କେନ୍ଦ୍ରାପଡ଼ା, ୧ା୧୦ : କେନ୍ଦ୍ରାପଡା ସହର ସନ୍ନିକଟ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ “ଏକ ଅକ୍ଟୋବର ଏକ ଘଣ୍ଟା ଶ୍ରମ ଦାନ” କରି ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମକୁ ସଫଲ ରୂପାୟନ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଫେଇ ଉପକରଣ ଧରି ସେବା ମାଧ୍ୟମରେ ସଫେଇ କରି ସ୍ୱଛ ରଖିବାର ସଂକଳ୍ପ ନେଇଥିଲେ । ପ୍ରଥମେ ସେମାନେ ଜିଲ୍ଲାପାଳଙ୍କ […]

କେନ୍ଦ୍ରାପଡା,୧/୧୦- କେନ୍ଦ୍ରାପଡା ଜିଲ୍ଲାର ୧୮ତମ ଜିଲ୍ଲାସ୍ତରୀୟ କ୍ୟୁରୋସି ଏବଂ ସପ୍ତମ ଟ୍ୟୁମସି ଚମ୍ପିଆନସିପ୍ ଗରାପୁରସ୍ଥିତ ସୌଭାଗ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ତାଇକୋଣ୍ଡୋ ସଂଘର ସଭାପତି ବିମଳ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କପାଳେଶ୍ୱର ପଞ୍ଚାୟତ ସରପଞ୍ଚ କଳ୍ପନା ମହାନ୍ତି ମୁଖ୍ୟ ଅତିଥି ଓ ଓଡିଶା ତାଇକୋଣ୍ଡୋ ସଂଘର ସଭାପତି କୃଷ୍ଣଚନ୍ଦ୍ର ଦାସ, ଭୁବନେଶ୍ୱର ତାଇକୋଣ୍ଡୋ ସଂଘର ସଭାପତି ସଞ୍ଜୟ କୁମାର ଜଗଦେବ, ଭୁବନେଶ୍ୱର ତାଇକୋଣ୍ଡୋ ସଂଘର […]

କେନ୍ଦ୍ରାପଡ଼ା, : କଟକ-ଚାନ୍ଦବାଲି ରାସ୍ତାର ଚଣ୍ଡିବଜାର ଠାରୁ ଚାନ୍ଦୋଳ ମଧ୍ୟରେ ଥିବା ରାସ୍ତାରେ ବହୁତ ଗୁଡିଏ ଖାଲଖମା ପରିପୂର୍ଣ୍ଣ ହୋଇଥିବାରୁ ସେହି ରାସ୍ତାରେ ବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟି ଧନଜୀବନ କ୍ଷୟକ୍ଷତି ହେଉଥିବା ଅଭିଯୋଗ ହୋଇଆସୁଛି । ଆଜି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ସେହି ରାସ୍ତାରେ ଚଣ୍ଡିବଜାର ନିକଟସ୍ଥ ଜହ୍ନିମୂଳ ଗ୍ରାମର ନିରଞ୍ଜନ ମୁଦୁଲି ନାମକ ବ୍ୟକ୍ତି ଘରୁ ସ୍କୁଟିରେ ଚଣ୍ଡିବଜାରକୁ ଯାଉଥିବା ବେଳେ ତାଙ୍କ […]

କେନ୍ଦ୍ରାପଡ.୧/୧୦- ପୌର ପରିଷଦ ଟାଉନ ହଲ ପରିସରରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଟ ନାଗରିକ ଦିବସ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦାୟକ ଶଶିଭୂଷଣ ବେହେରା ଯୋଗ ଦେଇ ପ୍ରତ୍ୟେକ ପିତା ମାତା ସେମାନଙ୍କ ସନ୍ତାନ ପରିବାର ପାଇଁ ଅଶେଷ ତ୍ୟାଗ କରିବା ସହ ସମସଜ ଓ ଦେଶ ପାଇଂ ବହୁ ଅବଦାନ ଦେଇଛନ୍ତି ବୋଲି କହିଥିଲେ […]

