ପଟ୍ଟାମୁଣ୍ଡାଇ ତା ୮/୫-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗୋପ୍ତିରା ଗ୍ରାମରେ ଥିବା ସର୍ବପୁରାତନ ଗାଦିରେ ଗତ ୩ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ଦ୍ୱାରା ଵିଧିମତେ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । କର୍ତ୍ତା ଭାବେ ରାଜକିଶୋର ଦାସ ସମସ୍ତ ନୀତିକ୍ରାନ୍ତି ସମ୍ପନ୍ନ କରିଥିଲେ । ପ୍ରଥମେ ଅଧିବାସ, ନାମ ଯଜ୍ଞ, ନଗର କୀର୍ତ୍ତନ କରାଯାଇଥିଲା। […]
ଆସନ୍ତୁ ଭାବିବା
Your blog category
କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ତଥା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଞ୍ଚଳର ୭ଟି ପଂଚାୟତ ପକ୍ଷରୁ ରାଜ୍ୟ ବିଜେଡିର ନବନିଯୁକ୍ତ ସାଧାରଣସମ୍ପାଦକ ବିଜୟ କେତନ ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଟାଣୁଆ ନେତା ତଥା ପଟ୍ଟାମୁଣ୍ଡାଇ -ରାଜନଗର ବିକାଶ ପରିଷଦ ପ୍ରତିଷ୍ଠାତା ଶ୍ରୀ ସ୍ୱାଇଁ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଦୁର୍ବାର ଆନ୍ଦୋଳନ କରି ସମଗ୍ର ଓଡିଶାର ରାଜନୈତିକ ମହଲରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । […]
କେନ୍ଦ୍ରାପଡ଼ା, ୮ା୫: ରାଜ୍ୟର ଜଣାଶୁଣା ସ୍ୱେଛାସେବୀ ଦାତବ୍ୟ ଅନୁଷ୍ଠାନ ‘ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ’ ସର୍ବଦା ଜିଲ୍ଲାର ଗରିବ, ଅବହେଳିତ ଲୋକଙ୍କ ପାଖରେ ପହଞ୍ଚି ସହଯୋଗର ହାତ ଢାଇଥାଏ । ଆକସ୍ମିକ ଅଗ୍ନିକାଣ୍ଡରେ ଘର ପୋଡି ଯାଇଥିବା ଓ ଦୂରାରୋଗ୍ୟ ବ୍ୟାଧିରେ ପିଡିତ ଅସହାୟ ବ୍ୟକ୍ତିବିଶେଷମାନଙ୍କୁ ଟ୍ରଷ୍ଟ ସହାୟତା ପ୍ରଦାନ କରିଥାଏ । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡ. ଦେବେନ୍ଦ୍ର କୁମାର ଦାସଙ୍କ ପ୍ରସ୍ତାବ କ୍ରମେ […]
କେନ୍ଦ୍ରାପଡା, ୮ା୫: ୧ଲକ୍ଷ ଲିଟରର ଉଚ୍ଚକ୍ଷମତା ସମ୍ପନ୍ନ ପାଣିଟାଙ୍କି ଥାଇବି ଗତ ଦୁଇଦିନ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ବେଳେ ପିଇବା ପାଣିରୁ ବଞ୍ଚିତ ହୋଇ ଡହଳବିକଳ ହେଉଛନ୍ତି ଆୟତପୁର ପଞ୍ଚାୟତବାସୀ । ଏ ନେଇ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଜନର ନିର୍ବାହୀ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଆୟତପୁର ପଞ୍ଚାୟତର ବାଳିସିଙ୍ଗି ଓ ଆୟତପୁର […]
କେନ୍ଦ୍ରାପଡା, ୮ା୫: ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀଙ୍କ ପାଇଁ ଆଜି ୯ଟି ମନୋନୟନ ପତ୍ର କିଣାଯାଇଥିବା ବେଳେ ଜଣେ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ମନୋନୟନ ପତ୍ର କିଣିଥିବା ପ୍ର୍ରାର୍ଥୀମାନଙ୍କ ମଧ୍ୟରେ ୯୬-ପାଟକୁରା ବିଧାନସଭା କ୍ଷେତ୍ର ପାଇଁ ବହୁଜନ ସମାଜ ପାର୍ଟିର ଚିଦାନନ୍ଦ ପରିଡାଙ୍କ ନାମରେ ମନୋନୟନପତ୍ର କିଣାଯାଇଥିବା ବେଳେ ଭାରତୀୟ ଜାତୀୟ କଂଗ୍ରେସର ରତିକାନ୍ତ କାନୁନଗୋ ଏବଂ ସ୍ୱାଧୀନ ପ୍ରାର୍ଥୀ ରୋହିତ ରୋସନ […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ମଙ୍ଗଳବାର ବି. ଡି. ନୋଡାଲ ୟୁ. ପି ବିଦ୍ୟାଳୟ ତନୁପୁର ଠାରେ ମନୁଷ୍ୟ ପାଇଁ ପ୍ରାଣଘାତକ ହେବାରେ ଲାଗିଥିବା କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଏକ ସଚତେନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ତାଳୁକ ଆଇନ ସେବା ସମିତିର ଅଧ୍ୟକ୍ଷା ସିନିଅର ସିଭିଲ ଜର୍ଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିଲା । […]
ରାଜ୍ୟ ସରକାର କଳାକାର ଭତା ବୃଦ୍ଧି ଠାରୁ ଆରମ୍ଭ କରି କଳା, ସାହିତ୍ୟ ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ସାଧାରଣ ନିର୍ବାଚନରେ କଳାକାରମାନଙ୍କ ଅକୁଣ୍ଠ ସମର୍ଥନ ହାସଲ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିଜେଡି । ପଟ୍ଟାମୁଣ୍ଡାଇ ଠାରେ ଜିଲ୍ଲା କଳା ସାହିତ୍ୟ, ସଂସ୍କୃତି ପରିଷଦ ପକ୍ଷରୁ ଏକ କଳାକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା […]
କେନ୍ଦ୍ରାପଡା, ୭/୫: ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆଠାରେ ଗତ ରବିବାର ଦିବା ୧୦ଘଟିକା ସମୟରେ ଜିଲ୍ଲାର ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକମାନଙ୍କ ଦ୍ୱାରା ବିଦାୟକାଳୀନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷା ସୁଲୋଚନା ଦେହୁରୀ ସଭାପତିତ୍ୱ କରିଥିଲେ । ଉକ୍ତ ଉତ୍ସବରେ କେନ୍ଦ୍ରାପଡା ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଓ ବର୍ତ୍ତମାନ ଶିକ୍ଷକ […]
କେନ୍ଦ୍ରାପଡା ୭/୫ -ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବିଭିନ୍ନ ଛକସ୍ଥାନରେ ଫ୍ଲାଇଂ ସ୍କ୍ୱାର୍ଡ ଓ ପୋଲିସ କଡାକଡି ଚେକିଂ ଜାରି ରଖିଛି । କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ର ଓ ୭ ବିଧାନସଭା ପାଇଁ ଜୁନ ୧ରେ ମତଦାନ ହେବ । ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ନିର୍ବାଚନ କମିଶନରଙ୍କ ନିୟମ ଅନୁଯାଇରେ ଜିଲାରେ […]
କେନ୍ଦ୍ରାପଡ଼ା, ୭ା୫: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ମହୁ ଗ୍ରାମପଞ୍ଚାୟତର ବଜାରଦାଣ୍ଡି ଅଙ୍ଗନୱାଡି କେନ୍ଦ୍ରରେ ହୋଇଥିବା ବ୍ୟାପକ ଦୁର୍ନୀତିର ତଦନ୍ତ ନିମନ୍ତେ ମହୁ ଗ୍ରାମର ଗଙ୍ଗାଧର ପାତ୍ରଙ୍କ ପତ୍ନୀ ମଞ୍ଜୁଲତା ପାତ୍ର ଆଜି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ହେଉଛି ଯେ ସେହି ଅଙ୍ଗନୱାଡି କେନ୍ଦ୍ରର କର୍ମୀ ସରକାରୀ ଯୋଜନାର ସହାୟତାକୁ ବାଟମାରଣା କରି ଲୁଟ କରିଚାଲିଛନ୍ତି । ସରକାରୀ […]
