣ୍ଡଙ୍କ ଆଦେଶକୁ । ବର୍ତ୍ତମାନ କୁହାଯାଉଥିବା ବିଧାନସଭା ଆସନରୁ ଯଦି ଭାଜପା ଦଳ ମୁଖ୍ୟ ଦାବିଦାର ଶଶାଙ୍କ କୁମାର ଜେନାଙ୍କୁ ପ୍ରାର୍ଥୀ ରୂପେ ଦଳିୟ ଟିକେଟ ଦେଇ ଚୟନ ନକରେ ତେବେ ଆଗାମୀ ନିର୍ବାଚନରେ ବୈଜୟନ୍ତଙ୍କୁ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ମହଙ୍ଗା ପଡିବ ବୋଲି ଏବେ ଠାରୁ ବିଜେପି ଦଳରେ ଅଡୁଆ ପରିସ୍ଥିତି ଓ ଗୋଷ୍ଠୀ କନ୍ଦଳ ସୃଷ୍ଟିକାରୀଙ୍କ କଥାରୁ ସ୍ପଷ୍ଟ ବାରିହୋଇ ପଡୁଛି ।
kanikanews.in
Next Post
ଭାଜପା ପ୍ରତି ସମର୍ଥନ ଉତ୍ସାହଜନକ : ଲଳିତ ବେହେରା
Fri Apr 26 , 2024
ଆଗାମୀ ସାଧାରଣ ନିର୍ବାଚନରେ ଉଭୟ କେନ୍ଦ୍ରାପଡ଼ା ଲୋକସଭା ଓ ରାଜନଗର ବିଧାନସଭା ଆସନରେ ଭାଜପା ପ୍ରତି ଜନସମର୍ଥନ ଉତ୍ସାହଜନକ ବୋଲି ଆଜି ପଟ୍ଟାମୁଣ୍ଡାଇ ଭାଜପା କାର୍ଯ୍ୟାଳୟରେ ଭାରତିୟ ଜନତା ପାଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜନଗର ଆସନ ଭାଜପା ପ୍ରାର୍ଥୀ ଯୁବନେତା ଲଳିତ ବେହେରା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅବ କି ବାର ୪୦୦ ପାର ନାରା ପ୍ରତି ଜନସମର୍ଥନ […]

You May Like
- 7 months ago
ଏମଏନ ହାଇସ୍କୁଲରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