କେନ୍ଦ୍ରାପଡା,୧ା୧୦ : ଗତ ଜୁଲାଇ ମାସରେ ବୋନ କ୍ୟାନସରରେ ପୁରୁଶତ୍ତମପୁର ଗ୍ରାମର ସୋମନାଥ ନାୟକଙ୍କ (ଓସିଏ ପ୍ୟାନେଲ ଅମ୍ପାୟାର) ମୃତ୍ୟୁ ଘଟିଥିଲା । ସୋମନାଥ ପରିବାର ମୁଖ୍ୟ ଉପାର୍ଜନକାରୀ ଥିବା ବେଳେ ମୃତ୍ୟୁ ପରେ ତାଙ୍କ ପତ୍ନୀ ଓ ଏକମାତ୍ର ୬ ମାସର ସନ୍ତାନକୁ ଛାଡି ଯାଇଛନ୍ତି । ଏହି ଖବର ପ୍ରଥମେ ଜିଲ୍ଲା କ୍ରିକେଟ ଆଶୋସିଏସନ କେନ୍ଦ୍ରାପଡା ଜାଣିବା ପରେ ଗଭୀର ଦୁଃଖ ପ୍ରକାଶ ସହ ଓଡିଶା କ୍ରିକେଟ […]

କେନ୍ଦ୍ରାପଡା,୧/୯- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ କେନ୍ଦ୍ରାପଡା କେନ୍ଦ୍ରୀୟବିଦ୍ୟାଳୟ ବାରିମୂଳଠାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମ ଅନୁଯାୟୀ ୧ ଅକ୍ଟୋବର ଦିନ ୧୦ ବେଳେ ଏକ ଘଣ୍ଟା ଶ୍ରମ ଦାନ କରିବା ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ/ଶିିକ୍ଷୟତ୍ରୀ ତଥା ଅଭିଭାବକ ମାନେ ବିଦ୍ୟାଳୟ ପରିସର, ନିକଟସ୍ଥ ସାହି ତଥା ଜେଲ୍ ପରିସରକୁ ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି […]

କେନ୍ଦ୍ରାପଡା,୧/୧୦- ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୪ତମ ଜୟନ୍ତୀ ପାଳନ ପୂର୍ବଦିନ“ସ୍ୱଚ୍ଛତା ହିଁ ସେବା”କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରାପଡା ପୌରାଞ୍ଚଳର ୧୮ନଂ ୱାର୍ଡକୁ ସ୍ଥାନୀୟ ପୌରସଭ୍ୟ ଚୌଧୂରୀ ସୁକୁମାର ଦାସଙ୍କ ନେତୃତ୍ୱରେ ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୌରଧ୍ୟକ୍ଷା ସରିତା ସାହୁ ଉପସ୍ଥିତରହି ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ । କାକଟଙ୍ଗଳା ମନ୍ଦିର ଠାରୁ ସହରର ମୁଖ୍ୟ ରାସ୍ତା ଦେଇ ବାଲାବାବା ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଅଳିଆ ଆବର୍ଜନାକୁ ସଫା କରାଯାଇ ବ୍ଲିଚିଂ […]

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଉତିକଣ ଅଂଚଳ ୧୫ ପଂଚାୟତର ଚାଷୀମାନଙ୍କର ଏକମାତ୍ର ଭରସା ହେଉଛି ପଟ୍ଟାମୁଣ୍ଡାଇ କେନାଲକୁ ସଂଜୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ । ଅତିତରେ ଏହି ଗୋବରୀ କେନାଲ ଦେଇ ଜଳସେଚନ ଓ ବାଣିଜ୍ୟ କାରବାରର ହେଉଥବା ବେଳେ ଦୀର୍ଘବର୍ଷ ହେଲା କେନାଲ ସଂସ୍କାର ନ ହେବା ଯୋଗୁ ଗୋବରୀ ସମ୍ପ୍ରସାରିତ କେନାଲ ଓ ଶାଖା କେନାଲ ଏବେ ସଙ୍କୁଚିତ ହେବା ସହ ପୋତି ହେବାରେ […]

ପଟ୍ଟାମୁଣ୍ଡାଇ ୧/୧୦ -ଜଙ୍ଗଲ ଜମିରେ ରାଜନଗର ବିଧାୟକ ଧ୍ରୁବ ସାହୁ ହୋଟେଲ କରିଥିବା ନେଇ ପଟ୍ଟାମୁଣ୍ଡାଇ ମେଡିକାଲଛକ ଓ ରାଜନଗରରେ ଗତ ୨୯ ତାରିଖରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ, କୁଶପୁତଳିକା ଦାହ, ଖବରଦାତା ସମ୍ମିଳନୀ କରାଯାଇଥିବା ବେଳେ ରବିବାର ବରିଷ୍ଠ ବିଜେଡି ନେତା ଆଇନଜୀବୀ କ୍ଷୀରୋଦ ପ୍ରଧାନ ଏକ ପ୍ରେସ ବିବୃତିରେ ଜବାବ ରଖିଛନ୍ତି । ସେ ରାଜନଗର କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସଂଙ୍ଗେ କଂଗ୍ରେସର ଏହା […]

