ଆଗାମୀ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ୍ ଋତୁରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଇଭିଏମ୍ ଓ ଭିଭିପିଏଟିର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ତଥା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ କପାଳେଶ୍ୱରସ୍ଥିତ ଜିଲ୍ଲାସ୍ତରୀୟ ଇଭିଏମ୍-ଭିଭିପିଏଟି ୱେୟାରହାଉସ୍ରେ ଏହି ପରୀକ୍ଷଣ କାର୍ଯ୍ୟ ଚଳିତ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ଅଣ୍ଢରା ଗ୍ରାମର କୃଷକ ନିଖୋଜ ଘଟଣାର ଦିନକ ପରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ପ୍ରକାଶ ଯେ, ଗୁରୁବାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅଣ୍ଢରା ଗ୍ରାମର ଚାଷୀ ଗଣେଶ ଚନ୍ଦ୍ର ମଲ୍ଲିକ ଗୁଡ଼ିଆ ଜୋର ଆରପାଖରେ ଥିବା ଭେଡାକୁ ବିରି ବୁଣି ବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଗଣେଶ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀ ଓ ପଟ୍ଟାମୁଣ୍ଡାଇ […]
ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିପିଓ ପ୍ରଭାତ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ବିଭିନ୍ନ ସରକାରୀ ଯୋଜନାକୁ ସ୍ୱଚ୍ଛତାର ସହିତ ସଫଳ ରୂପାୟନ କରି ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟକୁ ପୂରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ଅଣ୍ଢରା ଗ୍ରାମର ଭେଡାକୁ ବିରି ବୁଣି ବାକୁ ଯାଇ ଜଣେ କୃଷକ ନିଖୋଜ ହେବା ଘଟଣା ସ୍ଥାନୀୟ ଅଂଚଳରେ ଚହଳ ପକାଇଚି । ନିଖୋଜ ଚାଷୀ ଜଣଙ୍କ ହେଉଛନ୍ତି ଅଣ୍ଢରା ଗ୍ରାମର ଗଣେଶ ଚନ୍ଦ୍ର ମଲ୍ଲିକ (୭୨) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଆଜି ସକାଳେ ଅଣ୍ଢରା ଗ୍ରାମର ଚାଷୀ ଗଣେଶ ଚନ୍ଦ୍ର ମଲ୍ଲିକ ଗୁଡ଼ିଆ ଜୋର ଆରପାଖରେ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ମହିଁଷାସୁର ପଚାଂୟତ ପଡିଆରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡିଓ ନିଶାନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରନ୍ସ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ରାଜନଗର ବ୍ଲକର ୨୯ଟି ପଚାଂୟତ ପାଇଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ୧୪କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଥିବା ପ୍ରକାଶ କରିଥିଲେ । […]
ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ୱରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୁର୍ଥ ଦିନରେ କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ […]
କେନ୍ଦ୍ରାପଡ଼ା, ୧୯ା୧୦ : ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ(ଏ.ଆଇ.ଟି.ୟୁ.ସି.)ଇନ୍ଦୁପୁର ସିଏଚସି କମିଟିର ଏକ ସମ୍ମିଳନୀ କେନ୍ଦ୍ରାପଡା ସହର ନିକଟସ୍ଥ କପାଳେଶ୍ୱର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ସିଏଚସି ସଭାପତି ସାଥି ସରସ୍ୱତୀ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶହୀଦମାନଙ୍କ ଉଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସମ୍ମିଳନୀକୁ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିବା ସହ ବର୍ତ୍ତମାନ […]
କେନ୍ଦ୍ରାପଡ଼ା ବ୍ଲକ ଅଧିନ ଶ୍ରୀବଳଦେବଜୀଉ ମଣ୍ଡଳ (ଜୋନ -୮)ର କପାଳେଶ୍ୱର ଓ ବଗଡ଼ା ପଂଚାୟତରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗରାପୁର ହନୁମାନ ମନ୍ଦିର ନିକଟରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ କପାଳେଶ୍ୱର ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି କପାଳେଶ୍ୱର ବୁଢ଼ୀ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ନେତୃତ୍ୱରେ […]
