ପଟ୍ଟାମୁଣ୍ଡାଇ ୧୫/୧୧ -ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ପକ୍ଷରୁ ୧୩ତମ ବୋଇତବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳିତ ଶୁକ୍ରବାର କଷଣଅଂଟା ବ୍ରାହ୍ମଣୀନଦୀ ପଠାରେ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି କାଉନସିଲର ଗୋପୀବଲ୍ଲଭ ନାୟକଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗ ଦେଇ ପଟ୍ଟାମୁଣ୍ଡାଇର ଗୌରବମୟ କଳା ସଂସ୍କୃତି ଓ ସାହିତ୍ୟ ଆଜି ବିଶ୍ୱ ଦରବାରରେ ପ୍ରତିଷ୍ଠା ଲାଭ କରିଛି । […]
ରାଜ୍ୟ
ପଟ୍ଟାମୁଣ୍ଡାଇ ୧୫/୧୧ କଳ୍ପତରୁ ନାୟକ- ପଟ୍ଟାମୁଣ୍ଡାଇ ବିଡ଼ିଓଙ୍କୁ ଦୁଃବ୍ୟବହାର ଓ ଗଣ୍ଡଗୋଳ ଘଟଣାରେ ଅଭିଯୁକ୍ତ ଜ୍ୟୋତିପ୍ରକାଶ ପ୍ରଧାନଙ୍କୁ ଅବିଳମ୍ବେ ଗିରଫ ଦାବୀରେ ପଟ୍ଟାମୁଣ୍ଡାଇ ସରପଂଚ ଓ ସମିତି ସଭ୍ୟ ସଂଘ ଅନିର୍ଦ୍ଧିଷ୍ଟକାଳ ପାଇଁ ଅନଶନ ଜାରି ରଖିଛନ୍ତି । ଶୁକ୍ରବାର ୩ୟ ଦିନ ଆନ୍ଦୋଳନର ସନ୍ଧ୍ୟାରେ ବିଡ଼ିଓଙ୍କୁ ଦୁଃବ୍ୟବହାର ଘଟଣାରେ ସମ୍ପୃକ୍ତ ଜ୍ୟୋତି ପ୍ରକାଶ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଥିବା ଖବର ମିଳିଛି । କେନ୍ଦ୍ରାପଡ଼ା ଅତିରିକ୍ତ ଏସପି ଦେବାଶିଷ […]
କେନ୍ଦ୍ରାପଡ଼ା,୧୫ା୧୧: ଶୁକ୍ରବାର ସକାଳ ୭ଘଟିକା ସମୟରେ କଳପଡା ଲୁଣାନଦୀ ଘାଟରେ ଜିଲ୍ଲାସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଆଜି ପ୍ରତ୍ୟୁଷରୁ କଳପଡା ଲକ୍ଠାରୁ ଅତିଥିମାନଙ୍କୁ ଏକ ବର୍ଣ୍ଣାଢ୍ୟ ପଟୁଆରରେ ନଦୀକୂଳ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ନଦୀକୂଳରେ ସୁସଜ୍ଜିତ ମଞ୍ଚରେ ସମିତିର ମୁଖ୍ୟ ଉପଦେଷ୍ଟା ସୁରେନ୍ଦ୍ର ନାଥ ଜେନାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ କେନ୍ଦ୍ରାପଡାରେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ […]
କେନ୍ଦ୍ରାପଡ଼ା,୧୫ା୧୧: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟି ତରଫରୁ ଆୟୋଜିତ ୭ମ ବାର୍ଷିକ ବାଲିଯାତ୍ରା ମହୋତ୍ସବକୁ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦାନ କରି ପ୍ରଥମେ ଗୋବରୀ ନଦୀରେ ବୋଇତ ବନ୍ଦାଣ କରିବା ପରେ ଆନୁଷ୍ଠାନିକ ଭାବରେ କେନ୍ଦ୍ରାପଡା ବାଲିଯାତ୍ରା-୨୦୨୪କୁ ଉଦ୍ଘାଟନ କରି କହିଲେ ଗୋବରୀ ନଦୀ ହେଉଛି କେନ୍ଦ୍ରାପଡାର ଗଙ୍ଗା । ନୌବାଣିଜ୍ୟର ଇତିହାସକୁ ଉତ୍ତର ପିଢିମାନେ କାଳ୍ପନିକ ଘଟଣା ନ ଭାବି ଏହାର ଇତିହାସକୁ ଜାଣିଲେ ଆମର ମାନସିକତା […]
କେନ୍ଦ୍ରାପଡ଼ା,୧୫ା୧୧: ଧରିତ୍ରୀ ଆବା ଜନଜାତୀୟ ଗ୍ରାମ୍ୟ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ଓ ଭଗବାନ ବିର୍ସାମୁଣ୍ଡାଙ୍କ ଜନ୍ମବାର୍ଷିକ ଉପଲକ୍ଷେ ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ (କଲ୍ୟାଣ ବିଭାଗ) କେନ୍ଦ୍ରାପଡା ପକ୍ଷରୁ ଜିଲ୍ଲାସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାକାଳପଡା ବିଧାୟକ ଡଃ. ଦୁର୍ଗାପ୍ରସନ୍ନ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ […]
କେନ୍ଦ୍ରାପଡ଼ା,୧୫ା୧୧: ଉତ୍କଳୀୟ ନୈାବାଣିଜ୍ୟ ପରମ୍ପରା ଓ ସଂସ୍କୃତିର ସ୍ମୃତିଚାରଣ ଉଦେଶ୍ୟରେ କପାଳେଶ୍ୱର ମା’ବେଲ ମଙ୍ଗଳା ପୂଜା କମିଟି ପକ୍ଷରୁ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମା’ ବେଲମଙ୍ଗଳା ପୀଠରେ ଏକ କବିତା ପାଠୋତ୍ସବ ସୁଦର୍ଶନ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ ଯୋଗଦେଇ କହିଲେ ଯେ ଉତ୍କଳୀୟ ସଂସ୍କୃତି ଓ ପରମ୍ପରାର ସ୍ମୃତିଚାରଣ କରିବା ପାଇଁ କବିତାହିଁ […]
କେନ୍ଦ୍ରାପଡ଼ା,୧୫ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଗ୍ରାମପଞ୍ଚାୟତର ଜଜାଙ୍ଗସ୍ଥିତ ଆଦର୍ଶ ଜେନାପୋଖରୀରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡା ଆନୁକୂଲ୍ୟରେ ଅନୁଷ୍ଠିତ ଏହି ବୋଇତ ବନ୍ଦାଣ ଉତ୍ସବରେ ୭ଜଣ କୁନି କୁନି ସାଧବପୁଅଙ୍କୁ ୭ଜଣ ସାଧବାଣୀ ବନ୍ଦାପନା କରି ବୋଇତଯାତ୍ରାର ଶୁଭମନାସୀ ଥିଲେ। ସାଧବପୁଅମାନେ ଏକ ସୁସଜ୍ଜିତ ବୋଇତରେ ବସି ଜଜାଙ୍ଗ ଆଦର୍ଶ ଜେନା ପୋଖରୀରେ ବୁଲି ପୁନର୍ବାର କୁଳକୁ ଫେରି ଆସିଥିଲେ। […]
ପଟ୍ଟାମୁଣ୍ଡାଇ ବ୍ଲକ ଅଫିସ ଭିତରେ ବିଡିଓଙ୍କ ପ୍ରତି ହୋଇଥିବା ଦୁଃବ୍ୟବାହର ଗଣ୍ଡଗୋଳ ଅଭିଯୋଗକୁ ପୋଲିସ ପ୍ରଶାସନର ପାତର ଅନ୍ତର ମନୋଭାବରେ ଅଭି୍ଯୁକ୍ତକୁ ଗିରଫ କରାଯାଇନାହିଁ । ଏହାର ପ୍ରତିବାଦରେ ବୁଧବାର ପୂର୍ବାହ୍ନରୁ ପଂଚାୟତ ସମିତି ସରପଂଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ଆମରଣ ଅନଶନ ଦିଆଯାଇଥିଲା । ଗୁରୁବାର ଅନଶନର ଦିତୀୟ ଦିନରେ ବିଲିକଣା ସରପଂଚ ଲକ୍ଷ୍ମୀପ୍ରୀୟା ଷଡଙ୍ଗୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଢ ହସ୍ପିଟାଲରେ ଭର୍ତି କରାଯାଇଛି। […]
ଭୁବନେଶ୍ୱର,:- ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନର ଅନ୍ତଃରାଜ୍ୟ ମହାସାଗରୀୟ ଆୟୋଗ ଦ୍ୱାରା ସୁନାମି ପ୍ରସ୍ତୁତ ବୋଲି ମାନ୍ୟତା ପାଇଛନ୍ତି। ଓଡ଼ିଶାର କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗସିଂହପୁର, ପୁରୀ ଏବଂ ଗଞ୍ଜାମ ଜିଲାରେ ଏହି ସୁନାମି ପ୍ରବଣ ଗ୍ରାମଗୁଡ଼ିକ ଅବସ୍ଥିତ। ଏହା ବ୍ୟତୀତ ଓଡ଼ିଶାର […]
ପଟ୍ଟାମୁଣ୍ଡାଇ ତା ୧୪/୧୧-ଶିଶୁ ଦିବସ ଅବସରରେ ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ୪୨ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଶିକ୍ଷକ ଭବନ ଠାରେ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅରକ୍ଷିତ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପ୍ରାକ୍ତନ ସଭାପତି ବିଜୟ କୁମାର ସାହୁ ମୁଖ୍ୟଅତିଥି, ଶିକ୍ଷକ ନେତା ପ୍ରମୋଦ ନାୟକ ମୁଖ୍ୟବକ୍ତା ଓ ରାଜେନ୍ଦ୍ର ପ୍ରସାଦ ସିଂହ, ରତ୍ନାକର ସ୍ୱାଇଁ, ନିରୋଗ ଦାସ,ଅଶୋକ […]
ପଟ୍ଟାମୁଣ୍ଡାଇ ତା ୧୫/୧୧-ପଟ୍ଟାମୁଣ୍ଡାଇ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲରେ ଶିଶୁ ଦିବସ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ସ୍କୁଲ ଅଧକ୍ଷ ପ୍ରତାପ ଚନ୍ଦ୍ର ବିଶ୍ୱାଳଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲା ଓଷ୍ଟା ସଭାପତି ସୁକାନ୍ତ ତ୍ରିପାଠୀ ମୁଖ୍ୟଅତିଥି,ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପଣ୍ଡା ମୁଖ୍ୟଵକ୍ତା ଓ ସ୍କୁଲ ନିର୍ଦେଶକ ଆଡ଼ଭୋକେଟ ସଞ୍ଜୟ ସାହୁ ସମ୍ମାନିତଅତିଥି ଭାବେ ଯୋଗ ଦେଇ ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ […]
କେନ୍ଦ୍ରାପଡ଼ା,୧୪ା୧୧: କେନ୍ଦ୍ରାପଡା ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ତଥା କ୍ରିଷ୍ଣା ଏକାଡେମୀର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ ଚଳିତମାସ ୯ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଦୁବାଇର ଇଣ୍ଟରନ୍ୟାସନାଲ ଆର୍ଟସେଣ୍ଟରରେ ମୋଦି-୨୦ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ଭାଗନେଇ ୨ଟି ଚିତ୍ର ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିକଶିତ ଭାରତ ମିଳିତ ଭାବେ ଅଙ୍କନ କରିଥିବା ବେଳେ ଅନ୍ୟ ଚିତ୍ରଟିରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚିତ୍ରରେ କିପରି ଓଡିଶାର କଳା […]
କେନ୍ଦ୍ରାପଡ଼ା,୧୪ା୧୧: କେନ୍ଦ୍ରାପଡା ପବ୍ଲିକ ସ୍କୁଲରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସ୍କୁଲର ପ୍ରତିଷ୍ଠାତା ପ୍ରଫେସର ଅଜୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିବସକୁ ଶିଶୁଦିବସ ଭାବେ ପାଳନ କରାଯାଉଥିବା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏଥିସହିତ ଚାଚା ନେହେରୁ କିପରି ଶିଶୁମାନଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ତାହା ଶ୍ରୀ ରାଉତ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ […]
ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ଶିଶୁ ମହୋତ୍ସବ ସୁରଭି ମେଧା ଚୟନରେ କେନ୍ଦ୍ରାପଡା ଜିଲା ଶିକ୍ଷଧିକାରୀ ବ୍ୟାପକ ଜାଲିଆତି ଓ ଚଚଂକତା କରାଯାଇଥିବା ନେଇ ହାଇକୋଟରେ ଦାଖଲ ହୋଇଥିବା ମାମଲାର ଗୁରୁବାର ପ୍ରଥମ ଶୁଣାଳିରେ ରାଜ୍ୟ ସରକାର ଓ ଶିକ୍ଷାବିଭାଗକୁ ନୋଟିସ କରାଯିବା ସହିତ ସୁରଭି ପ୍ରବଦ୍ଧ ଲିଖନ ଫଳାଫଳକୁ ସ୍ଥଗିତାଦେଶ ଜାରି କରିଛନ୍ତି । ସୁରଭି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗାଇଡ଼ ଲାଇନକୁ […]
ଅସୁସ୍ଥ ହେବାରେ ଲାଗିଛନ୍ତି ସରପଂଚ ସମିତି ସଭ୍ୟ, ଜଣେ ଗୁରୁତର ମେଡିକାଲରେ ଭର୍ତି ସମର୍ଥନ କରି ଧାରଣା ଦେଲେ ୨ ବିଧାୟକ ଗଣେଶ୍ୱର ଓ ଧ୍ରୁବ ପଟ୍ଟାମୁଣ୍ଡାଇ ୧୪/୧୧ କଳ୍ପତରୁ ନାୟକ- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଫିସ ଭିତରେ ଗତ ୫ ତାରିଖରେ ହୋଇଥିବା ଗଣ୍ଡଗୋଳରେ ବିଡିଓଙ୍କ ପ୍ରତି ହୋଇଥିବା ଦୁଃବ୍ୟବାହର ଅଭିଯୋଗକୁ ଜିଲା ଓ ପୋଲିସ ପ୍ରଶାସନର ପାତରଅନ୍ତର ମନୋଭାବରେ ଅଭି୍ଯୁକ୍ତକୁ ଗିରଫ କରାଯାଇନାହିଁ । ଏହାର […]
ପଟ୍ଟାମୁଣ୍ଡାଇ ତା ୧୩/୧୧-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ଭଜନେଶ୍ୱର ହାଇସ୍କୁଲ ଶକ୍ତି କ୍ଳବ ପକ୍ଷରୁ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ହାଇସ୍କୁଲର ପ୍ରଧାନଶିକ୍ଷକ ଅନନ୍ତ କିଶୋର ବେହେରା ପତାକା ଦେଖାଇ ଉଦଘାଟନ କରିଥିଲେ । ସ୍କାଉଟ ଶିକ୍ଷକ ତଥା ଶକ୍ତି କ୍ଲବ ମାର୍ଗ ଦର୍ଶକ ଶିକ୍ଷକ ଗୋଲକ ବିହାରୀ ଭୂୟାଁଙ୍କ ନେତୃତ୍ୱରେ ମଣ୍ଡପଡା […]
କେନ୍ଦ୍ରାପଡା,୧୩ା୧୧: ଆଜି କେନ୍ଦ୍ରାପଡା ବ୍ଲକ ଜୋନ ନଂ ୬ ଓ ୮ରେ ମିଳିତ ଭାବେ ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଭରତପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଆରମ୍ଭ ହୋଇ କଳପଡା ହାଇସ୍କୁଲ ନିକଟରେ ସମାପିତ ହୋଇଥିଲା । ବିଧାୟକ ଗଣେଶ୍ୱର ବେହେରା ଏହି ଯାତ୍ରାର ନେତୃତ୍ୱ ନେଇ ଅଭିଭାଷଣରେ କହିଥିଲେ ବିଜେଡି ଜନ ସମସ୍ୟା ଓ ସମ୍ମାନକୁ ନେଇ ତା’ର ସଂଗ୍ରାମ ଜାରି ରଖିଛି । ବିକଶିତ ଓଡିଶା ଗଠନ […]
କେନ୍ଦ୍ରାପଡା,୧୩ା୧୧: ଚଳିତବର୍ଷ ଐତିହାସିକ ଏକମାତ୍ର ଭାଇଚାରାର ଗଣପର୍ବ କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ସ୍ଥାନୀୟ ସହରସ୍ଥିତ ନୂଆ ବସଷ୍ଟାଣ୍ଡ ସନ୍ନିକଟ ସୁଜାନଗର, ଗୁଲନଗର ଗୋବରୀ ନଦୀପଠାରେ ଚଳିତମାସ ୧୫ ତାରିଖ ଦିବା ୯ଟାରେ ଉଦ୍ଘାଟନୋତ୍ସବ ଅନୁଷ୍ଠିତ ହୋଇ ୨୧ତାରିଖ ରାତ୍ର ୯ଘଟିକା ସମୟରେ ଉଦ୍ଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଆଜି ଗରାପୁରସ୍ଥିତ ହନୁମାନ ମନ୍ଦିରର ବାବା ଚେତନାନନ୍ଦ ଦାସ ମହାରାଜଙ୍କ ନିକଟରୁ ହନୁମାନଜୀଉଙ୍କ ଆଜ୍ଞା ପତାକା ଆସିବା ପରେ ବାଲିଯାତ୍ରା ମହୋତ୍ସବ […]
କେନ୍ଦ୍ରାପଡ଼ା,୧୩ା୧୧: ପବିତ୍ର ତୁଳସୀକ୍ଷେତ୍ରରେ ହବିଷ୍ୟାଳୀମାନେ କାର୍ତ୍ତିକ ପଞ୍ଚୁକ ବ୍ରତ ପାଳନ କରିବା ନିମନ୍ତେ ଆବଶ୍ୟକ ସୁବିଧା ଓ ସୁଯୋଗ ପ୍ରଦାନ କରି ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଏକ ଅଭିନବ ପ୍ରୟାସ ଜାରି ରଖିଛନ୍ତି। ବିଗତ ୮ବର୍ଷ ଧରି ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ହବିଷ୍ୟାଳୀଙ୍କ ପୂଜା ବିଧି ପାଳନ ସହ ଯାତ୍ରୀନିବାସରେ ସେମାନଙ୍କ ରହିବା ଓ ଖାଦ୍ୟପେୟ ବ୍ୟବସ୍ଥା ନିଜ ଉଦ୍ୟମରେ କରି ଆସୁଛନ୍ତି ଶ୍ରୀମା। […]
କେନ୍ଦ୍ରାପଡ଼ା ୧୩ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦ ପକ୍ଷରୁ ଓଡିଶାର ଜଣେ ବିଶିଷ୍ଟ ସାରସ୍ୱତ ସାଧକକୁ ପ୍ରଦାନ କରାଯାଉଥିବା ପୁରସ୍କାର ‘ଶ୍ରୀବଳଦେବ ସମ୍ମାନ’ ଚଳିତ ବର୍ଷ ବିଶିଷ୍ଟ କବି ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଂପାଦକ ଅଶ୍ୱିନୀ ମିଶ୍ରଙ୍କୁ ପ୍ରଦାନ କରାଯିବ। ଏହି ପୁରସ୍କାର ସ୍ୱରୂପ ତାଙ୍କୁ ଏକୋଇଶି ହଜାର ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ଏହା ପୂର୍ବରୁ ଏହି ସମ୍ମାନ ଗାଳ୍ପିକ ପଦ୍ମଜ ପାଳ, କବି […]
କେନ୍ଦ୍ରାପଡ଼ା, ୧୩ା୧୧ : ୱାଉପଡା ଗ୍ରାମରେ ୫୧ବର୍ଷ ଧରି ପୂଜା ପାଉଛନ୍ତି କାର୍ତ୍ତିର୍ିକ ମାସରେ କାର୍ତ୍ତକେଶ୍ୱର। କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ୱାଉପଡା ଗ୍ରାମ ରେ କାର୍ତ୍ତିକେଶ୍ୱର ପୂଜା ଧୁମ୍ଧାମ୍ରେ ପାଳିତ ହୋଇଥାଏ। ପାଞ୍ଚଦିନ ଧରି ପ୍ରସାଦ ସେବନ କରାଯାଏ। ବିଗତ ୫୧ବର୍ଷ ଧରି ଏହି ପୂଜା ହୋଇଆସୁଅଛି। ଗ୍ରାମର ସମସ୍ତ ଲୋକେ ପାଞ୍ଚଦିନ ଧରି କାର୍ତ୍ତିକେଶ୍ୱର ବ୍ରତ ପାଳନ କରିଥାନ୍ତି। ଆଖ ପାଖ ଅଞ୍ଚଳର ପାଞ୍ଚୋଟି ପଞ୍ଚାୟତର […]
କେନ୍ଦ୍ରାପଡ଼ା,୧୩ା୧୧: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଛପାଶ୍ୱର୍ କଜଳାସ୍ଥିତ ସମଗ୍ରଶିକ୍ଷା କାର୍ଯ୍ୟାଳୟକୁ ଯିବା ରାସ୍ତାଟି ଏବେ ରୋଡ ରୋମିଓଙ୍କ ଆଡ୍ଡାସ୍ଥଳି ପାଲଟିଛି। କେତେକ ଅଣଛାତ୍ର ଏହି ରାସ୍ତା ମଝିରେ ଛିଡା ହୋଇ କଲେଜ ଛାତ୍ରୀମାନଙ୍କୁ ବାଟ ଚଲାଇ ଦେଉନାହାନ୍ତି। ଏହି ବାଟଦେଇ କେବଳ ଯେ କଲେଜ ଛାତ୍ରୀ ଯିବା ଆସିବା କରୁଛନ୍ତି ତାହା ନୁହେଁ ସମଗ୍ର ଶିକ୍ଷା କାର୍ଯ୍ୟାଳୟରେ ଚାକିରୀ କରିଥିବା ମହିଳା କର୍ମଚାରୀ, ନିକଟରେ ଥିବା ଏକ ଉଚ୍ଚପ୍ରାଥମିକ […]
ପଟ୍ଟାମୁଣ୍ଡାଇ ୧୩/୧୧-ଗତ ୫ତାରିଖ ଦିନ ଜଣେ ଯୁବକ ପଟ୍ଟାମୁଣ୍ଡାଇ ବ୍ଲକ ଅଫିସରେ ପସି ବିଡିଓ ଶୁଭ୍ରାଂଶୁ ସାହୁଙ୍କୁ ଦୁଃବ୍ୟବହାର କରିବା ସହିତ ଗଣ୍ଡଗୋଳ କରିଥିଲେ । ବିଡ଼ିଓ ସାହୁ ଗଣ୍ଡଗୋଳକାରୀଙ୍କ ବିରୋଧରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏଥିନେଇ ପୋଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗଣ୍ଡୋଗଳକାରୀଙ୍କୁ ଧରିବାରେ ସକ୍ଷମ ହେଉନାହିଁ । ଅଭିଯୋଗକୁ ଆଠ ଦିନ ବିତିଯାଇ ଥିବା ବେଳେ ଅଭିଯୁକ୍ତ […]
ପଟ୍ଟାମୁଣ୍ଡାଇ ୧୨/୧୧ -କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ମାନସ ବିକାଶ ମଂଚ ଓ ଦାଣ୍ଡିସାହି ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ଚାରା ବଂଟନ କରାଯାଇ ପରିବେଶ ସୁରକ୍ଷା ସଚେତନତା ବାର୍ତା ପ୍ରଦାନ କରାଯାଇଛି । ମାନସ ବିକାଶ ମଂଚ ସଭାପତି ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧକ୍ଷ ମାନସ ରଞ୍ଜନ ସାମଲ କାର୍ଯ୍ୟକ୍ରମକୁ ଉଦଘାଟନ କରି ସମ୍ପ୍ରତି ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ପରିବେଶ ସୁରକ୍ଷା ଏକ […]