କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ବିଭାଗ ଅମଲା ସଙ୍ଘ ପକ୍ଷରୁ ଏକ ଜିଲା ସ୍ତରୀୟ ବୈଠକ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲାର ଶତାଧିକ ଅମଲା ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ଏହିସବୁ ସମସ୍ୟାର ଆଶୁ ସମାଧାନ ପାଇଁ ଆସନ୍ତା ୮ତାରିଖରେ କେନ୍ଦ୍ରାପଡାର ଜିଲ୍ଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବାକୁ ସର୍ବସମ୍ମତି କ୍ରମେ […]

ପଟ୍ଟାମୁଣ୍ଡାଇ ୩/୧୧- ପଟ୍ଟାମୁଣ୍ଡାଇ ବିଜେଡି ପକ୍ଷରୁ ସଭ୍ୟ ସଂଗ୍ରହ ଅଭିଯାନକୁ ସଫଳ କରିବା ପାଇଁ ରବିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସଭାପତି କିଶୋର ସାହୁଙ୍କ ପୌରହିତ୍ୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡିଶା ତଥା ଓଡ଼ିଆଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ ବିଜୁ ଜନତା ଦଳ ସଂଗଠନକୁ ଅଧିଜ ଶାଣିତ ଓ […]

ପଟ୍ଟାମୁଣ୍ଡାଇ ୩/୧୧ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ କଖାରୁଣୀ ଛକ ନିକଟରେ ରବିବାର ସଂନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଅଟୋ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଖାରୁଣୀ ଗ୍ରାମର ଗଣେଶ ଜେନା (୫୪)। ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ଅଟୋଟି ଧକ୍କା ଦେବା ପରେ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। […]

ପଟ୍ଟାମୁଣ୍ଡାଇ ୨୯/୧୦ – ବାତ୍ୟା ଆସିଲେ ଉପକୂଳ ଓଡିଶାବାସୀଙ୍କ ଛାତି ଥରିଉଠେ । କାହାକୁ ବାସହରା କରିଦିଏ ତ କାହାର ଜୀବିକା ଉଜାଡିଦିଏ । ଆଉ ବିପର୍ଯ୍ୟୟ ଯିବା ପରେ ପ୍ରଭାବିତଙ୍କୁ ସରକାର ଘର ଦେବାକୁ ଘୋଷଣା କରନ୍ତି । ଦୀର୍ଘ ବର୍ଷ ହେବ ଏଭଳି ଚାଲି ଆସୁଥିଲେ ମଧ୍ୟ ଯୋଗ୍ୟ ହିତାଧିକାରୀ ଏଥିରୁ ବଂଚିତ ହେଉଛନ୍ତି । ବାତ୍ୟା ବେଳେ ସେମାନେ ବାରଓଳି ଶୃଣ୍ଢିପିଣ୍ଡା ହୋଇ ଆଶ୍ରୟ ସ୍ଥଳରେ […]

ପଟ୍ଟାମୁଣ୍ଡାଇ ୧/୧୧ -ସରକାରୀ ତୈଳ କମ୍ପାନୀଗୁଡ଼ିକ ମାସର ପ୍ରଥମ ଦିନରେ ଏଲ୍‌ପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି । ସେଥିନେଇ ଶୁକ୍ରବାର ଠାରୁ ନୂଆ ମାସ ଆରମ୍ଭ ହେଉଥିବାରୁ ନଭେମ୍ବର ୧ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର କମରସିଆଲ ଗ୍ୟାସ ବ୍ୟବହାରକାରୀ ଦୋକାନୀ ମାନଙ୍କୁ କୌଣସି ଫରକ ପଡିନାହିଁ । କାରଣ ସେମାନେ ଗ୍ୟାସ ବିତରଣକାରୀ […]

କେନ୍ଦ୍ରାପଡ଼ା, ୨ା୧୧: ଅକ୍ଟୋବର ୨୯ ତାରିଖ ଦିନ ରାଜ୍ୟ ସାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ୨୦୨୪ ପାଳନ କରାଯାଉଛି । ଏହି ଉପଲକ୍ଷେ ଗରାପୁରସ୍ଥିତ ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ବିଭିନ୍ନ ସ୍ଲୋଗାନ୍ ଦେଇ ଏକ ମିନି ମାରାଥନ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମାପନ ହୋଇଥିଲା । ଏହି ମିନି ମାରାଥନକୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା […]