ରାଜ୍ୟ ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ପଟ୍ଟାମୁଣ୍ଡାଇ ବ୍ଲକରେ ଶୁଭାରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପଡିଆରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି କେ ପାଣ୍ଡିଆନ ଆଭାସୀ ଯୋଗେ ଉଦଘାଟନ କରିବା ସହିତ ବ୍ଲକର ୩୧ଟି ପଂଚାୟତର ୩୭୬ ପ୍ରକଳ୍ପ ପାଇଁ ୧୫ କୋଟି ୫୦ଲକ୍ଷ ଟଙ୍କା ମଂଜୁର କରିଥିଲେ […]
ରାଜ୍ୟ ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମରେ ପ୍ରତି ପଂଚାୟତ ସହ ପ୍ରତ୍ୟେକ ଗ୍ରାମର ବିକାଶ ପ୍ରକ୍ରିୟା ଆଗକୁ ହେବ । ଏନେଇ ଗୁରୁବାର ରାଜଧାନୀ ଭୁବନେଶ୍ୱର ଠାରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଚତୃର୍ଥ ଦିନରେ କେନ୍ଦ୍ରାପଡା ଜିଲାର ଏହି […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟମୁଣ୍ଡାଇରେ ଧୁମଧାମରେ ପାଳନ ହେବାକୁ ଯାଉଛି ଦୁର୍ଗାପୂଜା । ଏଥିପାଇଁ ସହରର ସମସ୍ତ ପୂଜା ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କେଉଁଠି ରଙ୍ଗ କାମ ସରିବା ପରେ ମାଆଙ୍କୁ ପୋଷାକ ଓ ଆଭୂଷଣ ପିନ୍ଧାଇ ସାରିଲେଣି ତ କେଉଁଠି ତୋରଣ କାମ ସରିଲାଣି । କିନ୍ତୁ ପୂଜାକୁ ଭିଜା ଭିଜା କରିଦେଇପାରେ ବର୍ଷା । ଅକ୍ଟୋବର ୨୦ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର […]
ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ବସ୍ ମାଲିକ ସଂଘ ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଧର୍ମଘଟ ଡାକରା ଦିଆଯାଇଛି। ପୂର୍ବରୁ ମଧ୍ୟ ସଂଘ ଧର୍ମଘଟ ଡାକରା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ଆଲୋଚନା ପରେ ସ୍ଥଗିତ ରଖିଥିଲା। ତେବେ ବର୍ତ୍ତମାନ ପୁଣି ଘରୋଇ ବସ୍ ମାଲିକ ସଂଘ ନିଷ୍ପତି ବଦଳାଇ ଧର୍ମଘଟ ଡାକରା ଦେଇଛି।
ଓଡ଼ିଶାର ଉପକୂଳ ଜିଲାଗୁଡ଼ିକରେ ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଭୟଙ୍କର ବିପର୍ଯ୍ୟୟ ଘଟାଇବା ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ଅକ୍ଟୋବର ୨୦ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମହାବାତ୍ୟା ଏହି ଅକ୍ଟୋବର ମାସରେ ଆସିଥିଲା । ତେଣୁ ଅକ୍ଟୋବର ମାସରେ ଲଘୁଚାପ ଆସିବା ମାତ୍ରେ ମହାବାତ୍ୟା ଦୃଶ୍ୟକୁ […]
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟର ପରିସରରେ ମଣ୍ଡଳ ସ୍ତରୀୟ ଶିଶୁମହୋତ୍ସବ ସୁରଭି ବୁଧବାର ମଣ୍ଡଳ ଶିକ୍ଷାଧିକାରୀ ପାବନୀ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା ପୌରପରିଷଦର ଅଧ୍ୟକ୍ଷା ସରିତା ସାହୁ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲା […]
କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ମାସ ୨୮ତାରିଖରେ ରାଜ୍ୟ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଣ୍ଟଅନୁଷ୍ଠିତ ହେବାକୁ ଯାଉଛି । କେନ୍ଦ୍ରାପଡାର ଗୋପଛକ ନିକଟ ଆଲ୍ଫା ବେଷ୍ଟ ବେସରକାରୀ କଲେଜରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ରାଜ୍ୟର ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀଙ୍କ ସହିତ କେନ୍ଦ୍ରାପଡା ଜିଲ୍ଲାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ବର୍ଗର ଖେଳାଳୀମାନେ ଯୋଗ ଦେବାର ବ୍ୟବସ୍ଥା ରହିଛି । ଅନ୍ୟ ଜିଲ୍ଲାରୁ ପ୍ରତିଯୋଗିତାରେ […]
କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ କେନ୍ଦ୍ରାପଡା ମୁନିସିପାଲଟିରେ ଅର୍ବାନ ସିଏଚସି ପ୍ରତିଷ୍ଠା ଦାବିରେ ବ୍ଲକ ଓ ନଗର କଂଗ୍ରେସ ତରଫରୁ ମିଳିତ ଭାବରେ ଗଣ ଗର୍ଜନ ସମାବେଶ ଅନୁଷ୍ଠି ହୋଇଯାଇଛି । କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ସଭାପତିତ୍ୱ କରି ରାଜ୍ୟ ସରକାରଙ୍କ କେନ୍ଦ୍ରାପଡା ପ୍ରତି ଅଣଦେଖା ପ୍ରତିବାଦରେ କେନ୍ଦ୍ରାପଡା ବାସୀ ଗର୍ଜି ଉଠିଥିବାରୁ ଉଭୟ ନଗର ଓ ବ୍ଲକ କଂଗ୍ରେସ ତରଫରୁ ସେ କୃତଜ୍ଞତା ଜଣାଇଥିଲେ […]
