କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ୧୮ନଂ ୱାର୍ଡ ତାତନା ଗ୍ରାମର ଚିତରଞ୍ଜନ ସାହୁଙ୍କ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଚାଳଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ପଟ୍ଟାମୁଣ୍ଡାଇ ତହସିଲଦାର ସମୀର ବେହେରା ଓ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ଘଟଣାସ୍ଥଳରେ ପହଂଚି […]
ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ବଡପଡା ପଂଚାୟତ କଂଟାବଣ ହାଟ ଠାରେ ମୋ ଦେଶ ଓ ମୋ ମାଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜନଗର ନିର୍ବାଚନମଣ୍ଡଳୀ ଭାଜପା ନେତା ଅଲେଖ କୁମାର ଜେନାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉପଲକ୍ଷେ ମଣ୍ଡଳ ସଭାପତି ବନମାଳି ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ଜେନା ଭାଷଣ ଦେଇ ମୋ ଦେଶ ଓ ମୋ ମାଟିକୁ ଗୌରବାନ୍ୱିତ କରିବା […]
କେନ୍ଦ୍ରାପଡା,୧୧/୯- ଗ୍ୟାଙ୍ଗଷ୍ଟାର ବିଭୂ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାର୍ଶାଘାଇ ଥାନା ଧନିଆପଡା ଗ୍ରାମର ସାଜନ ବେହେରା(୩୧) ଏବଂ ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତ କାନପୁର ଗ୍ରାମର ଚିତ୍ତରଂଜନ ଖୁଣ୍ଟିଆ(୪୪)କୁ ଗିରଫ କରାଯାଇଛି ବୋଲି କେନ୍ଦ୍ରାପଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବେନ୍ଦ୍ର ମଲିକ ମାର୍ଶାଘାଇ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନିରେ ସୂଚନା ଦେଇଛନ୍ତି । ଚିତ୍ତରଂଜନକୁ ମାର୍ଶାଘାଇ ଅଂଚଳରୁ ରବିବାର ଦିନ ଧରିଥିବା ବେଳେ ସାଜନ ଆଜି ଦିନ ପ୍ରାୟ […]
ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ବର୍ଗର ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବି ସମ୍ପର୍କରେ ରାଜ୍ୟସରକାର କୌଣସି ପଦକ୍ଷେପ ନନେଇ ଟାଳଟୁଳନୀତି ଅବଲମ୍ବନ କରୁଥିବାରୁ ଓ କୌଣସି ନିଷ୍ପତ୍ତି ଘୋଷଣା ନ କରିବାରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଆହ୍ୱାନରେ କେନ୍ଦ୍ରାପଡା ବ୍ଲକର ଓଡିଶା ପ୍ରାଥମିକ ଶିକ୍ଷକ ସଂଘ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ, କନିଷ୍ଠ ଶିକ୍ଷକ, ଗଣ ଶିକ୍ଷକ, ଏକ୍ସ କ୍ୟାର୍ଡର ଶିକ୍ଷକ, କଳା ଓ କ୍ରିଡା ଶିକ୍ଷକ […]