କେନ୍ଦ୍ରାପଡ଼ା, ୭ା୫: ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଜି କେନ୍ଦ୍ରାପଡ଼ା ଜିଲ୍ଲାରେ ପହଂଚିଛନ୍ତି । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ ହୋଇଛନ୍ତି ଆଇଆର୍ଏଏସ୍ ଅଧିକାରୀ ସ୍ୱାତୀ ଚୁଲେଟ୍ । ସେହିପରି ଭାରତୀୟ ରାଜସ୍ୱ ସେବାର ଅଧିକାରୀ ଭୁବନେଶ୍ୱରୀ ଏସ୍ ୯୭-କେନ୍ଦ୍ରାପଡ଼ା, ୯୮-ଆଳି ଓ ୯୯-ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଖର୍ଚ୍ଚ ପର୍ଯ୍ୟବେକ୍ଷକଭାବେ ଦାୟିତ୍ୱ ତୁଲାଇବେ । ୯୬-ପାଟକୁରା ଓ ୧୦୦-ମହାକାଳପଡ଼ା ବିଧାନସଭା […]
କେନ୍ଦ୍ରାପଡ଼ା, ୭ା୫: ପୂର୍ବତନ ମନ୍ତ୍ରୀ, ବରିଷ୍ଠ ବିଜେଡି ନେତା ତଥା କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ବିଜୁ ଜନତା ଦଳର ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଆଜି ବହୁ ବିଜେପି କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ଶଙ୍ଖଭବନରେ ଅନୁଷ୍ଠିତ ଏହି ମିଶ୍ରଣପର୍ବରେ କେନ୍ଦ୍ରାପଡା ୮ନମ୍ବର ଜୋନର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅମ୍ବିକା ପ୍ରସାଦ ପରିଡା, ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ପ୍ରାକ୍ତନ ସଭାପତି ଦିଲ୍ଲିପ କୁମାର ଦାଶ, ଜିଲ୍ଲା ବିଜେପିର […]
କେନ୍ଦ୍ରାପଡ଼ା, ୭ା୫: ବିଗତ ୨୫ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଦୁର୍ନୀତିରେ ବୁଡିରହିଛି । ରାଜ୍ୟରେ ଯେଭଳି ବିକାଶ ହେବା କଥା ତାହା ହୋଇନାହିଁ । ଚଳିତ ନିର୍ବାଚନ ପରେ ଓଡିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଜଣେ ଓଡିଆ ହେବେ ବୋଲି ଆଜି ଗରାପୁର କୋଠି ଛକସ୍ଥିତ ଏକ ହୋଟେଲରେ ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସମ୍ପାଦକ ଦିଲ୍ଲୀପ କୁମାର ମଲ୍ଲିକ ସୂଚନା […]
ମୁଣ୍ଡ ଉପରେ ୨୦୨୪ ଲୋକସଭା ଓ ବିଧାନସଭା ନିର୍ବାଚନ । ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଭରପୁର ପ୍ରୟାସ ଜାରିଥିବା ବେଳେ କେନ୍ଦ୍ରାପଡା ଜିଲା ରାଜନଗର ନିର୍ବାଚନ ମଣ୍ଡଳୀ ପଟ୍ଟାମୁଣ୍ଡାଇ ଅଂଚଳର କୃଷି ଓ କୃଷକ ସମସ୍ୟା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇ ଠିଆ ହୋଇଛି । କେନ୍ଦ୍ରାପଡା ଜିଲାର ଭାତ ହାଣ୍ଡି କୁହାଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ଅଧିକାଂଶ ଚାଷଜମିକୁ ଜଳପରିଚାଳନା ହୋଇପାରୁନଥିବାରୁ […]
