ବିଜେଡିକୁ ଟାର୍ଗେଟ କରି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ । ବର୍ତ୍ତମାନ କେନ୍ଦ୍ରାପଡ଼ାରେ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପର ପର୍ବ ଜାରି ରହିଛି । ଏହି କ୍ରମରେ ଆଜି (ମଙ୍ଗଳବାର) ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଲୋକସଭା ପରିଚାଳନା କମିଟିର ସଂଯୋଜକ ଉପସଭାପତି ସଞ୍ଜୟ ରଥ, ଲୋକସଭା ସଂଯୋଜକ ସୁନାକର ବେହେରା ଓ ମିଡିଆସେଲ ପ୍ରମୁଖ ନେହେରୁ କୁମାର ସାହୁ ଉପସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ କରି କହିଛନ୍ତି ମୁଖ୍ୟତଃ କେନ୍ଦ୍ରାପଡା, ଯାଜପୁର ଓ ଜଗତସିଂହପୁର ଭଳି ତିନୋଟି ଜିଲ୍ଲା ଦେଇ ହରିଦାସପୁର-ପାରାଦ୍ୱୀପ ରେଳ ଲାଇନର କଳ୍ପନା ଅନେକ ଦିନ ତଳେ କରାଯାଇଥିଲା ବେଳେ ୪ ଏପ୍ରିଲ୍ ୧୯୯୯ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପାରାଦ୍ୱୀପ ବନ୍ଦର ମଧ୍ୟ ଦେଇ କଞ୍ଚାମାଲ୍ ପରିବହନ ଆମଦାନୀ ଓ ରପ୍ତାନୀର ସୁଗମ ପରିଚାଳନା ପାଇଁ ଓ କେନ୍ଦ୍ରାପଡା ଅଞ୍ଚଳର ଅର୍ଥନୈତିକ ବିକାଶ ପାଇଁ ଏହାକୁ ବାସ୍ତବ ରୂପ ଦେବା ପାଇଁ କେନ୍ଦ୍ରାପଡାର ତତ୍କାଳୀନ ସାଂସଦ ଓ ଏବର ଭାରତୀୟ ଜନତା ପାର୍ଟିର ସାଂସଦ ପ୍ରାର୍ଥୀ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଅବଦାନ ଅତୁଳନୀୟ ।
୨୦୦୯ରେ କେନ୍ଦ୍ରାପଡା ସାଂସଦ ଭାବରେ କେନ୍ଦ୍ରାପଡା ଜନସାଧାରଣଙ୍କର ପାଇ ନିର୍ବାଚିତ ହେବା ପରଠାରୁ ହରିଦାସପୁର-ପାରାଦ୍ୱୀପ ରେଳ ଲାଇନର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସେ ଅନବରତ ଉଦ୍ୟମ କରିଛନ୍ତି, ଯାହାକି ସାରା ଓଡିଶା ଓ କେନ୍ଦ୍ରାପଡାବାସୀ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି । ୧୯୯୬-୯୭ଠାରୁ ଏହି ପ୍ରକଳ୍ପ ପ୍ରସ୍ଥାବିତ ଥିଲେ ସୁଦ୍ଧା ୨୦୦୯ ପର୍ଯ୍ୟନ୍ତ ରେଳ ଲାଇନର କୌଣସି ଆଖିଦୃଶିଆ କାର୍ଯ୍ୟ ହୋଇନଥିବା ବେଳେ ଜମି ଅଧିଗ୍ରହଣ ସମସ୍ୟା, ପରିବେଶ ମନ୍ତ୍ରଣାଳୟର ମଞ୍ଜୁରୀ ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ନେଇ ପ୍ରକଳ୍ପ ଅଟକି ଥିବା ବେଳେ ୨୦୦୯-୧୦ରେ ବୈଜୟନ୍ତ ପଣ୍ଡା ରେଳ ମନ୍ତ୍ରଣାଳୟ, ପୂର୍ବତଟ ରେଳବାଇ ଓ ମୁଖ୍ୟ ଶାସନ ସଚିବ ସହିତ ବାରମ୍ବାର ଆଲୋଚନା କରିଥିଲେ ଯାହା ଫଳରେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ ହେବାର ତାର ବାଟ ଫିଟିଥିଲା । ଏପରିକି ପ୍ରକଳ୍ପ ଅଞ୍ଚଳରେ ୫ ଏକର ପରିମିତ ଜଙ୍ଗଲ ଜମି ପାଇଁ ପ୍ରକଳ୍ପ ଅଟକି ଥିଲା ବେଳେ ଶ୍ରୀଯୁକ୍ତ ପଣ୍ଡା ୨୦୧୪ରେ ତତ୍କାଳୀନ ପରିବେଶ ମନ୍ତ୍ରଣାଳୟର ପରିବେଶ ମନ୍ତ୍ରୀଙ୍କୁ (ପ୍ରକାଶ ଜାଭେଡେକର)ଙ୍କୁ ଭେଟି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୪ରୁ ୨୦୧୭ ମଧ୍ୟରେ ଶତାଧିକ ସମୀକ୍ଷା ସହ ପ୍ରକଳ୍ପ ଅଞ୍ଚଳର ସମୀକ୍ଷା କରି ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରାପଡାବାସୀଙ୍କର ବହୁ ଦିନର ସ୍ୱପ୍ନକୁ ସାକାର କରିବାରେ ମୁଖ୍ୟ ବିନ୍ଧାଣୀ ପାଲଟି ଥିଲେ ।ଏପରିକି ପ୍ରକଳ୍ପ ସ୍ଥାନରେ ପ୍ରକଳ୍ପର ସମୀକ୍ଷା ଓ ଆକାଶ ମାର୍ଗରୁ ପ୍ରକଳ୍ପର ଅବଲୋକନ ଏକ ଅନନ୍ୟ ପ୍ରୟାସ ଥିଲା । ଯାହା ଏବେ ବି ଜନସାଧାରଣ ମନେରଖିଛନ୍ତି । ଏହି ପ୍ରକଳ୍ପ ରେଳ ବିକାଶ ନିଗମ ଲିଃ ଆର୍.ୟୁ.ଏନ୍.ଏଲ୍ ଓ ଅନ୍ୟାନ୍ୟ କେତୋଟି କମ୍ପାନୀର ଯୌଥ ବା ମିଳିତ ଉଦ୍ୟେଗରେ କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ପୋସ୍କୋ ଏହି ପ୍ରକଳ୍ପରୁ ଓହରିଗଲା ପରେ ପ୍ରକଳ୍ପର ଆର୍ଥୀକ ସ୍ଥିତି ନେଇ ଏକ ସଂକଟ ମଧ୍ୟ ଦେଖା ଦେଇଥିଲା । ଶ୍ରୀଯୁକ୍ତ ପଣ୍ଡା ତତ୍କ୍ଷଣାତ୍ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ନୂଆ ଇକ୍ୱିଟିର ବ୍ୟବସ୍ଥା କରାଇଥିଲେ । ଏହା ଫଳରେ ପ୍ରକଳ୍ପ ଅଧାରୁ ଅଟକି ଥିବା ଆଶଙ୍କା ଦୂରୀଭୁତ ହୋଇଥିଲା । ଆହୁରି ମଧ୍ୟ ଯେଉଁ ଚାଷୀମାନଙ୍କର ବ୍ୟକ୍ତିଗତ ଜମି ଅଧି ଗ୍ରହଣ କରାଯାଇଥିଲା ସେମାନେ କିଭଳି ସେମାନଙ୍କର ଉଚିତ୍ ପ୍ରାପ୍ୟ ପାଇବେ ସେଥିପାଇଁ ସେ ସରକାରୀ ସ୍ତରରେ ଆଲୋଚନା କରିଥିଲେ ଓ ପ୍ରାୟ ୪୨କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିଲା ।ଶ୍ରୀଯୁକ୍ତ ପଣ୍ଡା ହେଉଛନ୍ତି ସେହି ବ୍ୟକ୍ତିତ୍ୱ ଯାହାଙ୍କର କ୍ରମାଗତ ପ୍ରଚେଷ୍ଟା ଓ ଉଦ୍ୟମ ଫଳରେ ୧.୦୪.୨୦୧୯ରେ କେନ୍ଦ୍ରାପଡାର ପ୍ରଥମ ରେଳ ଲାଇନରେ ରେଳର ଟ୍ରାଏଲ ରନ୍ ହେଲା ଦୀର୍ଘ ୧୦ ବର୍ଷର ନିରବଚ୍ଛିନ୍ନ ଉଦ୍ୟମ, ପରିଶ୍ରମ ଓ ବୁଦ୍ଧିମତାର ଇତିହାସ ବୈଜୟନ୍ତ ପଣ୍ଡାଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଲା । ୮୨ କିଲୋମିଟର ବ୍ୟାପୀ ଏହି ରେଳ ଲାଇନରେ ପ୍ରାୟ ୨୦୦୦କୋଟି ଉର୍ଦ୍ଧ୍ୱ ବ୍ୟୟବରାଦରେ ନିର୍ମିତ ହରିଦାସପୁର-ପାରାଦ୍ୱୀପ ରେଳ ଲାଇନ କେବଳ କେନ୍ଦ୍ରାପଡାର ପ୍ରଥମ ରେଳ ଲାଇନ ନୁହେଁ ଏହା କେନ୍ଦ୍ରାପଡାବାସୀଙ୍କର ଅସ୍ମିତାର ଜୟଯାତ୍ରା, କେନ୍ଦ୍ରାପଡାର ଗର୍ବ ଓ ଗୌରବ । ଯସ୍ୱଶୀ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଫଳରେ ଆଜି ଏହି ଲାଇନରେ ପାସେଞ୍ଜର ଟ୍ରେନର ମଧ୍ୟ ଚଳାଚଳ ଆମ ସମସ୍ତଙ୍କ ଏକ ଐତିହାସିକ ମୁହୂର୍ତ୍ତ ।
