ମା’ଙ୍କ ମନ୍ଦିର ବେଢାରେ ଡା଼କ ମଣ୍ଡା ଭୋଗ , ଚତୁର୍ଥ ଗୁରୁବାର ମହିଳା ଶ୍ରଦ୍ଧାଳୁଙ୍କ ଗହଳି


ଡେରାବିଶ  ୦୯/୦୫/୨୦୨୪- କେନ୍ଦ୍ରାପଡା ବ୍ଲକ ଅଧୀନ ଇନ୍ଦୁପୁରସ୍ଥିତ ମାଚଣ୍ଡୀଙ୍କ ମନ୍ଦିରବେଢାରେ ଡା଼କମଣ୍ଡା ଭୋଗ ଭୋଗ ପାଇଁ ବୈଶାଖ ମାସର ପ୍ରତ୍ୟେକ ଗୁରୁବାର ମାନସିକଧାରୀ ମହିଳାଙ୍କ ଭିଡ ଲାଗିଥାଏ । ଆଜି ମାସର ଚତୁର୍ଥ ଗୁରୁବାର ଥିବାରୁ ସକାଳ ୫ଟାରୁ ମାଙ୍କ ମନ୍ଦିର ବେଢାରେ ଭିଡ ପରିଲକ୍ଷିତ ହୋଇଥିଲା । ମାନସିକ ଧାରୀ ମହିଳାମାନେ ବହୁତ ଦୂରଦୂରାନ୍ତରୁ ଆସିମାଙ୍କୁ ଦର୍ଶନ କରିବାପରେ ସାଙ୍ଗରେ ଆଣିଥିବା ନୂଆ ମାଟିହାଣ୍ଡି ଜାଳେଣି କାଠ ମଣ୍ଡାପିଠା ପାଇଁ ଛେନା ନଡିଆ ଗୁଡ ଓ ଚାଉଳ ଚୁନାରେ ପ୍ରସ୍ତୁତ କରିଥିଲେ ପିଠା ,ପ୍ରଥମେ ନୂଆ ମାଟି ହାଣ୍ଡିରେ ତିରିଂ ହୋଇଥିବା ମଣ୍ଡାପିଠାକୁ ପାଖରେ ଥିବା ପଡିଆରେ ଶ୍ରଦ୍ଧାଳୁ ଗଡାଇ ଦେବା ସହ ଅନ୍ୟ ପିଠାଗୁଡିକ ସେଠାରେ ବାଂଟି ଦେଇଥିବା ଦେଖିବାକୁ ମିଳିଥିଲା ତେବେ ବୁଧବାର ସନ୍ଧ୍ୟାରେ କାଳ ବୈଶାଖୀ ପ୍ରଭାରେ ସେଠାରେ ବର୍ଷା ହୋଇଥିଲେ ମଧ୍ୟ ଆଜି ସଖାଳୁ ଶ୍ରଦ୍ଧାଳୁ ମାନେ ଆସି ଭୋଗ ସେମାନଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇ ଥିଲେ । ବିରୂପାନଦୀ କୂଳରେ ଅବସ୍ଥିତ ମାଚଣ୍ଡୀଙ୍କ ମନ୍ଦିରରେ କାହିଁ କେଉଁ କାଳରୁ ଏହି ପରମ୍ପରା ରହିଆସିଛି । ଜନ ଶ୍ରୁତିକୁ ଭିର୍ତିକରି ମୁଣ୍ଡ ବଦଳରେ ମଣ୍ଡା ପିଠା ଭୋଗ ବୈଶାଖମାସର ପ୍ରତ୍ୟେକ ଗୁରୁବାର ହୋଇ ଆସୁଥିବା ବେଳେ ନିଜରମାନସିକ ପୂରଣ ପାଇଁ ମହିଳାମାନେ ମଣ୍ଡା ପିଠା ଭୋଗ କରିବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସୁଥିବା ଇନ୍ଦୁପୁର ସରପଂଚ ପ୍ରଦୀପ ରଞ୍ଜନ ସୁତାର କହିଛନ୍ତି । ପ୍ରଦୀପଙ୍କ ସୂଚନା ଅନୁଯାଇ ମାଙ୍କୁ ଡାକି ମଣ୍ଡା ପିଠାଭୋଗ କରୁଥିବାରୁ କେହି କେହି ଏହାକୁ ଡା଼କ ମଣ୍ଡା ଭୋଗ ବୋଲି କହିଥାନ୍ତି ।


Next Post

ଦିଗହରା ରାଜନୀତି , ଧନଲୋଭର ଶାସନ କ୍ଷମତା ଗୋଟିଏ ସମାଜ ମଙ୍ଗଳ ରାଷ୍ଟ୍ରରେ ଦୁଃଖ

Fri May 10 , 2024
ଓଡ଼ିଶାର ଏକ ପ୍ରାକୃତିକ ଦୁର୍ବିପାକର ରାଜ୍ୟ ଭାବେ ପରିଗଣିତ । ବର୍ଷ ବର୍ଷ ଧରି ବନ୍ୟା, ବାତ୍ୟା ଜନସାଧାରଣଙ୍କୁ ଦୁଃଖ ଓ ଦୁର୍ଦ୍ଦଶା ମଧ୍ୟକୁ ଠେଲିଦେଇଥାଏ । ଏଠି ବସବାସ କରୁଥିବା ଅଧିକାଂଶ ମଣିଷ ଶ୍ରମଜୀବୀ, ଗରିବ ଓ ନାମମାତ୍ର ଚାଷୀ । ଏଠାରେ ପ୍ରାୟତଃ ୭୦ଭାଗ ଖଟିଖିଆ ଦିନ ମଜୁରିଆଙ୍କୁ ନିଯୁକ୍ତି ଦେଲା ଭଳି ଉଚ୍ଚମାନର କଳକାରଖାନା, କମ୍ପାନୀ ନାହିଁ ନା ହେବାର ସ୍ୱପ୍ନ କୌଣସି ଉଚ୍ଚ ରାଜନେତାଙ୍କ […]

KANIKA