କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସାମାଜିକ ସୁରକ୍ଷା ଯୋଜନାରେ ମଧୁ ପେନସନ ବଂଟନ କାର୍ଯ୍ୟକ୍ରମ ୭ଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭାଂଶୁ ସାହୁଙ୍କ ପୌରାହିତ୍ୟରେ ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ଭତ। ବଂଟନ ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମାଜରେ ଅବହେଳିତ ଅବସ୍ଥାରେ ଥିବା ଅସହାୟ ବୃଦ୍ଧ ବୃଦ୍ଧା, ବିଧବା, ଅକର୍ମଣ୍ୟମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଉତିକଣ ଭେଡା କଖାରୁଣୀ ପାଟରେ ଲଘୁଚାପ ପ୍ରଭାବ ଓ କେନାଲ ପାଣି ଉପରକୁ ମୁଣ୍ଡକୁ ନ ଚଢି ଜମାଟ ହୋଇ ଧାନ ଗଛ ଉଚ୍ଚରେ ଜମିରେ ଲହଡି ମାରୁଛି । ଯାହା ଫଳରେ ଚାଷ ଜମିରୁ ବର୍ଷାପାଣି ନିଷ୍କାସିତ ହୋଇ ନପାରି ସବୁଜ ଶ୍ୟାମଳ ଦିଶୁଥିବା କ୍ଷେତ ଆଜି ପୋଖାରୀର ଭ୍ରମ ସୃଷ୍ଟି କରୁଛି । ଏ ନେଇ ଚାଷୀକୃଳ ମଧ୍ୟରେ ଅସନ୍ତୋଷ ପ୍ରକାଶ […]
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଳକ ଦେଉଳପଡ଼ା ଠାରେ ଭତା ବଂଟନ ମେଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜଗଡ଼, ଅଳାଇଲୋ, ଦେଉଳପଡ଼ା, ବଳିପାଳ, ବିଜୟନଗର, ବଢ଼ିହ ୬ ଗୋଟି ପଂଚାୟତର ବିଭିନ୍ନ ବର୍ଗର ହିତାଧିକାରୀମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଭତା ବଂଟନ କରାଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ମହାକାଳପଡ଼ା ବିଧାୟକ ତଥା ଉଚ୍ଚଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଓଡ଼ିଶାରେ ପୁଣି ମୁଖ୍ୟମନ୍ତ୍ରୀ ହେବେ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ୧୯୬ଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ସେଥିମଧ୍ୟରୁ ୧୯୦ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୬ଟି ସାମୁହିକ ଅଭିଯୋଗ ହୋଇଛି । ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ , ଉପଜିଲ୍ଲାପାଳ ନିରଂଜନ ବେହେରା, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର ପଣ୍ଡା, […]
କେନ୍ଦ୍ରାପଡା,୨୧ା୮; ଭିତରକନିକା ଜାତୀୟ ଉଦ୍ୟାନରୁ ଗରାଣି ଓ ବାତରା ଗଛକୁ କାଟି ଗାଡିରେ ବାହାରକୁ ଚୋରା ଚାଲାଣ କରୁଥିବା ବେଳେ ଗାଡି ଜବତ ହେବା ସହ ଜଣେ ଗିରଫ ହୋଇଛି । ଏହି ଘଟଣାର ମୁଖ୍ୟ ଆସାମୀକୁ ପୋଲିସ କିମ୍ବା ବନବିଭାଗ ଧରିପାରିନାହିଁ । ସେ ଫେରାର ହୋଇଯାଇଛନ୍ତି । ଯାହାକୁ ରବିବାର ରାତି ପ୍ରାୟ ସାଢେ ୮ଟା ସମୟରେ ତାଳଚୁଆ ସାମୁଦ୍ରିକ ଥାନା ପୋଲିସ ଧରି ଥାନାକୁ ନେଇଥିଲା […]
କେନ୍ଦ୍ରାପଡା ୨୧/୦୮- ଅଖିଳ ଭାରତ କୃଷକ ସଭା (ଇଓକଝ) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ତୁରନ୍ତ ଜିଲ୍ଲାରେ ଏକ ବୃହତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ଦାବୀକୁ ନେଇ ଏକ ଦାବୀପତ୍ର ଜିଲ୍ଲାପାଳଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲା (ରାଜସ୍ୱ)ଶ୍ରୀଯୁକ୍ତ ନିଲୁ ମହାପାତ୍ରଙ୍କୁ ଚାଷୀ ନେତା ରମଣୀରଂଜନ ରାଉତରାୟ ଡେରାବିଶ ବ୍ଳକର ସଂପାଦକ ସାଥି କୁବେର ସାହୁ, ଜିଲ୍ଲା ଉପ ସଭାପତି ସାଥି ଦାମୋଦର ମଳିକ, ସାଥି ପ୍ରମୋଦ ରାଉତ ପ୍ରମୁଖ […]
କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବିବାହ କରାଇଲା ଜଣେ ଦୃଷ୍ଟି ବାଧିତଙ୍କୁ ଜଣେ ଦୃଷ୍ଟିଶକ୍ତି ଥିବା ଝିଅ ସହ କେନ୍ଦ୍ରାପଡା ୨୧/୮- ସାଧାରଣତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ କେହି ସହଜରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଏଥିରେ ପରିବର୍ତନ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାଧାରଣ ବ୍ୟକ୍ତି ବିବାହକଲେ ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ କରିବା ଯୋଜନା ଏହା ୨୦୧୪ ମସିହାରୁ […]
ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ଅଣ୍ଢରା ଗ୍ରାମରେ । ମୃତକଙ୍କ ହେଲେ କୀର୍ତନ ମଲ୍ଲିକଙ୍କ ପତ୍ନୀ ଜାନକୀ ମଲ୍ଲିକ । ଗତ ରବିବାର ସନ୍ଧ୍ୟାରେ ପାଖ ପଡୋଶୀ ଘରୁ ଫେରିବା ସମୟରେ ପିଣ୍ଡା ମୂଳରେ ଛକିଥିବା ବିଷଧର ସାପଟି କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ । […]
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ସମବାୟ ସମିତି ମାଧ୍ୟମରେ ସାର ଯୋଗାଣ ସମ୍ପୂର୍ଣ୍ଣ ଫେଲ୍ ମାରିଛି । ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ୧୬ଟି ସମବାୟ ସମିତି ସାର ଉଠାଇ ନ ଥିବାବେଳେ ଚାଷୀମାନେ ଅସୁବିଧା ଭୋଗ କରୁଛନ୍ତି । ଚଳିତ ଖରିଫ ଋତୁରେ ବ୍ଲକର ୩୧ ପଂଚାୟତରେ ୧୧,୩୦୦ ହେକ୍ଟର ଜମିରେ ଖରିଫ ଧାନ ଫସଲ ହେଉଛି । ସେଥିମଧ୍ୟରୁ ଏ ଯାବତ ୬ ହଜାର ହେକ୍ଟର ଜମିରେ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବନଖଣ୍ଡ ଅନ୍ତର୍ଗତ ନଦୀନାଳରେ କୁମ୍ଭୀର ଉପଦ୍ରବ ଯୋଗୁଁ ନିରୀହ ଲୋକଙ୍କ ଜୀବନ ଚାଲି ଯାଉଛି । ନଦୀକୂଳିଆ ଗାଁଗୁଡିକର ଲୋକମାନେ ନଦୀରେ ବ୍ୟବହାର କରିବା ପାଇଁ ବନବିଭାଗ ପକ୍ଷରୁ ଗାଧୁଆତୁଠର ସୁରକ୍ଷା ବାଡଗୁଡିକ ଅସୁରକ୍ଷିତ ହୋଇପଡିଥିବା ଅଭିଯୋଗ ହୋଇଆସୁଥିଲା । ଏହାର ରକ୍ଷଣାବେକ୍ଷଣ କରାଯାଉନଥିବାରୁ କୁମ୍ଭୀର ଆକ୍ରମଣରେ ନଦୀକୂଳିଆ ଗାଁଗୁଡିକର ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ହୋଇଥିଲା । ଏନେଇ ମୁଖ୍ୟ ବନସଂରକ୍ଷକ ଓଡିଶାର ଏସ […]
ଉତ୍ତରକାଶୀ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏହି ସମସ୍ତ ଯାତ୍ରୀ ଗୁଜରାଟର ବୋଲି କୁହାଯାଉଛି । […]
କେନ୍ଦ୍ରାପଡ଼ା ପୂର୍ବତନ ସୈନିକ ସଂଘ ତରପରୁ ପୂର୍ବତନ ସୈନିକ ମାନେ ତିନିମୁହାଣୀ ସ୍ଥିତ ସହୀଦ ସ୍ତମ୍ଭରେ ଦୀପ ପ୍ରଜ୍ୱଳନ କରି ଲଦାଖ ଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୯ ଜଣ ସହୀଦ ଯବାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାଥନା କରିଥିଲା । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯବାନଙ୍କ ପାଇଁ ଆସୁ ଆରୋଗ୍ୟ କାମନା କରାଯାଇଥିଲା । ସହୀଦ ପରିବାର ସଦସ୍ୟ ମାନଙ୍କୁ ଏହି ଦୁଖଦଃ ସମୟରେ ପରିବାରଙ୍କୁ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ ସିପିଆଇ(ଏମ)ନେତା ବାବାଜୀ ପରିଡାଙ୍କର ରବିବାର ଭୋର ୬ ଟାରେ ପରଲୋକ ଘଟିଛି । ସେ ଦିର୍ଘଦିନ ଧରି ଲିଭର ସୋରିଆସିସ୍ ରୋଗରେ ପିଡୀତ ହୋଇ କଟକ ଏସସିବି ବଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ କେନ୍ଦ୍ରାପଡା ଜିଲ୍ଲା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ସିପିଆଇ ଏମ୍ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନିମପୁର-ଶାସନ ନୋଡାଲ ଉଚ୍ଚବିଦ୍ୟାଳୟର ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନୈତିକ ମୂଲ୍ୟବୋଧ ସୃଷ୍ଟି କରିବା ପାଇଁ ଗୀତା ଆଧାରିତ ନୈତିକ ଶିକ୍ଷା ଓ ସଚେତନତା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ପ୍ରଧାନଶିକ୍ଷୟତ୍ରୀ ଭାର୍ଗବୀ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ମୋ ସ୍କୁଲ ଅଭିଯାନ କମିଟି ଅଧକ୍ଷ ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ପଣ୍ଡା,ଉପାଧ୍ୟକ୍ଷ ପ୍ରେମାନନ୍ଦ ପଣ୍ଡା,ସଂଯୋଜକ ତପନ କୁମାର […]
ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୂର୍ତ ବିଭାଗ ଦ୍ୱାରା ବିଭିନ୍ନ ରାସ୍ତା, କୋଠାବାଡି, ସ୍କୁଲ କୋଠା ନିର୍ମାଣ କାର୍ଯ୍ୟ ଓ ମରାମତିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇଆସୁଛି । ବାରମ୍ବାର ଅଭିଯୋଗ ସତ୍ୱେ ବିଭାଗୀୟ ଉଚ୍ଚ କର୍ତୃପକ୍ଷ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ନିର୍ମାଣ କାର୍ଯ୍ୟରେ ଦିନକୁ ଦିନ ଅଧିକ ଦୁର୍ନୀତି ଓ ଅନିୟମିତତା ବୃଦ୍ଧି ପାଇବାରେ ଲାଗିଛି […]
ରାଷ୍ଟ୍ରପତି, କେନ୍ଦ୍ରସଂସଦୀୟ ମନ୍ତ୍ରୀ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ-ରାଜନଗର ବିକାଶ ପରିଷଦର ଦାବୀପତ୍ର ପଟ୍ଟାମୁଣ୍ଡାଇ ; ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷତା ପ୍ରଦର୍ଶନ କରି ପଟ୍ଟାମୁଣ୍ଡାଇ ଅଂଚଳ ସମଗ୍ର ବିଶ୍ୱରେ ଉପସ୍ଥିତି ଜାହିର କରିବାରେ ସଫଳ ହୋଇଛି । ରାଜ୍ୟ ରାଜନୀତିକୁ ନିୟଂତ୍ରଣ କରିଆସୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ଅଙ୍ଗ ଭାବେ ପଟ୍ଟାମୁଣ୍ଡାଇ ( ସଂ ) ବିଧାନସଭା ଆସନ ଓଡିଶାର ରାଜନୈତିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଆସିଛି । […]
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବୋଧଗାଁ ଗ୍ରାମର ଅଧିବାସୀମାନେ ଶ୍ରୀ ଶ୍ରୀ ପାଗଳାବାବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ମିଳିଥିବା ୫-ଟି ଅନୁଦାନକୁ ଆତ୍ମସାତ୍ ଉଦ୍ୟମ ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉ କି ଏହି ବିଦ୍ୟାଳୟ (ମଡେଲ) ଉନ୍ନତମାନର ଗୃହ ନିର୍ମାଣ ପାଇଁ ୫-ଟି ଶିକ୍ଷା ଯୋଜନାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଛି । ବେନିୟମ ଭାବେ ଗ୍ରାମର ଜଣେ ସରକାରୀ ଦଳର […]
କେନ୍ଦ୍ରାପଡ଼ା,୧୮ା୮: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଶୁକ୍ରବାର କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ବ୍ଲକ୍ ଘେରାଉ କରାଯାଇଥିଲା । ଏହି ଉପଲକ୍ଷେ ଅତିଶୟ ପ୍ରତିକୂଳ ପାଗ ସତ୍ତ୍ୱେ କଂଗ୍ରେସ କର୍ମୀମାନେ ସରକାରୀ ଟାଉନ୍ ହାଇସ୍କୁଲ୍ ଛକଠାରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ଏକ ବାଇକ୍ ଶୋଭାଯାତ୍ରରେ ପୁରୁଣା ବସ୍ଷ୍ଟାଣ୍ଡ୍, ଫରଜନ ଛକ ଓ ସାନ୍ତସାହି ଛକ ଦେଇ ବ୍ଲକ କାର୍ଯ୍ୟାଳୟ […]
କେନ୍ଦ୍ରାପଡ଼ା,୧୮ା୮ :ଓଡିଶା କୃଷିସେବା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ୟୁନିଟ ପକ୍ଷରୁ ଏକ ୯ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଙ୍ଘର ଏହି କୃଷି ଅଧିକାରୀମାନେ ରାଜ୍ୟର ୭୭.୫୪ଲକ୍ଷ କୃଷକ ପରିବାରର ଯତ୍ନ, କୃଷିକ୍ଷେତ୍ର ପାଇଁ ଆବଶ୍ୟକ ବୀମା, ରୋଗପୋକ ନିବାରଣ, ମାଟିର ସ୍ୱାସ୍ଥ୍ୟ ପରୀକ୍ଷା ସହିତ ଗୁଣାତ୍ମକ ମାନର ମଞ୍ଜି , ସାର,ଔଷଧ ପ୍ରଭୃତି ଯୋଗାଇଦେବା […]
କେନ୍ଦ୍ରାପଡ଼ା,୧୮ା୮: ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଦ୍ଭାବନା ଦିବସ ପାଳିତ ହୋଇଯାଇଛି । ଏଇ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କୁ ସଦ୍ଭାବନା ଦିବସର ଶପଥପାଠ କରାଇ କହିଥିଲେ ଆମ ହାତରେ ଜାତୀୟ ଏକତା ଓ ସଂହତିକୁ ମଜଭୁତ୍ ରଖିବାର ଚାବିକାଠି ରହିଛି । ଆଂଚଳିକତାବାଦ, ସାମ୍ପ୍ରଦାୟିକତାବାଦ, ଜାତିବାଦର ନିଗଡ଼ ମଧ୍ୟରୁ […]
କେନ୍ଦ୍ରାପଡ଼ା : ରାକ୍ଷୀ ବଜାରକୁ ଆଖିରେ ରଖି ଓର୍ମାସ୍ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂତନ ବିକ୍ରୟ କେନ୍ଦ୍ର । କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍ ନିକଟସ୍ଥ ଏହି ନୂତନ ଷ୍ଟଲ୍କୁ ଉଦ୍ଘାଟନ କରିଛନ୍ତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା । ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଏହି ଷ୍ଟଲ୍ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ରୋଜଗାର ଯୋଗାଇବା ସହ ଲୁପ୍ତପ୍ରାୟ ହସ୍ତକଳାକୁ […]
କେନ୍ଦ୍ରାପଡ଼ା: ଦୁଇ ଦଫା ଦାବିରେ ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘର ଆହ୍ୱାନରେ ଶୁକ୍ରବାର ଜିଲ୍ଲାର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ବର୍ଷା ସତ୍ତ୍ୱେ ଧାରଣା ଦେଇଥିଲେ । ସେମାନଙ୍କ ଦାବି ହେଉଛି ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇରୁ ଯୁକ୍ତତିନି(ସ୍ନାତକ) କରାଯିବା ସହ ସେମାନଙ୍କ ଦରମା ୨୧,୭୦୦ (ଲେଭେଲ୍ -୫)ରୁ ୩୫,୪୦୦ (ଲେଭେଲ-୯)କୁ ବୃଦ୍ଧି କରାଯିବା, ୧୦ବର୍ଷ ଚାକିରୀ ପୂରଣ […]
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବନ୍ତପାଟଣା ଗ୍ରାମରେ ଗତ ଜୁଲାଇ ୨୩ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ଘଟିଥବା ମଣି ଚରଣ ସାହୁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମଧ୍ୟରୁ ଜଣକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନେ ଗୋଟିଏ ପରିବାରର ବାପ ଏବଂ ତାଙ୍କର ଦୁଇ ପୁଅ ଓ ଏମାନେ ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଥିଲେ । […]
ପଟ୍ଟାମୁଣ୍ଡାଇ: ଗ୍ରାମାଂଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଡିଅଂଟା ପ୍ରାଣୀ ଚିକିତ୍ସା କେନ୍ଦ୍ର କ୍ଷେତ୍ରରେ । ଏଠାରେ ଲକ୍ଷଧିକ ଟଙ୍କାରେ ନିର୍ମିତ ଗୃହଟି ବ୍ୟବହାର ହେଉ ନ ଥିବାରୁ […]