କେନ୍ଦ୍ରାପଡା,୧୧/୯- ମାର୍ଶାଘାଇ ପୋଲିସ ଏହି ଥାନା ଅର୍ନ୍ତଗତ କୁସୁନପର ଜାତୀୟ ରାଜପଥ ପାର୍କିଂ ନିକଟରୁ ରବିବାର ଦିନ ୩ଜଣ ଚୋରା ଡିଜେଲ ମାଫିଆଙ୍କୁ ମାର୍ଶାଘାଇ ପୋଲିସ ଗିରଫ କରିବା ସହିତ ଟ୍ୟାଙ୍କର ଜବତ୍ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ମାର୍ଶାଘାଇ ଥାନା କୁସୁନପୁର ଗ୍ରାମର ଦିପ୍ତି ରଂଜନସାହୁ(୨୬) ଏବଂ ସ୍ମୃତି ରଂଜନ ସାହୁ (୨୩) ଓ (ଓଡି-୦୫-ଏମ-୨୫୫୯)ଟାଙ୍କର ଡ୍ରାଇଭର ପୁରୀ ଜିଲ୍ଲା କଣାସ ଥାନା ଅର୍ନ୍ତଗତ ସିରେଇ […]
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନକୁ ଆଜି ସପ୍ତାହେ ପୁରିଛି । ଆନ୍ଦୋଳନକାରୀମାନେ ପ୍ରଶାସନ ସହ ଏକ ବଡ ଧରଣର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ବେଳେ ସରକାରଙ୍କ ପକ୍ଷରୁ କୈାଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ । ସତେ ଯେପରି କେନ୍ଦ୍ରାପଡା ଜିଲ୍ଲାର ବିକାଶ ପ୍ରସଙ୍ଗରେ ସରକାର ନିଦାବିଷ୍ଣୁ ପାଲଟି ଯାଇଛନ୍ତି । ଜିଲ୍ଲାରେ ମେଡିକାଲ କଲେଜ ପାଇଁ ଆନ୍ଦୋଳନ ଚଳାଇଥିବା […]
ପଟ୍ଟାମୁଣ୍ଡାଇ ବ୍ଲକର ଅରଡ଼ପଲ୍ଲୀ ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅରଡ଼ପଲ୍ଲୀ ସରପଂଚ ବୁଦ୍ଧିରାମ ବେହେରା, ସମିତିସଭ୍ୟା ସରିତା ବେହେରା,ସମାଜସେବୀ ସତ୍ୟବ୍ରତ ଚୌଧୁରୀ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ଆବାସ, ରାସନକାର୍ଡ ଓ ଭତାକୁ ମିଶାଇ ସମୁଦାୟ ୧୦ ଆପତି ଅଭିଯୋଗ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ […]
କେନ୍ଦ୍ରାପଡା ଜିଲ୍ଲା ସମୁଦ୍ର ଉପକୂଳ ହୋଇଥିବାରୁ ନଦୀନାଳ ପରିପୂର୍ଣ୍ଣ ଏହି ଅଂଚଳରେ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିମାସରେ କୁମ୍ଭୀର ଓ ମଣିଷ ଲଢ଼େଇରେ କୁମ୍ଭୀର ୬ ଜଣଙ୍କ ଜୀବନ ନେଲାଣି । ଏବେ ଏହି ହିଂସ୍ର କୁମ୍ଭୀର ପଟ୍ଟାମୁଣ୍ଡାଇର ସବୁ ନଦୀ ନାଳ ବିଲ ରାସ୍ତାରେ ଦେଖାଦେଉଥିବା ନେଇ ଚିନ୍ତା ବଢ଼ିବାରେ ଲାଗିଛି । ପଟ୍ଟାମୁଣ୍ଡାଇ ତଳବାଲିପଡା ପାଟ ନାଳିରେ କୁମ୍ଭୀର ବାହାରିବା, ପେଣ୍ଠ ରାସ୍ତାରେ […]
ପୁରୁଣା ଗାଡ଼ିରୁ ବାହାରୁଥିବା ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷଣ ହେଉଥିବାରୁ ୧୫ ବର୍ଷରୁ ଅଧିକ ସମୟର ଗାଡ଼ିକୁ ରାସ୍ତାରୁ ହଟାଇ ଦେବାକୁ ସରକାର ନିଷ୍ପତି ନେଇଛନ୍ତି । ତେଣୁ ରାଜ୍ୟରେ ଏଣିକି ୧୫ ବର୍ଷ ପୁରୁଣା ଗାଡ଼ିକୁ ସ୍କ୍ରାପିଂ କରାଯିବ । ଏଥିନେଇ ଟାଟା ମୋଟର୍ସ ସହଯୋଗରେ ଖୋର୍ଦ୍ଧାରେ ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡି କିଣିବା ପାଇଁ ପ୍ରୋତ୍ସାହନ ରାଶି ଦିଆଯିବାର ବ୍ୟବସ୍ଥା ରହିଛି । ମାତ୍ର ପଟ୍ଟାମୁଣ୍ଡାଇ […]
ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ୫ଟି ରୁପାନ୍ତରିକରଣରେ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି । ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଓ ସ୍ୱାର୍ଥ ଶିକ୍ଷକତା ଯୋଗୁ ଏହାର ସୁଫଳ ମିଳିପାରୁନାହିଁ । କେଉଁଠି ଭିର୍ତି ଭୁମି ଅଛି ଶିକ୍ଷକ ନାହାଁନ୍ତି ଆଉ କେଉଁଠି ଶିକ୍ଷକ ଅଛନ୍ତି ପାଠପଢା ହେଉନି । ଏସବୁ ସତ୍ବେ […]
କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଚାଲିଥିବା ଗଣଧାରଣାକୁ ଆଜି ଛଅ ଦିନ ପୁରିଛି । ମେଡିକାଲ କଲେଜ ଦାବି ପ୍ରତି ସରକାର ବୀତସ୍ପୃହତା ପ୍ରଦର୍ଶନ କରି ଚାଲିଥିବା ବେଳେ ଦାବି ହାସଲ ପାଇଁ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ କ୍ରିୟାନୁଷ୍ଠାନ କମିଟି ତାର ପ୍ରସ୍ତୁତିକୁ ଜୋରଦାର କରିଛି । ଗତକାଲି କମିଟିର ସାଧାରଣ ପରିଷଦ ବୈଠକର ନିଷ୍ପତ୍ତି କ୍ରମେ ସମାଜର ସବୁ ବର୍ଗର ଲୋକଙ୍କୁ […]
କେନ୍ଦ୍ରାପଡା ଜିଲ୍ଲା ଖଣ୍ଡାୟତ କ୍ଷତ୍ରୀୟ ମହାସଙ୍ଘର ଏକ ସମ୍ମିଳନୀ ସ୍ଥାନୀୟ ସ୍ୱୟଂସିଦ୍ଧା ହୋଟେଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ମହାସଙ୍ଘର ସଭାପତି ଅଶୋକ କୁମାର ଲେଙ୍କା, କାର୍ଯ୍ୟକାରୀ ସଭାପତି ଶିବାଶିଷ ରାଉତ, ସୁଧାଂଶୁଶେଖର ବେହେରା, ସମ୍ପାଦକ ଦେବଦର୍ଶୀ ସାହୁ, ସଂଗଠନ ସମ୍ପାଦକ ଗଣେଶ କୁମାର ନାୟକ, ଉପଦେଷ୍ଟା ବିରେନ୍ଦ୍ର କୁମାର ରାୟ, ରବିନ୍ଦ୍ର ପରିଡା, ବଦ୍ରୀନାରାୟଣ ଜେନା, ସୁମନ୍ତ ସାମନ୍ତରାୟ ଓ ପ୍ରତିଷ୍ଠାତା ନିରଞ୍ଜନ ରଣସିଂହ […]
रविवार शाम को केंन्द्रापड़ा जिले के पट्टामुंन्डाइ थाने कुलसाही गांव के नदिक ब्राह्मणी नदी में एक ४ फुट लंबे खूंखार मगरमच्छ मछुआरे की जाल मे फंस गया। हालाँकि । मछुआरेने यह सोचा कि यह एक बड़ी मछली हैगी नाव से नदी के किनारे जाल लाने के बाद उसने जाल में […]
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ନିକଟସ୍ଥ ନାଇଆଡିଆ ଗାଁ ଦେଇ ପ୍ରବାହିତ ହେଉଥିବା ବ୍ରହ୍ମଣୀ ନଦୀରେ ରବିବାର ସଂନ୍ଧ୍ୟା ଦୁଇଜଣ ଧୀବର ମାଛ ଧରିବା ପାଇଁ ଜାଲ ଟାଣୁଥିବାବେଳେ ଏକ ୪ ଫୁଟ୍ ଲମ୍ବର ହିଂସ୍ର କୁମ୍ଭୀର ଜାଲ ଫାଶରେ ପଡିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ବଡ ମାଛ ଭାବି ଡଙ୍ଗା ଦ୍ୱାରା ନଦୀ କୂଳକୁ ଜାଲ ଆଣିବା ପରେ ହିଂସ୍ର କୁମ୍ଭୀରଟି ସେଥିରେ ଫଶି […]
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଆନ୍ଦୋଳନ ଥମିବାର ନାଁ ଧରୁନି । ଗତ ମଙ୍ଗଳବାର ଠାରୁ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ଚାଲିଥିବା ଗଣଧାରଣାକୁ ଆଜି ପଞ୍ଚମ ଦିନ ପୁରିଛି । ଗତ ୭ତାରିଖରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ ପ୍ରକୋଷ୍ଠରେ ପ୍ରଶାସନର ଆହ୍ୱାନ କ୍ରମେ ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କୁ […]
କେନ୍ଦ୍ରାପଡ଼ା, ୯ା୯: ସ୍ଥାନୀୟ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ପାଇଁ ଅନୁଷ୍ଠିତ ସଭାରେ ପୂର୍ବତନ ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀମାନେ ନିଷ୍ଠାପର ଭାବରେ ଅଧ୍ୟୟନରତ ରହିଲେ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ହେବ ବୋଲି ବକ୍ତବ୍ୟ ରଖିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ରବିନ୍ଦ୍ର କୁମାର ବଳ ତାଙ୍କ ବକ୍ତବ୍ୟରେ ବହୁ ମହାନ ବ୍ୟକ୍ତିମାନଙ୍କର ଛାତ୍ର ଜୀବନ ବିଷୟରେ ଆଲୋଚନା କରି କଠୋର […]
ମରକ୍କୋ,୯ା୯: ଭୂକମ୍ପରେ ଥରିଲା ମରକ୍କୋ । ତୁର୍କୀ ପରେ ମରକ୍େକାରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ୬.୮ । ଭୁଶୁଡ଼ିଲା ବଡ଼ ବଡ଼ କୋଠା । ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୬୦୦ରୁ ଅଧିକ ହୋଇଛି । ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା । ଶହ ଶହ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଚାଲିଛି ଜୋରଦାର ରେସ୍କ୍ୟୁ ଅପରେସନ । ଆଫ୍ରିକୀୟ ଦେଶ ମରକ୍କୋରେ ସକାଳୁ ସକାଳୁ […]
ଆଜି ଭାରତ ପାକିସ୍ତାନ ମଧ୍ୟରେ ମହାଲଢେଇ । ଏସିଆ କପର ସୁପର -୪ ରେ ସମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଚଳିତ ଏସିଆ କପର ଗ୍ରୁପ ପର୍ଯ୍ୟାୟରେ ଭାରତ ପାକିସ୍ତାନ ମ୍ୟାଚ ବର୍ଷା ପାଇଁ ଧୋଇ ଯାଇଥିବା ବେଳେ ଆସନ୍ତା କାଲି ମ୍ୟାଚକୁ ଚାହିଁ ବସିଛି ସାରା ବିଶ୍ୱ । ଉଭୟ ଦଳ ସ୍ୱତନ୍ତ୍ର ରଣକୌଶଳ ସହ ପଡିଆକୁ ଓଲ୍ହାଇ ବିଜୟ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି […]
କେନ୍ଦ୍ରାପଡ଼ା ସିଭିଲ କୋର୍ଟ ପରିସରରେ ଆଇନସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଜିଲ୍ଲା ଦୌରାଜଜ୍ ଶ୍ରୀ ବିଶ୍ୱଜିତ୍ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ୩୫୪ଟି ମାମଲାର ବିଚାର କରାଯାଇ ୧ କୋଟି ୫୯ଲକ୍ଷ ୬୪ହଜାର ୮୧୮ଟଙ୍କା ଆଦାୟ କରାଯାଇଛି । ଏହା ବ୍ୟତୀତ ବ୍ୟାଙ୍କ ଋଣ ବାବଦ ୨୩୬ ମାମଲା ଫଇସଲା କରାଯାଇ ୩୭ ଲକ୍ଷ ୩୯ ହଜାର […]
