ପଟ୍ଟାମୁଣ୍ଡାଇରେ ବୈଜୟନ୍ତ ଓ ଲଳିତଙ୍କ ରୋଡ଼ ଶୋ



କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ପୌରାଂଚଳରେ ଭାଜପା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଧାୟକ ପ୍ରାର୍ଥୀ ଲଳିତ ବେହେରା ମଙ୍ଗଳବାର ଅପରାହ୍ନରେ ଏକ ରୋଡ ଶୋ ଓ ବାଇକ ଶୋଭାଯାତ୍ରା କରି ପୌରାଂଚଳର ବିଭିନ୍ନ ଓାର୍ଡ ପରିକ୍ରମା କରିଥିଲେ । ଅନୁଷ୍ଠିତ ଏହି ରୋଡ ଶୋରେ ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ସଭାପତି ଶଶିକାନ୍ତ ସ୍ୱାଇଁ, ନଗର ପ୍ରଭାରୀ ଅମୁଲ୍ୟ ପରିଡା, ନଗର ଭାଜପା ମହିଳା ମୋର୍ଚା ସଭାନେତ୍ରୀ ରଶ୍ମିତା ସାହୁ, ଭାଜପା ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁନାକାର ପ୍ରଧାନ, ଜିଲ୍ଲା କୃଷକ ମୋର୍ଚା ସଭାପତି ଶ୍ରୀଧର ପ୍ରଧାନ, ଯୁବନେତା ଭାରତ ଭୂଷଣ ଦାସ,ବରିଷ୍ଠ ନେତା ରବୀନ୍ଦ୍ର ବିଶ୍ୱାଳ, ସୁଧାଂଶୁ ଜେନା,ପାରେଶ୍ୱର ପାତ୍ର,ଯୁବନେତା ସମୀର ପାତ୍ର, ଦେବାଶିଷ ମଲିକ, ଅଭିରାମ ସାମଲ, ମହେନ୍ଦ୍ର ଜୀବନ ଦାଶ, ଚନ୍ଦନ ପାତ୍ର, ପରେଶ ସାହୁ, ରାଧାମୋହନ ଦାଶ ପ୍ରମୁଖ ଭାଜପା ନେତା ଓ କର୍ମକର୍ତା ବାଇକ ଶୋଭାଯାତ୍ରାରେ ଚାହାପଡା ଛକରୁ ବାହାରି ମାଟିଆ, ବକ୍ତାରପୁର, ପୋଖରୀଆପଡା,ପଟ୍ଟାମୁଣ୍ଡାଇ ବଜାର,ବାଲିପଡ଼ା,ତଳବାଲିପଡ଼ା କଷଣଅଂଟା, ତନୁପୁର, ଷଣ୍ଢପଲ୍ଲୀ, ନୂଆଗାଁ, ଅଳଭା, ବେଲତଳ, ଦକ୍ଷିଣଦିଆ ଆଦି ବିଭିନ୍ନ ଅଂଚଳ ପରିକ୍ରମା କରି ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନା ସମ୍ପର୍କରେ ପ୍ରଚାର କରିଥିଲେ । ମାତ୍ର ଏହି ରୋଡ ଶୋରେ ରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଲେଖ କୁମାର ଜେନା ଓ ଯୁବ ନେତା ଅଜୟ କୁମାର ବେହେରାଙ୍କ ଅନୁପସ୍ଥୁିତି ଦଳ ପାଇଁ ଅଡୁଆ ସୃଷ୍ଟି କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


Next Post

ନବୀନଙ୍କ ବିକାଶଧାରା ଆଗରେ ବିରୋଧୀ ଫେଲ, ରେକର୍ଡ ବିଜୟ ଲକ୍ଷ୍ୟରେ ବିଜେଡି

Wed May 15 , 2024
ପଟ୍ଟାମୁଣ୍ଡାଇରେ ବିଶାଳ ନିର୍ବାଚନୀ ସଭା କେନ୍ଦ୍ରାପଡା ୧୫/୫ ସାରା ଭାରତରେ ନଂ ୧ମୁଖ୍ୟମନ୍ତ୍ରୀ ଅଦ୍ୱିତୀୟ ଜନନାୟକ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସାରା ଦେଶରେ ଓଡ଼ିଶାର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଗମନାଗମନ, ଯୁବକ, ଶ୍ରମିକ, ବରିଷ୍ଠ ନାଗରିକ ପାଇଁ ଏକାଧିକ ଯୋଜନା କରାଯାଇଛି। କେନ୍ଦ୍ର କେବଳ କଥା କହେ। ବିଜେଡି ସରକାର କାମରେ ବିଶ୍ୱାସ କରେ।ଓଡିଶାର […]

KANIKA