କେନ୍ଦ୍ରାପଡ଼ା ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା, ୩ା୫: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ସନ୍ଧ୍ୟା ୭ ଘଟିକା ସମୟରେ ଉପଜିଲ୍ଲାପାଳ ତଥା ସଭାପତି ରବିନ୍ଦ୍ର କୁମାର ପ୍ରଧାନଙ୍କ ପୌରୋହିତ୍ୟରେ ଆସନ୍ତା ୨୦୨୪ ମସିହା ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପବିତ୍ର ରଥଯାତ୍ରାର ନୀତିକାନ୍ତି ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପଣ୍ଡିତ ଧ୍ରୁବ ଚରଣ ପଣ୍ଡା ଏବଂ ଶ୍ରୀ ମନ୍ଦିରର ୪ଜଣ(ଗୋସାଇଁ) ପୁରୋହିତ, ଟ୍ରଷ୍ଟ ବୋର୍ଡର ସଭ୍ୟ ବୃନ୍ଦ ଏବଂ ଶ୍ରୀଜୀଉଙ୍କ ନୀତିକାନ୍ତିରେ ଜଡିତ ସମସ୍ତ ପୂଜାପଣ୍ଡା, ମଝିପଣ୍ଡା, ବଡସାଇତି, ସୂଆର ସେବାୟତ, ଗୁଡିଆ ବ୍ରାହ୍ମଣ, ମେକାପ ସେବକ ଏବଂ ଟହଲିଆ ସେବକଙ୍କ ଓଗେର ମନ୍ଦିରର ବଡପଣ୍ଡା ମାଧବ ଚନ୍ଦ୍ର ପତ୍ରୀ, ଭଣ୍ଡାର ମୋହରିୟର ଉପସ୍ଥିତ ରହି ଚଳିତ ବର୍ଷ ଶ୍ରୀଜୀଉଙ୍କ ନେତ୍ର ଉତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ତା୭-୭-୨୦୨୪ରିଖରେ ପଡୁଥିବାରୁ ସେ ସମ୍ପର୍କରେ ଦୁଇ ଦିନର ନୀତିକୁ କିପରି ଭାବେ ଏକ ଦିନରେ ସମ୍ପାଦିତ କରାଯିବ । ସେ ସମ୍ବନ୍ଧରେ ଦୀର୍ଘ ସମୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉକ୍ତ ବୈଠକକୁ ମହାଜନ ପାଣିଗ୍ରାହୀ(ବିଜେପଣ୍ଡା)ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ରହିଥିଲେ । ନୀତିକାନ୍ତି ସମ୍ବନ୍ଧରେ ଯାହା କିଛି ଆଲୋଚନା କରାଗଲା, ତାହା ନିମ୍ନୋକ୍ତ ଦର୍ଶାଇ ଦିଆଗଲା ତାହା ପୁନର୍ବାର ଆଲୋଚନା କରାଯାଇ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇ ସ୍ନାନଯାତ୍ରା ପୂର୍ବରୁ ସ୍ଥିରୀକୃତ କରାଯିବ ଏବଂ ନୀତି ସହିତ ସଂପୃକ୍ତ ସମସ୍ତ ସେବାୟତମାନଙ୍କୁ ଅବଗତ କରାଯିବ ।


Next Post

ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନକୁ ପରିଚାଳନା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମୀକ୍ଷା ବୈଠକ

Fri May 3 , 2024
କେନ୍ଦ୍ରାପଡ଼ା, ତା ୦୩/୦୫: ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ମୁକ୍ତ, ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ପ୍ରଲୋଭନମୁକ୍ତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଏକ ମିଳିତ ସମୀକ୍ଷା  ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା […]

KANIKA