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତର ବୁଥ କଂଗ୍ରେସ କର୍ମୀ ସମ୍ମିଳନୀ ଶ୍ରୀ ମା ଛୁଆଳିଆ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କଂଗ୍ରେସ ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବୁଥ କମିଟିର ସଭାପତି, ବୁଥ କମିଟିର ସଦସ୍ୟ ଓ ବରିଷ୍ଠ କର୍ମୀମାନେ ଯୋଗ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସମ୍ମିଳନୀରେ କର୍ମୀମାନଙ୍କୁ ଆହ୍ୱାନ ଦେଇ ଆମେ ବିଧାନସଭା ଯିବା ବିଷୟରେ […]
କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ୫ନଂ ଜିଲ୍ଲା ପରିଷଦ ଜୋନ୍ର ଏକ ବିଶାଳ କର୍ମୀ ସମ୍ମିଳନୀ ଆସନ୍ତା ସେପ୍ଟେମ୍ବର ୧୩ରେ ମାଳବଣଠାରେ ଅନୁଷ୍ଠିତ ହେବାକୁ ଆଜି ଜୋନ୍ କଂଗ୍ରେସର ବୈଠକରେ ସ୍ଥିର କରାଯାଇଛି । ଏହି ଜୋନ୍ ଅନ୍ତର୍ଗତ ୮ଗୋଟି ପଞ୍ଚାୟତ ଯଥା କୋରୋ, ଘାଗରା, ଚାରିଗାଁ, ଧୂମାତ, ଇନ୍ଦୁପୁର, ନିକିରାଇ, ଢୋଲ ଓ କୁତରଙ୍ଗର କଂଗ୍ରେସ ସଭାପତି ଦଳୀୟ ପଞ୍ଚାୟତ ପ୍ରତିନିଧି ଓ ବରିଷ୍ଠ କର୍ମୀମାନେ ଗରାପୁର କଂଗ୍ରେସ କାର୍ଯ୍ୟାଳୟରେ […]
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବିଜୁଜନତା ଦଳ ସଭାପତି ଶଶାଙ୍କ ଶେଖର ପରିଡାଙ୍କୁ କେନ୍ଦ୍ରାପଡା ଟାଉନଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଏହି ବ୍ଲକର ବିଜେଡି ନେତ୍ରୀ ରାଜଲକ୍ଷ୍ମୀ ରାଉତରାୟ ଗତକାଲି ୭ତାରିଖରେ ଶଶାଙ୍କ ଶେଖର ପରିଡା ତାଙ୍କୁ ଅଶୀଳ ଇଙ୍ଗିତ କରିଥିଲେ ବୋଲି କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗର ତଦନ୍ତ କରି ଏକ ମାମଲା ଋଜୁ କରି ଶ୍ରୀ ପରିଡାଙ୍କୁ […]
କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଜିଲ୍ଲାରେ ସ୍ୱାସ୍ଥ୍ୟସେବାରେ ସୁଧାର ପାଇଁ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିତ୍ୟାନ୍ତ ଆବଶ୍ୟକ ଥିବା ବେଳେ ଏଥିପାଇଁ ଦୀର୍ଘ ବର୍ଷ ଧରି ଚାଲି ଆସିଥିବା ଆନ୍ଦୋଳନ ଏବେ ତୀବ୍ରତ୍ତର ହେବାକୁ ବସିଛି । ଜିଲ୍ଲା ପ୍ରଶାସନର ସମସ୍ତ ବାରଣ ସତ୍ତ୍ୱେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସନ୍ନିକଟରେ ଥିବା […]
କେନ୍ଦ୍ରାପଡା ୮/୯: ପ୍ରତି ବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଏ । ଏହି ଭୌତିକ ଚିକିତ୍ସା ମାଧ୍ୟମରେ ସମସ୍ତ ପ୍ରକାର ସ୍ନାୟବିକ ଯନ୍ତ୍ରଣାର ଉପସମ ସହିତ ଆଧୁନିକ ଜୀବନଶୈଳୀ ହେତୁ ମନୁଷ୍ୟ ଭୋଗୁଥିବା ମେରୁଦଣ୍ଡ ଓ ଆଥ୍ରାଇଟିସ୍ଜନୀତ ସମସ୍ୟାର ବିନା ଔଷଧରେ ସଫଳ ଉପଚାର କରାଯାଇପାରୁଛି । ଏହି ଦିବସର ତାତ୍ପର୍ଯ୍ୟକୁ ଗୁରୁତ୍ୱ ଦେବା ସହିତ ଜନସାଧାରଣରେ ବ୍ୟାପକ ସଚେତନତା ନିମନ୍ତେ କେନ୍ଦ୍ରାପଡା […]