ଅବସରପ୍ରାପ୍ତ ଆର୍ମି କର୍ମଚାରୀଙ୍କୁ ଆକ୍ରମଣ


କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅନ୍ତର୍ଗତ ପଲ୍ଲୀ ରଘୁନାଥପୁର ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଅବସରପ୍ରାପ୍ତ ଆର୍ମି କର୍ମଚାରୀ ସୁଧାଂଶୁ ଜେନାଙ୍କୁ ଚାରିଜଣ ଦୁର୍ବୁତ୍ତ ଜୀବନରୁ ମାରିଦେବା ପାଇଁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ସେ ରକ୍ତାକ୍ତ ଅବସ୍ଥାରେ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ନିକଟସ୍ଥ ଇନ୍ଦୁପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ସୁଧାଂଶୁଙ୍କ ମୁଣ୍ଡରେ ଘଭୀର ଆଘାତ ଲାଗି ସେ ସଙ୍କଟାପନ୍ନ ହୋଇପଡ଼ିଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଛନ୍ତି ।

ସୂଚନା ମୁତାବକ ଗତ ୨୫ ରାତି ପ୍ରାୟ ୧୦ଟାରେ ସୁଧାଂଶୁ ପାନ ଖାଇବା ପାଇଁ ଗ୍ରାମର ଛକକୁ ଯାଇଥିବା ବେଳେ କେତେକ ଦୁର୍ବୁତ୍ତ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ସୁଧାଂଶୁ ରକ୍ତାକ୍ତ ଅବସ୍ଥାରେ ଚେତା ଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ଉକ୍ତ ଘଟଣା ବିଷୟରେ ଖବର ପାଇଁ ସୁଧାଂଶୁଙ୍କ ପତ୍ନୀ ଏବଂ ବାପା ଘଟନା ସ୍ଥଳରେ ପହଁଞ୍ଚି ସୁଧାଂଶୁଙ୍କୁ ନିକଟସ୍ଥ ଇନ୍ଦୁପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ତାଙ୍କ ମୁଣ୍ଡରେ ଘଭୀର ଆଘାତ ଲାଗିଥିବାରୁ ଡାକ୍ତର ସୁଧାଂଶୁଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । ସୁଧାଂଶୁଙ୍କ ବାପା ରାଜେନ୍ଦ୍ର କୁମାର ଜେନା ଉକ୍ତ ଦୁର୍ଘଟଣା ସମ୍ପର୍କରେ ନିକିରାଇ ଥାନାରେ ଏତଲା ଦେଇଥିଲେ । ନିକିରାଇ ଥାନା ପୋଲିସ ୧୪୫/୨୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।


Next Post

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି : ବିଜୁବାବୁଙ୍କ କର୍ମଭୂମୀରେ କୁମ୍ଭୀର କାନ୍ଦଣା ଚଳିବନାହିଁ - ମୁଖ୍ୟମନ୍ତ୍ରୀ

Mon May 27 , 2024
କେନ୍ଦ୍ରାପଡା ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ କେନ୍ଦ୍ରାପଡାବାସୀଙ୍କୁ ନିବେଦନ   ୨ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ କେନ୍ଦ୍ରାପଡ଼ା, ୨୭ା୫: କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରୁଅ ସିଦ୍ଧବଟ ପଡିଆରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରି କହିଲେ ଯେ ବିରୋଧୀ ଦଳ […]

KANIKA