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ନିପାଣିଆ ସେତୁ ଉଦ୍‌ଘାଟନ ଓ ନିପାଣିଆ ଗ୍ରାମକୁ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ ପାଇଁ ଆଜି ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଯିବାର ଥିଲା । ମାତ୍ର ଏହା ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲଗାଯାଇଥିବା ଫଳକକୁ ଗତକାଲି ରାତିରେ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ ଏହି ଘଟଣା ପରେ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା କରାଯାଇଥିଲା ଓ ମନ୍ତ୍ରୀ ସେଠାକୁ […]

କେନ୍ଦ୍ରାପଡ଼ା, ୩୦ା୯: ଗାନ୍ଧିବାଦୀ ନେତା, ଶିକ୍ଷାବିତ୍ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ଚ୍ଛଗରିଆସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଣ୍ଡିତ ହୃଷିକେଶ ରଥଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପ୍ରତାପ କୁମାର ଦେବ, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଧାୟକ ଶଶିଭୂଷଣ ବେହେରାଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ପୁସ୍ତକ “ଅନିର୍ବାଣ ଦୀପଶିଖା” ଉନ୍ମୋଚିତ ହୋଇଥିଲା । ସ୍ୱର୍ଗତ ଭଜକ୍ରୁଷ୍ଣ ରାଉତ ଜଣେ […]

କେନ୍ଦ୍ରାପଡା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ୫ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି । ଅନ୍ୟ ୧୭ ଗୋଟି ରାଜ୍ୟ ଭଳି ଆମ ରାଜ୍ୟର ସାମ୍ବାଦିକ ମାନଙ୍କୁ ଭତ୍ତା ପ୍ରଦାନ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସାମ୍ବାଦିକ ମାନଙ୍କୁ ଅଧିକରୁ ଅଧିକ ଆକ୍ରିଡେସନ୍ ପ୍ରଦାନ, ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା, ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା […]

କେନ୍ଦ୍ରାପଡା -୩୦/୯- ରାଜଶ୍ରୀ କଳା ଓ ସାହିତ୍ୟ ସଂସଦର ମାସିକ ବନ୍ଧୁ ମିଳନ ପର୍ବ ପବିତ୍ର ଇନ୍ଦୁପୂର୍ଣ୍ଣିମା ଓ ଭାଗବତଜନ୍ମ ଅବସରରେ ଆଜି ଆକାଶୀୟ ବୈଠକ (ଭର୍ତ୍ତୁଆଲ)ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁ ମିଳନର ଏହି ମାହେନ୍ଦ୍ର ମୁହୂର୍ତ୍ତରେ ମାସିକ ରାଜଶ୍ରୀ “ଇ’ ପତ୍ରିକାର ସେପ୍େଟମ୍ବର ମାସ ସଂଖ୍ୟା “ରାଜଶ୍ରୀ’କୁ ଉନ୍ମୋଚନ କରାଯାଇଥିଲା । ‘ଇ‘ ପତ୍ରିକାର ମୁଖ୍ୟ ସମ୍ପାଦକ ବରିଷ୍ଠ କବି ସଞ୍ଜୟ କୁମାର ରଥ ଏବଂ ସଂଯୋଜିକା […]

କେନ୍ଦ୍ରାପଡା ୩୦/୯-ମହାକାଳପଡା ବିଧାୟକ ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବତୀଘର ପଞ୍ଚାୟତକୁ ମାରାଥନ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ପ୍ରଥମେ ବତୀଘର ପଞ୍ଚାୟତର ବିଦ୍ୟାସାଗର ପ୍ରାଥମିକ ବିଦ୍ୟାଳୟ ବରକୋଳି ଖଳାରେ କିଶୋର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ, ବରକୋଳି ଖଳାରେ ଥିବା ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିକରଣ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ଖୋଲିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଆଜି ପବିତ୍ର ବିଧାନସଭା ଗୃହରେ ମନ୍ତ୍ରୀ ପ୍ରକାଶ କରିଛନ୍ତି । ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ସମେତ ରାଜନଗର ଆଳି ରାଜକନିକା ଅଂଚଳର ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଏଡିଜେ କୋର୍ଟ ପ୍ରତିଷ୍ଠା କରିବା ଦିଗରେ ସରକାର କଣ ପଦକ୍ଷେପ ଗ୍ରହଣ […]