କେନ୍ଦ୍ରାପଡ଼ା, ୧୭ା୧୦ : ଦେଢସୁର ଭାଇବୋହୁ ଏବଂ ତାଙ୍କ ପରିବାରଙ୍କୁ ଗୃହବନ୍ଦୀ କରି ରଖିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯିବା ସହିତ ନ୍ୟାୟ ପାଇଁ ଭାଇବୋହୁର ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସି ରହିଛନ୍ତି ।
କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱିତୀୟ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡ଼ା ପୌରପାଳିକା ଟାଉନ୍ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ ଗଜଲକ୍ଷ୍ମୀ ପୂଜା, ମେଲୋଡ଼ି, ମେଲଣ ଶୋଭାଯାତ୍ରା ଓ ଭଷାଣୀ ଉତ୍ସବ ସମାପନ ପାଇଁ ଏହି ଅବସରରେ ତିନୋଟି ସମନ୍ୱୟ କମିଟି ଗଠନ କରାଯାଇଛି । କେଶପୁର ଅଂଚଳକୁ ନେଇ ପ୍ରଥମ ସମନ୍ୱୟ କମିଟି ଗଠନ ହୋଇଥିବା ବେଳେ ପୁରୁଣା ବସଷ୍ଟାଣ୍ଡ ଅଂଚଳକୁ ନେଇ ଦ୍ୱିତୀୟ […]
ରାଜନଗର ବ୍ଲକ ଘଡିଆମାଳ ପଚାଂୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପୂର୍ବରୁ ମାଇକ୍ ଯୋଗେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଦିନ ୧୦ଟା ସମୟରେ ଆରମ୍ଭ କରାଯିବା ପାଇଁ ପ୍ରଚାର କରାଯାଇଥିଲା । ପଚାଂୟତବାସୀ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମକୁ ଯାଇ ଦୁଇଘଂଟା ଅପେକ୍ଷା କରିବା ପରେ ଦିନ ୧୨ଟା ସମୟରେ ଜିପିଇଓ ଧର୍ମେନ୍ଦ୍ର ଦାସ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ […]
ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ ଅବସରରେ କେନ୍ଦ୍ରାପଡା ସଂଖ୍ୟାଲଘୁ ସଂପ୍ରଦାୟ ପକ୍ଷରୁ ଆଜି ସନ୍ଧ୍ୟାରେ ମନସୁର ବାବାଙ୍କ ମଜାରରେ ଚାଦର ଚଢାଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟାନାୟକଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ଉପସ୍ଥିତିରେ ଉପନଗରପାଳଙ୍କ ପ୍ରତିନିଧି ସେକ ଇମ୍ରାନ, କାଉନସିଲର ସେକ ଅସଲମ, ସେକ ନସିମୁଦ୍ଦିନ, ପୂର୍ବତନ କାଉନସିଲର ସେକ ରହମତ, ମହମ୍ମଦ […]
କେନ୍ଦ୍ରାପଡା ସହରସ୍ଥିତ ପବ୍ଲିକ ରିଡିଂରୁମ ପରିସରରେ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ସଭାପତି କୁରୁଣାକର ଦାସଙ୍କ ପୈାରହିତ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଓକିଲ ସଙ୍ଘ ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କମିଟି ସମ୍ପାଦକ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ସାମ୍ବାଦିକ ଆଶିଷ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମେ ସାମ୍ବାଦିକ […]
ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମଦିବସ ଉପଲକ୍ଷେ କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଊଙ୍କ ସିଂହଦ୍ୱାରା ସମ୍ମୁଖରେ ୭୮ଟି ଦୀପ ଦାନ କରାଯାଇଥିଲା । କେନ୍ଦ୍ରାପଡା ପୈାରାଧ୍ୟକ୍ଷା ସରିତା ସାହୁଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଧିରେନ […]
କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ଏବଂ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ସହାୟତାରେ ପଟ୍ଟାମୁଣ୍ଡାଇ ପୌର ପ୍ରେକ୍ଷାଳୟ ପରିସରରେ ତୁଳସୀ ମହୋତ୍ସବ-୨୦୨୨-୨୩ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଳା ନିକେତନର ପ୍ରତିଷ୍ଠାତା ସଂପାଦକ ତଥା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ ସାଂସ୍କୃତିକ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ମାନସ ଭୂଷଣ ପଣ୍ଡିତ୍ ହୃଷିକେଶ […]
ଓଡିଶା ବିକାଶର ମହାନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇ ପୂଜାର୍ଚନା ଓ ସମୂହ ଦୀପଦାନ କରାଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ଏହି ଉପଲକ୍ଷେ ଆଜି ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଅଂଚଳର ପ୍ରମୁଖ ଶୈବ ପୀଠ ହରପାର୍ବତୀ ମନ୍ଦିରରେ […]