
କେନ୍ଦ୍ରାପଡା, ୨୯/୪: ସୋମବାର ସନ୍ଧ୍ୟା ୭ ଘଟିକା ସମୟରେ ବିଜୁ ଜନତା ଦଳ କେନ୍ଦ୍ରାପଡା ନଗରର ବନ୍ଧୁମିଳନ କାର୍ଯ୍ୟକ୍ରମ ସହରସ୍ଥିତ ଦି ଡେଷ୍ଟିନେସନ୍ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବିଜେଡିର ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ଏବଂ ଦଳର ପୂର୍ବତନ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି ସଭାରେ ପୁରାତନ ଏବଂ ନୂତନ ଭାବେ ଦଳରେ ସାମିଲ ହୋଇଥିବା କାର୍ଯ୍ୟକର୍ତ୍ତାଙ୍କ ପରସ୍ପର ମଧ୍ୟରେ ସୁସମ୍ପର୍କ ରଖି ନିର୍ବାଚନ ଲଢିବା ସମ୍ବନ୍ଧରେ ମୁଖ୍ୟତ ଗୁରୁତ୍ୱ ଦିଆଯାଇଥିଲା । ଏହି ବନ୍ଧୁମିଳନ ସଭାରେ ନଗର ସଭାପତି ଯଯାତି କେଶରୀ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଜିଲ୍ଲା ସଭାପତି ଧିରେନ ସାହୁ ସଭାରେ ସଭାପତିତ୍ୱ କରିଥିଲେ ।

ଏହି ସଭାରେ ପୌରଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ତଥା ଜିଲ୍ଲା ନିର୍ବାଚନ ସଂଯୋଜକ ରାଜେଶ ଦାସ, ଉପନଗରପାଳ ଆକବରୀ ଖାତୁନ, ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସଭାପତି ମହମ୍ମଦ ସେକ୍ ଇନାୟତ୍, ନଗର ମହିଳା ବିଜେଡି ସଭାପତି ସ୍ୱୟଂପ୍ରଭା କର ଉପସ୍ଥିତ ଥିଲେ ।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ହିରଣ୍ୟ କୁମାର ପଣ୍ଡା, ନିରାକାର ସ୍ୱାଇଁ, ଶ୍ରୀକାନ୍ତ ପଣ୍ଡା, ଉମେଶ ନାୟକ, ଅଭୟ ବେହେରା, ପ୍ରଦୀପ କୁମାର ଜେନା, ମହମ୍ମଦ ନିୟାଜ୍, ବିଜୟ ଚନ୍ଦ୍ର ପତି, ସଞ୍ଜୟ କୁମାର ଜେନା, ଜ୍ୟୋର୍ତିମୟୀ ମହାପାତ୍ର, ଅକମଲ ଅଲ୍ଲୀ, ବିଭୂତି ପଣ୍ଡା, ଦୁର୍ଗା ପତି, କ୍ଷୀରୋଦ ମେକାପ, ଅକ୍ଷୟ ମେକାପ, ମହେନ୍ଦ୍ର ମିଶ୍ର, ଉମାକାନ୍ତ ସିଂ, ବିଜୟ ମଣ୍ଡଳ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।