ପଟ୍ଟାମୁଣ୍ଡାଇ କଲେଜର ୨୦୨୦-୨୧ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶୈକ୍ଷିକ ଓ ପ୍ରଶାସନିକ ମାନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା କମିଟି ସଭାପତି ପ୍ରଫେସର ଅଧିକାରୀ ଲଷ୍ମୀନାରାୟଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସମୀକ୍ଷା ବୈଠକରେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ବିଶେଷଜ୍ଞ ମାନଙ୍କୁ ସ୍ୱାଗତ କରିଥିଲେ । ଆଇ କ୍ୟୁ ଏ ସି ସଂଯୋଜକ ପ୍ରାଧ୍ୟାପକ ସୁନୀଲ ପ୍ରଧାନ କଲେଜର ସଂକ୍ଷିପ୍ତ ଇତିହାସ ପ୍ରଦାନ କରିଥିଲେ […]

କେନ୍ଦ୍ରାପଡା ସହରର ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହଜୀଉଙ୍କୁ ଦର୍ଶନ କରି କୃପା ଭିକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହା ଏକ ପୁରାତନ ମନ୍ଦିର ହୋଇଥିବା ସ୍ଥଳେ ଏହାର ବିକାଶ କାର୍ଯ୍ୟରେ ସେଭଳି ପ୍ରଗତି ହୋଇନଥିବାର ଅନୁଭବ କରି ଏ ସମ୍ପର୍କରେ ସେ ଉପସ୍ଥିତ ଶ୍ରୀ ଜୀଉଙ୍କ ଶ୍ରଦ୍ଧାଳୁମାନଙ୍କ ସହିତ ବିଚାର ବିମର୍ଶ କରିଥିଲେ । […]

କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗର ସେକସନ ଅଫିସର ପଦରୁ ବ୍ରହ୍ମାନନ୍ଦ ସ୍ୱାଇଁ ଅବସର ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରଥମ ସରକାରୀ କର୍ମଚାରୀ ଭାବେ ଶ୍ରୀ ସ୍ୱାଇଁଙ୍କର ଅବସର ପୂର୍ବରୁ ତାଙ୍କର ଫାଇନାଲ ପେନସନ କାଗଜପତ୍ର ଅନଲାଇନ୍‌ରେ ପଠାଇଦିଆଯାଇଛି । ଅବସର ନେବା ପରେ ସରକାରୀ କର୍ମଚାରୀମାନେ ପେନସନ ପାଇଁ କାର୍ଯ୍ୟାଳୟକୁ ଦୈାଡି ଦୈାଡି ନିରାଶ ହେଉଥିବା ବେଳେ ଏହା କେନ୍ଦ୍ରାପଡା ଜିଲ୍ଲାରେ ପଥମ ଘଟଣା ବୋଲି ବିଭାଗ ପକ୍ଷରୁ […]

କେନ୍ଦ୍ରାପଡ଼ା, ୨୯ା୯: ରାଜ୍ୟରେ ଥିବା ସମସ୍ତ ପୈାରାଞ୍ଚଳର ଗରିବଲୋକମାନଙ୍କୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ ଭାବରେ କାର୍ଯ୍ୟକାରିତା କରିବା ପାଇଁ ସରକାର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ପ୍ରଦାନ କରିଛନ୍ତି । ସେହି ଅନୁଯାୟୀ କେନ୍ଦ୍ରାପଡା ପୈାରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥିତି ପରଖିବା ନିମନ୍ତେ ଏକ ଉଚ୍ଚପଦସ୍ଥ ସରକାରୀ ଅଧିକାରୀମାନଙ୍କ ଟିମ କେନ୍ଦ୍ରାପଡା ପୈାରାଞ୍ଚଳର କେତେକ ୱାର୍ଡକୁ ପରିଦର୍ଶନରେ ଯାଇ ଏହି ଯୋଜନାର ହିତାଧିକାରୀମାନଙ୍କୁ […]