କେନ୍ଦ୍ରାପଡ଼ା, ୬ା୫: କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ପଞ୍ଚାୟତର ସମାଜସେବୀ ବିବେକାନନ୍ଦ ଦାଶ ଆଜି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ ସେହି ପଞ୍ଚାୟତର ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠିର ସଭାପତି ୨ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟାଙ୍କ ଋଣ ଅର୍ଥକୁ ଗୋଷ୍ଠିର ବ୍ୟାଙ୍କ ଜମାଖାତାରୁ ଉଠାଇ ଆତ୍ମସାତ କରିଦେଇଛନ୍ତି । ଏସମ୍ପର୍କରେ ଗୋଷ୍ଠିର ସଦସ୍ୟାମାନେ ଜାଣିବା ପରେ ତୁରନ୍ତ ଆଳି ବ୍ଲକର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେବି […]
କେନ୍ଦ୍ରାପଡ଼ା, ୬ା୫: ଆମ୍ ଆଦମୀ ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁର ଗଡା ସନ୍ନିକଟସ୍ଥ ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟିର ରାଜ୍ୟ ମୁଖପତାତ୍ର ତଥା ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସ ଅଧ୍ୟକ୍ଷତା କରି କହିଥିଲେ ଯେ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଆମ୍ ଆଦମୀ ପାର୍ଟି ମହାକାଳପଡା ବିଧାନସଭା କ୍ଷେତ୍ର ପାଇଁ ତା’ର ପ୍ରାର୍ଥୀ ପରିବର୍ତ୍ତନ କରିଛି । […]
କେନ୍ଦ୍ରାପଡ଼ା, ୬ା୫: ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯୋଗେନ୍ଦ୍ର ତ୍ରିପାଠୀ ଏବଂ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ହିମାଳିନି କାଶ୍ୟପ ଏକ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ସାଧାରଣ ନିର୍ବାଚନ-୨୦୨୪ର ସୁପରିଚାଳନା ଉପରେ ସମୀକ୍ଷା କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁକ୍ତ, ଅବାଧ, ନିରପେକ୍ଷ ତ୍ତ୍ୱଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା […]
କେନ୍ଦ୍ରାପଡ଼ା, ୬/୫ : ନିର୍ବାଚନ ପାଇଁ ବିଶେଷ କରି ରାଜନୈତିକ ଦଳ ଏବଂ ସରକାରୀ ପଦବୀରେ ଥିବା ଅଧିକାରୀଙ୍କୁ ଆଦର୍ଶ ଆଚରଣବିଧି ଦେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ନିର୍ବାଚନ କମିଶନ । କିନ୍ତୁ କମିଶନଙ୍କ ନିର୍ଦ୍ଦେଶ ଫୁ କରି ଶାସକ ବିଜୁ ଜନତା ଦଳ ପ୍ରେମରେ ବାୟା ହେଉଛନ୍ତି ଅନେକ ସରକାରୀ ଅଧିକାରୀ । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ଦୁଇଟି ରୋଚକ ଘଟଣା ସାମନାକୁ ଆସିଛି । […]
କେନ୍ଦ୍ରାପଡ଼ା, ୬/୫: ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜୋନ୍ ନଂ-୬ର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୌରୀଶଙ୍କର ହୋଟେଲଠାରେ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ବିଧାନସଭା ସଂଯୋଜକ ଉପିନ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏହି ସମ୍ମିଳନୀ ଅବସରରେ ୨୦୨୪ ନିର୍ବାଚନରେ କାର୍ଯ୍ୟକର୍ତ୍ତାଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଯିଏକି ଗାଁରେ ବୁଲିବୁଲି ଛକମାନଙ୍କରେ ପହଞ୍ôଚ ଭାରତୀୟ ଜନତା ପାର୍ଟିର ପ୍ରଚାର କରେ ଆଜି କେନ୍ଦ୍ରାପଡା […]
