ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନକୁ ପରିଚାଳନା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ସମୀକ୍ଷା ବୈଠକ


କେନ୍ଦ୍ରାପଡ଼ା, ତା ୦୩/୦୫: ଆଗାମୀ ସାଧାରଣ ନିର୍ବାଚନ ୨୦୨୪ କୁ ମୁକ୍ତ, ଅବାଧ, ନିରପେକ୍ଷ, ଶାନ୍ତିପୂର୍ଣ୍ଣ ଓ ପ୍ରଲୋଭନମୁକ୍ତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ ଏକ ମିଳିତ ସମୀକ୍ଷା  ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି  । ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଉପ-ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, ଏଏସ୍‌ଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ ଓ କ୍ଷମାସାଗର ପଣ୍ଡା, ଡିଆଇବି ଡିଏସ୍‌ପି ଲକ୍ଷ୍ମୀ ନାରାୟଣ ତିୱାରୀ, ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ, ସମସ୍ତ ଆସିଷ୍ଟାଂଟ୍ ରିଟର୍ଣ୍ଣିଂ ଅଫିସର, ସମସ୍ତ ବିଡିଓ, ତହସିଲଦାର, ଡେପୁଟି କଲେକ୍ଟର, ଆସିଷ୍ଟାଂଟ୍ କଲେକ୍ଟର, ସମସ୍ତ ଥାନାର ଆଇଆଇସି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ନିର୍ବାଚନ ବିଭାଗର କର୍ମଚାରୀ ପ୍ରମୂଖ ଯୋଗ ଦେଇଥିଲେ । ତ୍ରୁଟିଶୂନ୍ୟ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରି ସମସ୍ତଙ୍କ ସହଯୋଗ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ଆହ୍ୱାନ ଜଣାଇଥିଲେ । ମେ ୭ ତାରିଖରୁ ନାମାଙ୍କନ ଦାଖଲ ଆରମ୍ଭ ହେଉଥିବା ବେଳେ ଫାଷ୍ଟ କମ୍ ଫାଷ୍ଟ ସର୍ଭିସ୍ ନ୍ୟାୟରେ ପ୍ରଥମେ ରାଲି ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଛନ୍ତି । ନାମାଙ୍କନ ଦାଖଲ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ଟ୍ରାଫିକ୍ ମ୍ୟାନେଜମେଂଟକୁ ଗୁରୁତ୍ୱାରୋପ କରାଯାଇଛି । ରିଟର୍ଣ୍ଣିଂ ଅଫିସରଙ୍କ କକ୍ଷକୁ ପ୍ରାର୍ଥୀଙ୍କୁ ମିଶାଇ ମୋଟ୍ ୫ଜଣ ଯାଇପାରିବେ । ୧୦୦ ମିଟର ପରିସର ମଧ୍ୟକୁ ୩ଟି ଗାଡ଼ି ଆସିପାରିବ । ନିର୍ବାଚନ ସମୟରେ ଦ୍ରବ୍ୟ, ଟଙ୍କା ଓ ମଦ ବଂଟନକୁ ରୋକିବା ପାଇଁ ନିୟମିତ ଯାଂଚ୍ ସହ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭଲ୍‌ନରେବୁଲ୍ ବୁଥ୍‌ମାନଙ୍କୁ ବାରମ୍ବାର ଭିଜିଟ୍ କରି ସମସ୍ୟା ସମାଧାନ ଓ ଲୋକଙ୍କ ବିଶ୍ୱାସ ଜିତିବାକୁ କୁହାଯାଇଛି । ତା ସହ ସମସ୍ତ ଭଲ୍‌ନେରେବୁଲ୍ ବୁଥ୍‌ରେ କଡ଼ା ସୁରକ୍ଷା ସହ ୱେବ୍‌କାଷ୍ଟିଙ୍ଗ୍ କରାଯିବ । ଗଣମାଧ୍ୟମରେ ଫେକ୍ ନ୍ୟୁଜ୍ ଅଥବା ସୋସିଆଲ ମିଡିଆରେ ମିଛ ଗୁଜବକୁ ରୋକିବା ପାଇଁ ୨୪ଘଂଟା ଆଲର୍ଟ ରହିବାକୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରକାର କମ୍ୟୁନିକେସନ ଗ୍ୟାପ୍‌କୁ ଏଡ଼ାଇବା ପାଇଁ ପ୍ରତ୍ୟେକ ଦିନ ସ୍ଥାନୀୟ ଆଇଆଇସି, ବିଡିଓ, ତହସିଲଦାର, ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ଼, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍‌, ଭିଡିଓ ସର୍ଭେଲାନ୍ସ ଟିମ୍ ଆଦି ଏକତ୍ରିତ ହୋଇ ପ୍ଲାନ୍ ବନାଇବାକୁ ପରାମର୍ଶ ଦିଆଯାଇଛି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ମହିଳା ଅଥବା ପୁରୁଷ କର୍ମଚାରୀଙ୍କ ପୂର୍ଣ୍ଣ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ଥ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଇଭିଏମ୍ ଟ୍ରାକିଙ୍ଗ୍ ମ୍ୟାନେଜ୍‌ମେଂଟ୍ ସିଷ୍ଟମ୍ ଦ୍ୱାରା ସମସ୍ତ ଇଭିଏମ୍‌କୁ ଟ୍ରାକ୍ କରାଯିବ ।  ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଜୁନ୍ ୧ ତାରିଖରେ ଶତପ୍ରତିଶତ ଭୋଟ୍‌ଦାନ କରିବାକୁ ନିବେଦନ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ।


Discover more from

Subscribe now to keep reading and get access to the full archive.

Continue reading