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚରପଡା ଗ୍ରାମରେ ଦୀର୍ଘ ୮ ରୁ ୯ ମାସ ହେବ ହେଉଥିବା ଚୋରା ମଦ କାରବାରକୁ ଝାନ୍ସୀ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ମହିଳା ସଭ୍ୟାମାନଙ୍କ ଦ୍ୱାରା ବନ୍ଦ କରାଯାଇଛି । କାରଣ ସ୍କୁଲପାଖ ଓ ମନ୍ଦିର ପାଖରେ ମଦ୍ୟ ବ୍ୟବସାୟ କରୁଥିଲେ । ଯାହା ଫଳରେ ସ୍କୁଲକୁ ଛାତ୍ରଛାତ୍ରୀମାନେ ଯାତାୟତ କରିପାରୁନଥିଲେ ଓ ପୂଜା କରିବା ପାଇଁ ମନ୍ଦିରକୁ ମହିଳାମାନେ ଆସୁନଥିଲେ […]

କେନ୍ଦ୍ରାପଡା,୨୯ା୯ : ଶୁକ୍ରବାର ଇନ୍ଦୁ ପୂର୍ଣ୍ଣିମା ଦିନ ଶ୍ରୀ ଗୋପିନାଥ ଜୀୟୁ, ବିନୋଦବିହାରୀଜୀୟୁ ଓ ବାଲାବାବା ଟ୍ରଷ୍ଟ ପରିଚାଳନା କମିଟି ଆନୁକୂଲ୍ୟରେ ଶ୍ରୀ ସିଦ୍ଧ ମହାପୁରୁଷ ବାଲାବାବାଙ୍କର ଜନ୍ମ ଉତ୍ସବ ତଥା ବାର୍ଷିକୋତ୍ସବ ଓ ଭାଗବତ ଜନ୍ମ ମହାସମାରୋହରେ ସ୍ଥାନୀୟ ଗଣାମାହାଲ ବାଲାବାବା ମନ୍ଦିରଠାରେ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି । ଏହି ଉପଲକ୍ଷେ ଗୁରୁବାର ଅପରାହ୍ନ ୫ଟା ସମୟରେ ସହରର ତିନିମୁହାଣି ଠାରୁ ସାନ୍ତସାହି ପର୍ଯ୍ୟନ୍ତ ବାଲାବାବାଙ୍କର ଏକ ଫଟୋ […]

କେନ୍ଦ୍ରାପଡା, ୨୯/୯: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ୱ ହୃତ୍‌ପିଣ୍ଡ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଅନିତା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଆଲୋଚ୍ୟ ବିଷୟ “ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ପାଇଁ ହୃଦୟକୁ ଜାଣିବା” ଉପରେ ଆଲୋଚନା କରାଯାଇଥିଲା । ସମୁଦାୟ […]

କେନ୍ଦ୍ରାପଡ଼ା, ୨୯ା୯: ସାନଅଢଙ୍ଗ ଗ୍ରାମପଞ୍ଚାୟତର ୭୭ଜଣ ଜାଲ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଭତ୍ତା ଅର୍ଥ ଆଦାୟ ପାଇଁ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଦେଢମାସ ମଧ୍ୟରେ ଗ୍ରହଣ କରିବାକୁ ହାଇକୋର୍ଟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଅଭିଯୋଗ ଅନୁଯାଇ କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ସାନଅଢଙ୍ଗ ଗ୍ରାମପଞ୍ଚାୟତର ୭୭ଜଣ ଜାଲ ଭତ୍ତା ହିତାଧିକାରୀଙ୍କୁ ଗତ ୨୦୧୨ରୁ ୨୦୧୭ମସିହା ମଧ୍ୟରେ ବିନା ସରକାରୀ ମଞ୍ଜୁରୀରେ ମଧୁବାବୁ ପେନସନ, ବିଧବା […]

ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ପକ୍ଷରୁ ବିଭିନ୍ନ ୱାର୍ଡରୁ ବାହାରୁଥିବା ଅଳିଆ ଆବର୍ଜ୍ଜନା ସବୁକୁ ପଟ୍ଟାମୁଣ୍ଡାଇ କେନାଲ ବନ୍ଧର ଇଲେକ୍ଟ୍ରିକ ଅଫିସ ନିକଟ ପୋଲ ପାଖ କେନାଲ କଡରେ ପକାଯାଉଥିବାରୁ ସେଠାରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି । ଏଭଳି ସହରର ଅଳିଆ ଓ ଆବର୍ଜ୍ଜନା ସବୁକୁ କେନାଲବନ୍ଧ ରାସ୍ତା କଡରେ ପକାଇବା ଦ୍ୱାରା ପୂର୍ତ ଗନ୍ଧମୟ ପରିବେଶ ସୃଷ୍ଠି ହେଇଛି । ଫଳରେ ସେହି ରାସ୍ତା ଦେଇ ପ୍ରତ୍ୟେହ […]