ଓଡ଼ିଶାରେ ପ୍ରଥମ ଥର ଡବଲ ଇଂଜିନ ସରକାର ହେବ ବୋଲି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସରକାର ଗଠନ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥିସହିତ ଭାଜପା ଓଡ଼ିଶାରେ ସରକାର ଗଠନ କଲେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ମଧ୍ୟ ସେ ଘୋଷଣା କରିଛନ୍ତି। ମୋଦି କହିଛନ୍ତି, ଯିଏ ଓଡ଼ିଶା ଲୋକଙ୍କୁ ଜାଣିଥିବ, ବୁଝିଥିବ, ସେ ହିଁ ମୁଖ୍ୟମନ୍ତ୍ରୀ ହେବ । […]
ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡିପୁର ଓ ଭଳଭଦ୍ରପୁର ପଂଚାୟତରେ ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ବୃହତ ବିଜୟ ବ୍ୟବଧାନ ପାଇଁ ଦଳ ପକ୍ଷରୁ ବନ୍ଧୁମିଳନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଦିହୁଡିପୁରରେ ଆୟୋଜିତ ମିଶ୍ରଣ ସମାବେଶରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କର୍ମୀମାନଙ୍କ ସହିତ […]
କେନ୍ଦ୍ରାପଡ଼ା, ୫/୫: ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ମହାମିଶ୍ରଣ ପବ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇସ୍ଥିତ ହନୁମାନ ମନ୍ଦିରଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜୋନ୍ ନଂ ୫ର ମଣ୍ଡଳ ସଭାପତି ଶଶାଙ୍କ ଶେଖର ସେଠୀ ମଞ୍ଚ ପରିଚାଳନା କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସଭାରେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଭାଜପାର ଜନହିତକର କାର୍ଯ୍ୟରେ ସାଧାରଣ ଜନତା ପ୍ରଭାବିତ ହୋଇ “ଅବକି ବାର […]
କେନ୍ଦ୍ରାପଡା, ୫/୫: ସାମାଜିକ ସଂଗଠନ ଜୟରାଷ୍ଟ୍ର ପକ୍ଷରୁ ଭୋଟର ସଚେତନତା ଅଭିଯାନ “ଦେଶ ପାଇଁ ମତଦାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଅରୁଣସ୍ତମ୍ଭ ନିକଟରେ ସଚେତନତା ବାର୍ତ୍ତା ପ୍ରଚାର ପତ୍ରକୁ ବରିଷ୍ଠ ଶଲ୍ୟ ଚିକିତ୍ସକ ଡାକ୍ତର ବିରେନ୍ଦ୍ର କୁମାର ଦାଶ ଓ ଯୁବ ଚିତ୍ରଶିଳ୍ପୀ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଉନ୍ମୋଚନ କରିଥିଲେ । ମତଦାନ ପ୍ରତ୍ୟେକ ନାଗରିକର ଅଧିକାର ଓ କର୍ତ୍ତବ୍ୟ ବୋଲି ଅତିଥିମାନେ […]
କେନ୍ଦ୍ରାପଡ଼ା, ୫/୫: କେନ୍ଦ୍ରାପଡା ବ୍ଲକ କପାଳେଶ୍ୱର ଗ୍ରାମପଞ୍ଚୟତ ଅର୍ନ୍ତଗତ ହଳଦୀଢିଅଠାରେ ବ୍ଲକସ୍ତରୀୟ ବିଜେଡିର ବନ୍ଧୁମିଳନ ଜିଲ୍ଲା ବିଜେଡି ସଭାପତି ଧିରେନ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ସଭାପତି ଆଲୋକ ସାହୁ ଅତିଥି ପରିଚୟ ପ୍ରଦାନ ପୂର୍ବକ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ ସମାବେଶରେ ଦଳର ପୁରାତନ ଓ ନବାଗତ କାର୍ଯ୍ୟକର୍ତ୍ତା, କର୍ମୀ ଓ ଲୋକ ପ୍ରତିନିଧିମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି […]










