କେନ୍ଦ୍ରାପଡ଼ା,୨୫/୮: କେନ୍ଦ୍ରାପଡ଼ା ସହର ଡେଷ୍ଟିନେସନ ମଣ୍ଡପରେ ଭାରତର ଏକ ଅଗ୍ରଣୀ ତଥା ପ୍ରମୁଖ ଡିଜେଲ ଜେନେରେଟର ନିର୍ମାଣ ମହିନ୍ଦ୍ର ଓ ମହିନ୍ଦ୍ରା ଓ ସହଯୋଗୀ ୩ଏସ୍ ଡିଲର ଟିଆର୍‌ଏସ୍ ଇଞ୍ଜିନିୟରଙ୍କ ତରଫରୁ ରେଣ୍ଟାଲ ଗ୍ରାହକମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ମହିନ୍ଦ୍ର ଏବଂ ମହିନ୍ଦ୍ରା ନୂତନ ଜ୍ଞାନ କୌଶଳରେ ନିର୍ମିତ ସିପି.ସିବି.ଆଇଭି.ଟି(ସେଣ୍ଟ୍ରାଲ୍ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ) ଜେନେରେଟର ଦ୍ୱାରା ଜଳବାୟୁ ପ୍ରଦୂଷଣ କମ୍ କରିବା, […]

1

  କେନ୍ଦ୍ରାପଡ଼ା,୨୪।୮: କେନ୍ଦ୍ରାପଡ଼ା ମଣ୍ଡଳ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ୩ଦିନ ଧରି ଚଳିତ ମାସ ୨୧ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୫୬ଜଣ ପ୍ରଶିକ୍ଷାର୍ଥୀ ଓ ୪ଜଣ ପ୍ରଶିକ୍ଷକଙ୍କୁ ନେଇ ତ୍ରିଦିନାତ୍ମକ ମଣ୍ଡଳସ୍ତରୀୟ ପ୍ରୟୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଘାଟନୀ ଅବସରରେ ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବପ୍ରସାଦ ନାୟକ, ମଣ୍ଡଳ ସାଧନକେନ୍ଦ୍ର […]

କେନ୍ଦ୍ରାପଡ଼ା ଜିଲ୍ଲାର ନବନିଯୁକ୍ତ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଆଜି ପଟ୍ଟାମୁଣ୍ଡାଇ ବ୍ଲକ ପରିଦର୍ଶନ କରି ବ୍ଲକ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ସମସ୍ତ ଯୋଜନା ଠିକଣା ଭାବେ କାର୍ଯକାରୀ କରି ନିର୍ଧାରିତ ସମୟରେ ଶେଷ କରିବାକୁ ନିର୍ଦେଶ ଦେଇଥିଲେ । ଜିଲ୍ଲାପାଳ ପ୍ରଥମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥିତି ସମୀକ୍ଷା କରି କେତେ […]

କେନ୍ଦ୍ରାପଡ଼ା, ୨୪ା୮: କେନ୍ଦ୍ରାପଡା ଶିବାନନ୍ଦ ଆଶ୍ରମ ଆନୁକୂଲ୍ୟରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଗଇଦୁଆସ୍ଥିତ ଶିବାନନ୍ଦ ଚିକିତ୍ସାଳୟରେ ଏକ ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଦିବଗଂତ ବ୍ୟାସଦେବ ଯୋଶୀଙ୍କ ସ୍ମୃତି ଉଦେଶ୍ୟରେ ଆୟୋଜିତ ଏହି ଦାତବ୍ୟ ସ୍ୱାସ୍ଥ୍ୟସେବା ଶିବିରକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ସ୍ତ୍ରୀରୋଗ ବିଶେଷଜ୍ଞ ଡା. ସରୋଜିନୀ ଯୋଶୀଙ୍କ ତତ୍ୱାବଧାନରେ ଆପୋଲୋ ହସପିଟାଲ ଓ ବ୍ଲୁ ହୁଇଲ […]

କେନ୍ଦ୍ରାପଡା,୨୪/୮: କେନ୍ଦ୍ରାପଡା ସହରର ଗଣାମାହାଲ ସ୍ଥିତ ୧୨୭୬ ସନ୍‌ରେ ତିଆରି କରାଯାଇଥିବା ମନ୍ଦିର ଶ୍ରୀ ଶ୍ରୀ ବିନୋଦବିହାରୀ ମନ୍ଦିରକୁ ଆଜି ସାଂସଦ ବୈଜୟନ୍ତ ପଣ୍ଡା ପରିଦର୍ଶନରେ ଆସି ସବିଶେଷ ଆଲୋଚନା କରିଥିଲେ । ସୂଚନା ଯୋଗ୍ୟ ଯେ ଗତ ୧୯ ତାରିଖରେ ବଜ୍ରାଘାତରେ ଆକସ୍ମିକ ଭାବେ ଦଧିନଉତି ଓ ବିଭିନ୍ନ ସ୍ଥାନରୁ ପଥର ଭାଙ୍ଗି ଖସିପଡିଥିଲା । ବର୍ତ୍ତମାନ ଦଧିନଉତିର ପଥର ଗୁଡିକ ବିପଦ ଶକୁଳ ଅବସ୍ଥାରେ ଅଛି । […]

  କେନ୍ଦ୍ରାପଡ଼ା,୨୩ା୮: କେନ୍ଦ୍ରାପଡ଼ା ଆଡହକ ଅତିରିକ୍ତ ଦୌରାଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା ଏକ ବଳାତ୍କାର ଉଦ୍ୟମ ମାମଲାର ବିଚାର କରି ଆସାମୀ ଅଶୋକ ମଳିକଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିବା ସହ ୫ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡ ଭୋଗ କରିବାକୁ ପଡିବ ବୋଲି କୋର୍ଟ ରାୟ ଦେଇଛନ୍ତି। ଏଥିସହ ପିଡିତା ମହିଳାଙ୍କୁ ୩୦ ହଜାର ଟଙ୍କା […]

କେନ୍ଦ୍ରାପଡ଼ା, ୨୩ା୮: ପରିବେଶର ସୁରକ୍ଷା ଓ ମାଟି ମା’ ପାଇଁ ବୃକ୍ଷର ଆବଶ୍ୟକତା ରହିଛି ଓ ରହିବ ବୋଲି ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଜିଲ୍ଲା ଦକ୍ଷତା ବିକାଶ ଓ କର୍ମ ନିୟୋଜନ କାର୍ଯ୍ୟାଳୟ ପରିସରରେ “ମା’ ପାଇଁ ଗଛଟିଏ” କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ମତବ୍ୟକ୍ତ କରିଛନ୍ତି ଓ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ୍ରମେ ରାଜ୍ୟ […]

କେନ୍ଦ୍ରାପଡା,୨୩ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ହେଉଛି ରାଜ୍ୟର ସର୍ବପୁରାତନ ଓ ସର୍ବବୃହତ ବେସରକାରୀ ମହାବିଦ୍ୟାଳୟ। ଏହା ୧୯୫୯ମସିହାରେ ପ୍ରତିଷ୍ଠା ହୋଇଥିଲା। ଏହି ମହାବିଦ୍ୟାଳୟରୁ ଅଧ୍ୟୟନ କରି ବହୁ ଛାତ୍ରଛାତ୍ରୀ […]

କେନ୍ଦ୍ରାପଡା,୨୩/୮: ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ବିଦ୍ୟାଳୟସ୍ତରରେ ଗଠିତ ହୋଇଥିବା ଇକୋ କ୍ଲବମାନଙ୍କୁ ନେଇ ମଣ୍ଡଳସ୍ତରୀୟ ବନ ମହୋତ୍ସବ ନିକିରାଇସ୍ଥିତ ମହାବୀର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବିଦ୍ୟାର୍ଥୀ ଓ ଇକୋ କ୍ଲବ ଦାୟୀତ୍ୱରେ ଥିବା ଶିକ୍ଷକ, ଶିକ୍ଷିକା, ଇକୋ କ୍ଲବ ଜିଲ୍ଲା ସଂଯୋଜକ, ବ୍ଲକ ସଂଯୋଜକ ଓ ଜଙ୍ଗଲ ବିଭାଗର ଅଧିକାରୀମନେ ରାଲି କରି ପରିବେଶ […]

କେନ୍ଦ୍ରାପଡା,୨୩/୮: ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୬ତମ ବଳିଦାନ ଦିବସ ସ୍ଥାନୀୟ ଜଝାଙ୍ଗସ୍ଥିତ ବେହେରା ମାର୍କେଟ କମ୍ପେ୍ଲକ୍ସ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଓମ୍ ଧ୍ୱନି ଉଚ୍ଚାରଣ ସହିତ ସ୍ୱାମୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ହିନ୍ଦୁଧର୍ମର ସୁରକ୍ଷା ଓ ପ୍ରଚାର ପ୍ରସାର ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତ୍ୟାଗ ଓ ବଳିଦାନ ତାଙ୍କୁ ଚିରକାଳ ଅମର ରଖିବ ବୋଲି ଉପସ୍ଥିତ ବକ୍ତା […]

କେନ୍ଦ୍ରାପଡା,୨୩/୮: କେନ୍ଦ୍ରାପଡା ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ ୧୮ର କାକଟ ମୌଜାରେ ବହୁ ପ୍ରାଚୀନ ମନ୍ଦିର ଶ୍ରୀ ଶ୍ରୀ ବିନୋଦବିହାରୀ ମନ୍ଦିର ଉପରେ ଗତ ୧୯ ତାରିଖରେ ବଜ୍ରାଘାତରେ ଆକସ୍ମିକ ଭାବେ ଦଧିନଉତି ଓ ବିଭିନ୍ନ ସ୍ଥାନରୁ ପଥର ଭାଙ୍ଗି ଖସିପଡିଛି । ଏହାଫଳରେ ମନ୍ଦିର ବହୁମାତ୍ରାରେ କ୍ଷତିଗ୍ରସ୍ଥ ହୋଇଛି । ଏହି ମନ୍ଦିର କେବଳ କେନ୍ଦ୍ରାପଡାରେ ନୁହେଁ ସାରା ଓଡିଶାରେ ପ୍ରାଚୀନ କୀର୍ତ୍ତିରାଜିଙ୍କ ମଧ୍ୟରେ ଅନ୍ୟତମ ମନ୍ଦିର । […]

ପଟ୍ଟାମୁଣ୍ଡାଇ,୨୩/୮ ବିଜ୍ଞାନ ଆଧୁନିକ ମଣିଷର ଦୈନଦିନ ଜୀବନରେ ବ୍ୟାପକ ପରିବର୍ତନ ଆଣିଛି । କ୍ରମ୍ୱର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବଳରେ ମଣିଷ ଚନ୍ଦ୍ର ପୃଷ୍ଠରେ ଜଳ ଓ ଆବଶ୍ୟକୀୟ ଭିତିଭୂମି ସନ୍ଧାନରେ ଲାଗିପଡିଛି। ଭାରତକୁ ଏ କ୍ଷେତ୍ରରେ ମିଳିଥିବା ସଫଳତାର ନମୂନା ହେଉଛି ଚନ୍ଦ୍ରଯାନ-୩ ର ସଫଳତା ବୋଲି ଆଜି ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ […]

ଆମ୍ବେର ହାଇସ୍କୁଲରେ ବିଶ୍ୱ ସଂସ୍କୃତ ଦିବସ ପାଳିତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଆମ୍ବେରସ୍ଥ କାହ୍ନୁଚରଣ ରାଜଭଟ୍ଟ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଶୁକ୍ରବାର ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଞ୍ଜନ ବେହେରାଙ୍କ ପୌରହିତରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ସଂସ୍କୃତ ଶିକ୍ଷକ ସଂଘ ସଭାପତି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଯୋଗ ଦେଇ ସଂସ୍କୃତ ବ୍ୟାକରଣ ପ୍ରଣେତା ତଥା ବ୍ୟାକରଣ ଜନକ […]

କେନ୍ଦ୍ରାପଡ଼ା ୨୨ା୮: ସଂସ୍କୃତ ଭାରତୀ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ଦିବସ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ପକ୍ଷରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରରେ ପାଳିତ ହୋଇଯାଇଛି। ପ୍ରଥମେ ପଣ୍ଡିତ ମାନଙ୍କ ଦ୍ୱାରା ବଳଦେବ ସହସ୍ରନାମ ପାଠ କରାଯାଇଥିଲା। ସଂସ୍କୃତ ବ୍ୟାକରଣ ପ୍ରଣେତା ତଥା ବ୍ୟାକରଣ ଜନକ ପାଣିନୀଙ୍କ ୨୫ଶହ ତମ ଜୟନ୍ତୀ ଅବସରରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇ ଆସୁଅଛି। ୧୯୬୯ ମସିହା ଅଗଷ୍ଟ ୧୯ ତାରିଖକୁ […]

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ବିରୂପା ନଦୀ ଉପରୁ ଜଣେ ଯୁବକ ମଂଟୁଙ୍କୁ କେତେଜଣ ଯୁବାକ ବାଡେଇ ବାଡେଇ ପୋଲ ଉପରୁ ନଦୀକୁ ଫିଙ୍ଗିଦେବା ଘଟଣାରେ ନିକିରାଇ ପୋଲିସ ବିଭିନ୍ନ ସ୍ଥାନରୁ ଚଢାଉ କରି ସମସ୍ତ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲ୍‌କୁ ପଠାଇ ଦିଆଯାଇଛି । ଅଭିଯୁକ୍ତମାନେ ପୁଲିସ ନିକଟରେ ସେମାନଙ୍କ ଦୋଷ ସ୍ୱୀକାର କରିଛନ୍ତି […]

କେନ୍ଦ୍ରାପଡ଼ା,୨୨ା୮:କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତି ଉପ ନିର୍ବାଚନରେ କେନ୍ଦ୍ରାପଡା ବ୍ଲକର ୫ ନଂ. ଜୋନ ଜିଲ୍ଲା ପରିଷଦ ସଭ୍ୟା ଲିଲିତା ଦାସ ନିଦ୍ୱର୍ନ୍ଦ୍ୱରେ ବିଜୟୀ ହୋଇଛନ୍ତି। ନବୀନ ନିବାସରୁ ଆସିଥିବା ବନ୍ଦ ଲଫାପାରେ ଲିଲିତାଙ୍କ ନାମ ରହିଥିଲା। ବିଜୟୀ ହେବା ପରେ ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ସେ ଓ ଅନ୍ୟ ସଭ୍ୟ/ସଭ୍ୟାମାନେ ନବୀନ ନିବାସ ଗସ୍ତ କରିଛନ୍ତି। ସୂଚନା ଥାଉକି ୨୦୨୨ […]

କେନ୍ଦ୍ରାପଡ଼ା,୨୨ା୮: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ବଳରାମପୁର ଗ୍ରାମରେ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ସଂପୃକ୍ତ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ଜାତୀୟ ମାନବାଧିକାର ଆୟୋଗରେ ଏକ ମାମଲା ରୁଜୁ କରାଯାଇଛି। ଏଥିସହ ପରିବାର ସଦସ୍ୟଙ୍କୁ ମାନସିକ ଯନ୍ତ୍ରଣା ପାଇଁ ଅତିରିକ୍ତ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରାଯାଇଛି। ଏହି ମାମଲା ରୁଜୁ […]

କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର ପଟ୍ଟାମୁଣ୍ଡାଇ ଅଂଚଳ ଗସ୍ତରେ ଆସି ଅଂଚଳର ବିକାଶ ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ସାଂସଦ ପଣ୍ଡା ହେଲିକ୍ୟାପ୍ଟର ଯୋଗେ କଖାରୁଣୀ ପଡିଆରେ ଅବତରଣ କରିବା ପରେ ରାଜନଗର ଭାଜପା ନେତା ଲଳିତ ବେହେରା, ବରିଷ୍ଠ ସଂଖ୍ୟାଲଘୁନେତା ଏସ କେ ସଲିମ, ପଟ୍ଟାମୁଣ୍ଡାଇ ନଗର ଭାଜପା ସଭାପତି ଶଶିକାନ୍ତ ସ୍ୱାଇଁ, ନଗର ଭାଜପା […]

କେନ୍ଦ୍ରାପଡ଼ା, ୨୧ା୮: ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡାରେ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ସ୍ୱାଗତ କରାଯାଇଛି। ଏହି ଉପଲକ୍ଷେ କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି, ଉପସଭାପତି ସଞ୍ଜୟ କୁମାର ସ୍ୱାଇଁ, ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ଉପଦେଷ୍ଟା ନିରଞ୍ଜନ ମେକାପ, ପ୍ରଦୀପ କୁମାର ସିଂ, ପ୍ରଭାତ କୁମାର ନାୟକ, ସଞ୍ଜୟ କୁମାର ଜେନା, ସତ୍ୟବ୍ରତ ସିଂ, ଧିରେନ୍ଦ୍ର ଦାସ […]

କେନ୍ଦ୍ରାପଡ଼ା ୨୧ା୮: ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ନୟ କମିଟି ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଆଜି ଅନୁଷ୍ଠିତ ହୋଇଯାଇଛି । ତମାଖୁ ନିୟନ୍ତ୍ରଣ ହେଉଛି ନୈତିକ ଦାୟିତ୍ୱ । ବ୍ୟତିଗତ ଭାବେ ଏହାପ୍ରତି ସଚେତନ ହେବା ଦରକାର । ତମାଖୁ ନିରୋଧ ଆଇନ କାର୍ଯ୍ୟକାରୀ ଦ୍ୱାରା ତମାଖୁ ସେବନ ହଟେଇବା ୨୦ପ୍ରତିଶତ ସଫଳ ହୋଇଥାଏ […]

କେନ୍ଦ୍ରାପଡ଼ା, ୨୧ା୮: କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ ଆୟବା ଗ୍ରାମର ଭ୍ରମରବର ନାୟକଙ୍କ ପୁତ୍ର ଜଟିଆ ଓରଫ୍ ବଳରାମ ନାୟକ(୫୩)ଙ୍କ ବଜ୍ରାଘାତରେ ଆଜି ମୃତ୍ୟୁ ହୋଇଯାଇଛି । ସେ ବିଲରେ ଧାନ ରୋଉଥିବା ବେଳେ ଆଜି ଅପରାହ୍ନରେ ପ୍ରଚଣ୍ଡ ଶବ୍ଦ ହୋଇ ବଜ୍ରପାତ ହୋଇଥିଲା । ସେହି ବଜ୍ରପାତରେ ଜଟିଆ ବିଲରେ ଅଚେତ ହୋଇ ପଡିଯାଇଥିଲେ । ନିକଟରେ ବିଲ ରୋଉଥିବା ଅନ୍ୟ ବ୍ୟକ୍ତିମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ […]

କେନ୍ଦ୍ରାପଡ଼ା, ୨୧ା୮: ଶିକ୍ଷାନୁଷ୍ଠାନ, ମନ୍ଦିର ଏବଂ ଗ୍ରାମାଞ୍ଚଳ ବ୍ୟବସାୟୀ କେନ୍ଦ୍ର ନିକଟରେ ଚାଲୁଥିବା ବାବର ବିଦେଶୀ ମଦ ଦୋକାନକୁ ତୁରନ୍ତ ସେଠାରୁ ସ୍ଥାନାନ୍ତର କରାଯିବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନିକଟରେ ଦାବି କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବାବର ଗ୍ରାମ ପଞ୍ଚାୟତର ବାବର ବଜାରରେ ଠିପିବନ୍ଦ ମଦ ଦୋକାନ ଓ ଠିପି ଖୋଲା ମଦ ଦୋକାନ ଖୋଲାଯାଇ ବ୍ୟବସାୟ କରିଆସୁଛନ୍ତି । ଏହା […]

କେନ୍ଦ୍ରାପଡା, ୨୦ା୮: ଅନୁସୂଚିତ ଜାତି ଓ ଜନଜାତିଙ୍କ ମୌଳିକ ଅଧିକାର ସଂରକ୍ଷଣକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଓ ସୁପ୍ରିମ୍‌କୋର୍ଟଙ୍କ ବହୁଜନ ବର୍ଗୀକରଣ ରାୟ ପ୍ରତିବାଦରେ ଦେଶବ୍ୟାପୀ ଭାରତ ବନ୍ଦ କରାଯାଇଛି । ଏହାକୁ ସମର୍ଥନ ଜଣାଇ ଜିଲ୍ଲାର ସମସ୍ତ ଏସି ଏସଟି ସଙ୍ଗଠନମାନ ଯଥା ମୂଳନିବାସୀ ୟୁନାଇଟେଡ୍ ଫୋରମ, ଆମ୍ବେଦକର ଯୁବ ମୋର୍ଚ୍ଚା ଓ ସାବିତ୍ରୀବାଇ ଫୁଲେ ତରଫରୁ କେନ୍ଦ୍ରାପଡାର ମୁଖଶାଳା ତିନିମୂହାଣୀ ଠାରେ ସକାଳ ୭ଘଟିକା ଠାରୁ ଅପରାହ୍ନ […]

ପଟ୍ଟାମୁଣ୍ଡାଇ ୨୧/୮ -ତଫସିଲଭୁକ୍ତ ଜାତି(ଏସ୍‌ସି) ଏବଂ ଜନଜାତି(ଏସ୍‌ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବୁଧବାର (ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ) ୧୨ ଘଂଟିଆ ଭାରତ ବନ୍ଦ ଡାକରା ପଟ୍ଟାମୁଣ୍ଡାଇ ଅଂଚଳରେ ଆଂଶିକ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ସହରରେ ଦୋକାନ ବଜାର […]