ଏହି ନିକଟରେ ମହାକାଳପଡାର ବିଧାୟକ ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସଂକ୍ରାନ୍ତରେ ଭ୍ରମାତ୍ମକ ତଥ୍ୟ ଦେଇ ନିର୍ବାଚନ ବେଳେ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଛନ୍ତି ।ମହାକାଳପଡାରେ ଦୀର୍ଘ ୧୫ ବର୍ଷ ଧରି ଶକ୍ତି, ସ୍ୱାସ୍ଥ୍ୟ ଓ ଉଚ୍ଚ ଶିକ୍ଷାର ମନ୍ତ୍ରୀ ଦାୟିତ୍ୱରେ ଥିବା ବେଳେ ଅଳାଇଲୋଠାରେ ୨୦୨୪ରେ ତାପଜ ବିଦ୍ୟୁତ୍ କେନ୍ଦ୍ର, ୨୦୧୯ରେ ଆଖଡାଶାଳିରେ ନଦୀଭିତ୍ତିକ ବନ୍ଦରର ଫଳକ ଆଜି ବି କେବଳ ଫଳକ ପ୍ରହସନରେ ପରିଣତ ହୋଇ ରହିଛି ଓ ହୋଡିଂରେ ଶିଳ୍ପ, କାରଖାନା ହୁଏ ନାହିଁ । ଶିଳ୍ପ ତ ଦୂରର କଥା ମହାକାଳପଡାରେ ଆଜି ଡଜନରୁ ଉର୍ଦ୍ଧ୍ୱ ଘାଟ ଚାଲୁ ରହିଛି । ଲୋକମାନେ ଡଙ୍ଗାରେ ଯିବା ଆସିବା ପାଇଁ ନିର୍ଭର କରିଥାନ୍ତି । କୌଣସି ସେତୁ ନିର୍ମାଣ କରାଯାଇନାହିଁ ଏବଂ ୭୫% ଭାଗରୁ ଉର୍ଦ୍ଧ୍ୱ ଅଞ୍ଚଳରେ ଜନସାଧାରଙ୍କ ପିଇବା ପାଣି ଯୋଗଇ ଦେବାରେ କେନ୍ଦ୍ର ସରକାରଙ୍କର ଓ ବୈଜୟନ୍ତ ପଣ୍ଡାଙ୍କର ଯୋଜନାକୁ ରାଜ୍ୟ ସରକାର ଲାଗୁ କରିବାରେ ବ୍ୟର୍ଥ ହୋଇଛନ୍ତି । ଯାହାଫଳରେ ଲୋକମାନେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ସେହି ବିଭାଗରେ ମନ୍ତ୍ରୀ ଥାଇ ସୁଦ୍ଧା କେନ୍ଦ୍ରାପଡାର ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ ଓ ହସ୍ପିଟାଲ, କେନ୍ଦ୍ରାପଡା କଲେଜକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବାରେ ବ୍ୟର୍ଥ ହୋଇ ଜନସାଧାରଣଙ୍କ ଆସ୍ଥା ହରାଇଥିବା ସଚିବଙ୍କର ପେଣ୍ଡାଲ ବାନ୍ଧୁ ଥିବା କଥାକଥିତ ନେତା ମହାକାଳପଡା ନିର୍ବାଚନ ହାରିବା ଭୟରେ ତାଙ୍କର ପୂର୍ବତନ ପ୍ରଶାସକ ମୁନୀବଙ୍କୁ ଖୁସି କରିବା ଉଦ୍ଦେଶ୍ୟରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ତଥ୍ୟହୀନ ଅପପ୍ରଚାରରେ କେନ୍ଦ୍ରାପଡା ଓ ମହାକାଳପଡାର ଜନସାଧାରଣଙ୍କୁ ମର୍ମାହତ କରିଛି । ଆମର ଆଶା ଓ ବିଶ୍ୱାସ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡାବାସୀ ଆର୍ଶୀବାଦ ଦେଇ ଯସ୍ୱଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪୦୦ ପାର ଆହ୍ୱାନରେ କେନ୍ଦ୍ରାପଡାକୁ ସାମିଲ୍ କରି ବୈଜୟନ୍ତ ପଣ୍ଡାଙ୍କୁ ବିପୁଳ ଭୋଟ୍ରେ ଜୟଯୁକ୍ତ କରି ଦିଲ୍ଲୀ ଦରବାରରେ କେନ୍ଦ୍ରାପଡା ଦାବି ଓ ସ୍ୱରକୁ ଯଥାର୍ଥ ଭାବେ ପ୍ରତିନିଧିତ୍ୱ ଓ ଉପସ୍ଥାପିତ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଲୋକସଭା ପରିଚାଳନା କମିଟିର ସଂଯୋଜକ ଉପସଭାପତି ସଞ୍ଜୟ ରଥ, ଲୋକସଭା ସଂଯୋଜକ ସୁନାକର ବେହେରା ଓ ମିଡିଆସେଲ ପ୍ରମୁଖ ନେହେରୁ କୁମାର ସାହୁ ଉପସ୍ଥିତ ଥିଲେ ।