ପୂଜାର୍ଚ୍ଚନା ପରେ ଲଛମନଜୀଉଙ୍କ ମନ୍ଦିରରୁ ବାହାରିଲା ଅରବିନ୍ଦଙ୍କ ଶୋଭାଯାତ୍ରା , ଶୋଭାଯାତ୍ରାରେ ସାମିଲ ହେଲେ ବିଜୟ


ଡେରାବିଶ, ୧୦/୫– କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ଦୁଇ ପ୍ରମୁଖ ଦଳ ବିଜେଡ଼ି ଓ ଆପ୍ ଦଳର ପ୍ରାର୍ଥୀମାନେ ଶୁକ୍ରବାର ଜିଲ୍ଲା ରିଟର୍ଣ୍ଣି ଅଧିକାରୀଙ୍କ ନିକଟରେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ବ୍ଲକ ଅଧିନସ୍ଥ କୁଶିଆପାଳ ପଂଚାୟତ ବାଲିପାଟଣା ସ୍ଥିତ ପରମଆରାଧ୍ୟ ଶ୍ରୀ ଲଛମନଜୀଉଙ୍କ ମନ୍ଦିରରେ ବିଜେଡ଼ି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଶ୍ରୀ ଜୀଉଙ୍କୁ ଦର୍ଶନ କରିବା ସହ ପୂର୍ବାହ୍ନରେ ପୂଜାର୍ଚ୍ଚନା କରିଥିଲେ । ପରେ ପ୍ରଥମେ ତାଙ୍କ ବାପା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଆଶିର୍ବାଦ ନେବା ପରେ ଏକ ବିଶାଳ ଶୋଭାଯାତ୍ରାରେ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ । ଏହି ଶୋଭାଯାତ୍ରା ଗାଡ଼ିରେ ପୁଅ ଅରବିନ୍ଦଙ୍କ ସହ ବିଜୟଙ୍କୁ ଦେଖିବାକୁ ମିଳିଥିଲା । ତେବେ ପାଟକୁରା ନିର୍ବାଚନ ମଣ୍ଡଳୀର ହଜାର ହଜାର କର୍ମୀଙ୍କ ଗହଣରେ ଅରବିନ୍ଦଙ୍କ ଶୋଭାଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା ।

କୁଶିଆପାଳ ସରପଂଚ ଦୟାନିଧି ଦାସ, ସମିତିସଭ୍ୟ ସୁବାଷ ଚନ୍ଦ୍ର ସାହୁ, ଗୁଆଳସିଂ ସରପଂଚ ମଧୁସ୍ମିତା ଦାସ, ଯୁବ ନେତା ଦିଲ୍ଲିପ ଦାସ, ଶିବ ପ୍ରସାଦ ସାହୁଙ୍କ ସମେତ ଉଭୟ ପଂଚାୟତର ଶତାଧିକ ଦଳୀୟ କର୍ମୀ ଓ ମହିଳାମାନେ ଅରବିନ୍ଦ ଓ ବିଜୟଙ୍କୁ ସ୍ୱାଗତ କରିବା ସହ ଅରବିନ୍ଦଙ୍କ ବିଜୟ କାମନା କରିଥିଲେ । ବ୍ଲକ ବିଜେଡ଼ି ସଭାପତି ଦେବାଶିଷ ଆଚାର୍ଯ୍ୟ, ଯୁବ ବିଜେଡ଼ି ସଭାପତି ଗୋଲଖ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ମହିଳା ନେତ୍ରୀ କନକଲତା କଣ୍ଠ, ଜିଲ୍ଲା ବିଜେଡ଼ି ସାଧାରଣ ସମ୍ପାଦିକା ସରଳରେଖା ସାହୁ, ମମତା ସାମଲ, ବରିଷ୍ଠ ନେତା ସରୋଜକାନ୍ତ ନାୟକ, ଯୁବନେତା ସୁଦିପ୍ତ ସାମଲ, ଯୋଗାନନ୍ଦ ମହାନ୍ତି, ମନୋରଞ୍ଜନ ଉପାଧ୍ୟାୟ, ମହେନ୍ଦ୍ର କୁମାର ସିଂ, ବିଭୁଦେନ୍ଦୁ ପଣ୍ଡା, ବ୍ଲକ ମହିଳା ବିଜେଡ଼ି ସଭାନେତ୍ରୀ ତୃପ୍ତିମୟୀ କରଙ୍କ ସମେତ ବହୁ ଦଳୀୟ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ପାଟକୁରା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ଦଳୀୟ ସଭାରେ ବିଜୟଙ୍କ ଅନୁପସ୍ଥିତକୁ ନେଇ କର୍ମୀ ମହଲରେ ମୃତୁ ଗୁଞ୍ଜରଣ ସୃଷ୍ଟି ହେଉଥିବା ବେଳେ ଆଜିର ନାମାଙ୍କନ ଶୋଭାଯାତ୍ରାରେ ବିଜୟଙ୍କ ଉପସ୍ଥିତି କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା ।


Discover more from

Subscribe now to keep reading and get access to the full archive.

Continue reading