ବିଜେଡି ବିଜୟ ସଂକଳ୍ପ ସମାବେଶ ଓ ଅନୁଗତମାନଙ୍କ ବନ୍ଧୁମିଳନ



କେନ୍ଦ୍ରାପଡା ୩/୫ – ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛି ବିଜେଡି । ଆଜି ସନ୍ଧ୍ୟାରେ କେନ୍ଦ୍ରାପଡା ବିଜୁ ଜନତା ଦଳର ଏକ ବନ୍ଧୁମିଳନ ସମାବେଶ ବିଜୁ ଜନତା ଦଳର ଅନୁଗତ ଓ ଗଣେଶ୍ୱର ବେହେରାଙ୍କ ସହିତ କଂଗ୍ରେସ ଦଳରୁ ଆସିଥିବା ନବାଗତମାନଙ୍କ ସହ ସୌହାଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ଜନତା ଦଳ ଜିଲ୍ଲା ସଭାପତି ଧିରେନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ହେଉଛି ଓଡ଼ିଶାର ମର୍ଯ୍ୟାଦାଜନକ ଆସନରୁ ଅନ୍ୟତମ । କାରଣ ଏଠାରେ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ନିର୍ବାଚନ ଲଢ଼ିଥିଲେ। ଦୀର୍ଘ ବର୍ଷ ଧରି ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା, କେନ୍ଦ୍ରାପଡା ଆସନ ଖ୍ୟାତି ଲାଭ କରିବା ସହିତ ବହୁ ପ୍ରଭାବଶାଳୀ ନେତୃତ୍ୱ ସୃଷ୍ଟି କରି ପାରିଛି ।ଏହି ନିର୍ବାଚନ ମଣ୍ଡଳୀ  ଆଗାମୀ ସାଧାରଣ ନିର୍ବାଚନରେ ରେକର୍ଡ ବିଜୟ ପାଇଁ ଆଜି  ବିଜୟ ସଂକଳ୍ପ ସମାବେଶ ଓ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଛି ବୋଲି କହିଥିଲେ।

ପୌରାଧ୍ୟକ୍ଷା ସରିତା ସାହୁ, ଉପାଧ୍ୟକ୍ଷା ଆକବରୀ ଖାତୁନ, ନଗର ସଭାପତି ଯଯାତୀ କେଶରୀ ମହାନ୍ତି, ଛାତ୍ର ସଭାପତି ପ୍ରଦୀପ କୁମାର ସାହୁ, ନଗର ମହିଳା ସଭାପତି ସ୍ୱୟଂପ୍ରଭା କର, ସେକ୍ ଇନାୟତ୍‌, ରାଜେଶ ମହାନ୍ତି ପ୍ରମୁଖ ଯୋଗ  ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସବୁବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ ଯୋଜନା ଓ କୋଟି କୋଟି ଟଙ୍କା ବ୍ୟୟରେ କେନ୍ଦ୍ରାପଡା-ପଟ୍ଟାମୁଣ୍ଡାଇ ବିକାଶ ପାଇଁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଆଗାମୀ ଦିନରେ ବିକାଶଧାରାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଉଭୟ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । କାଉନସିଲର ଉମେଶ ନାୟକ, ପ୍ରଦୀପ ଜେନା, କାଳି ପ୍ରସାଦ ମିଶ୍ର, ପୁଷ୍ପାଞ୍ଜଳି ବେହେରା, ସ୍ମୃତିପ୍ରଜ୍ଞା ଶତପଥୀ, ରଶ୍ମିତା ସିଂ, ସେକ୍ ଅସଲମ, ପ୍ରଭାଶିଷ ପଣ୍ଡା, ସୌମେନ୍ଦ୍ର ପୃଷ୍ଟି, ଚୌଧୁରୀ ସୁକୁମାର ଦାସ, ହିବ୍‌ଜୁର ରହେମାନ, ଶରତ କୁମାର ବେହୁରା, ହିରଣ୍ୟ କୁମାର ପଣ୍ଡା, ଅଭୟ ବେହେରା, ନିରାକାର ସ୍ୱାଇଁ, ହବିବା ବେଗମ୍‌, ସେକ୍ ଅକମଲ୍‌, ଏମ୍‌ଡି ନିଆଜ୍‌, ରଞ୍ଜିତ କୁମାର ସାହୁ, ବିଭୂତି ପଣ୍ଡା, ଆଶୀଷ କୁମାର ପାଣି, ସବିତା ସାହୁ, ସିଦ୍ଧାର୍ଥ ଜେନା, ମୁକ୍ତାର ଖାଁ, ଉମାକାନ୍ତ ଜେନା, ଜ୍ୟୋତିମୟୀ ମହାପାତ୍ର, ଗୋପୀନାଥ ବାରିକ, ପ୍ରଫୁଲ୍ଲ ସାହୁ, ଅକ୍ଷୟ ମେକାପ, ସଞ୍ଜୟ କୁମାର ଜେନା, କ୍ଷୀରୋଦ ମେକାପ, କାଳି ପଣ୍ଡା, ପପି ପଣ୍ଡା, ହିମାଂଶୁ ପଣ୍ଡା, ଗଣେଶ ମେକାପ, ବିଜୟ ପତି, ଶ୍ରୀକାନ୍ତ ପଣ୍ଡା, ବିଜୟ ମଣ୍ଡଳ, ଇତିଶ୍ରୀ ଦାସ, ଅଜିତ୍ ବେହେରା, ମୀର ମୁରସିଦ୍‌, ସମ୍ବିତ୍ ଶ୍ରୀଚନ୍ଦନ ପ୍ରମୁଖ ଭାଷଣ ଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ସମ୍ପର୍କ ରେ ଯୁବବର୍ଗ ଆଗେଇ ବିକାଶ ର ବାର୍ତା ଘରେ ଘରେ ପହଞ୍ଚାଇ ଉଭୟ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କ ବିପୁଳ ବିଜୟ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବାକୁ ନିବେଦନ କରିଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading