ବଡ଼ମୋହନପୁରରେ ବିଜେଡି ମିଶ୍ରଣ ପର୍ବ



କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡ଼ମୋହନପୁର ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ କୋଟି କୋଟି ଟଙ୍କା ବ୍ୟୟରେ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଉଭୟ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଭିନ୍ନ ବର୍ଗ ସମେତ ଆଂଚଳିକ ବିକାଶ ବିଜେଡିର ଏକମାତ୍ର ପରିଚୟ ହୋଇଥିବାରୁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଡବଲ ଶଙ୍ଖରେ ଭୋଟ ଦେଇ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ରାଜନଗର ବିଧାୟକ ପ୍ରାର୍ଥୀ ଧ୍ରୁବ ସାହୁଙ୍କୁ ରେକର୍ଡ ବ୍ୟବଧାନରେ ବିଜୟୀ କରିବାକୁ ନିବେଦନ କରିଥିଲେ । ୧୭ନଂ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ, ପୂର୍ବତନ ସରପଂଚ ରବୀନ୍ଦ୍ର ବେହେରା, ବରିଷ୍ଠ ନେତା ନିମାଇ କର, ପରମାନନ୍ଦ ପଲାଇ ପ୍ରମୁଖ ଭାଷଣ ଦେଇ ଉଭୟ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତମୁଠାକୁ ଟାଣ କରିବାକୁ ନିବେଦନ କରିଥିଲେ । ଶେଷରେ ରବୀନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ । ଏଥିରେ କଂଗ୍ରେସ ସମେତ ବିଭିନ୍ନ ଦଳର ନେତା ଓ କର୍ମୀଙ୍କୁ ଦଳୀୟ ଉତରୀୟ ପ୍ରଦାନ କରାଯାଇ ବିଜେଡିରେ ସାମିଲ କରାଯାଇଥିଲା ।


Next Post

ଭାରତରେ ଗରିବ ମାପକ ମାନଦଣ୍ଡରେ ପରିବର୍ତ୍ତନ , ଦାରିଦ୍ର୍ୟ ଦୂରୀକରଣର ନେଇ ତ୍ରୁଟିପୂର୍ଣ୍ଣ ଦାବି

Sun Apr 28 , 2024
(ରଶ୍ମିତା ସେଠୀ) ଦରିଦ୍ରତାଙ୍କୁ ନେଇ ଦୀର୍ଘଦିନ ହେଲା ଦେଶରେ ବିତର୍କ ଚାଲୁଥିବା ବେଳେ ଦରିଦ୍ର କାହାକୁ କୁହାଯିବ ଓ ସେମାନଙ୍କ ସଂଖ୍ୟା କେତେ ସେନେଇ ପ୍ରଶ୍ନ ଉଠୁଛି । କେଉଁ ସାମାଜିକ ଅର୍ଥନୈତିକ କାରଣରୁ ଦରିଦ୍ରତା ବଢୁଛି ଏବଂ ଦରିଦ୍ରତାରୁ ଲୋକମାନଙ୍କୁ କିପରି ମୁକ୍ତ କରାଯାଇ ପାରିବ ସେନେଇ ସଚେତନ ନାଗରିକ ମାନଙ୍କୁ ବିବ୍ରତ କରୁଛି । ଆମ ଦେଶରେ ଦରିଦ୍ରତାର ଯେ ଆକଳନ ନ ହୋଇଛି, ସେକଥା ନୁହଁ […]

KANIKA