କେନ୍ଦ୍ରାପଡ଼ା,୨ା୧୧: ବାଞ୍ଛାନିଧି ଦାସ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ମରଡପୁରସ୍ଥିତ ଆଦିବାସୀ ବସ୍ତିରେ ଶୁଖିଲା ଖାଦ୍ୟ ଓ ବିସ୍କୁଟ ପ୍ୟାକେଟ୍ ବଣ୍ଟନ କରାଯାଇଛି। ବିଗତ ବାତ୍ୟା ଓ ପବନରେ କ୍ଷତିଗ୍ରସ୍ତ ହୋଇଥିବା ଏହି ବସ୍ତିର ୧୫ଟି ଗରିବ ପରିବାରର ଲୋକମାନଙ୍କୁ ଚୁଡା, ଚିନି ଓ ବିସ୍କୁଟ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱବିଦ୍ୟାଳୟର ଏମିରେଟସ ପ୍ରଫେସର ଡ. […]

କେନ୍ଦ୍ରାପଡ଼ା,୨ା୧୧: ଡକ୍ଟର ବୈଷ୍ଣବ ପରିଡା ମେମୋରିଆଲ ଚେସ ପ୍ରତିଯୋଗିତା କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ପକ୍ଷରୁ ଶନିବାର ତୁଳସୀ ମହିଳା ମହାବିଦୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଦୁଇ ଦିନିଆ ଚେସ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବେ ତୁଳସୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡ. ପଦ୍ମଜା କବି ଶତପଥୀ,ଅଧ୍ୟାପକ ମଥୁରୀ ନାୟକ, […]

କେନ୍ଦ୍ରାପଡ଼ା,୨ା୧୧: ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରରେ କାର୍ଯ୍ୟରତ ୱାର୍ଡେନ ବିଜୟ ପରିଡାଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। କାରାଗାର ନିକଟସ୍ଥ ବାରାକ୍‌ରେ ବିଜୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ସହକର୍ମୀମାନେ ବିଜୟଙ୍କୁ ବାରାକ୍‌ର ସିଲିଂଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ଶୁକ୍ରବାର ଅପରାହ୍ନ ୧୨ଟାରେ ବିଜୟ ଡ୍ୟୁଟି ସାରି ବାରାକ୍‌କୁ ଫେରିଥିଲେ। ଅନ୍ୟ ସହକର୍ମୀମାନେ ସନ୍ଧ୍ୟାରେ ଡ୍ୟୁଟି ସାରି ବାରାକ୍‌କୁ ଫେରିବା ପରେ ବିଜୟକୁ ସିଲିଂ […]

ନୂଆଦିଲ୍ଲୀ,୧।୧୧-ସର୍ଚ୍ଚ ଇଞ୍ଜିନ ଗୁଗୁଲ ଉପରେ ଲାଗିଛି ୨୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦,୦୦୦ ଡଲାରର ଜରିମାନା। ଏହା ୨୦ ଡିସିଲିୟନ ଡଲାର ସହ ସମାନ। ଋଷିଆ ପକ୍ଷରୁ ଗୁଗଲ ଉପରେ ଏହି ତାଜୁବ କରିଦେବା ପରି ଏତେ ବଡ଼ ପରିମାଣର ଜରିମାନା ଲଗାଯାଇଛି।ଜରିମାନା ରାଶି ୨ରେ ୩୪ଟି ଶୂନ ଡଲାରର ଅର୍ଥ ଏହାର ପରିମାଣ ବିଶ୍ୱର ମୋଟ ଜିଡିପି ଠାରୁ ୬୨୦ ଗୁଣ ଅଧିକ। ସରଳ ଭାଷାରେ କହିଲେ, ବିଶ୍ୱରେ ଯେତିକି ସମ୍ପତ୍ତି ନାହିଁ, ତା’ଠାରୁ […]

କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ବ୍ଲକ ଅଧିନସ୍ଥ ଗୁଲନଗର ପଞ୍ଚାୟତର ଗୁଲନଗର ଗ୍ରାମରେ ଦୀର୍ଘ ୮୭ବର୍ଷ ହେବ ମା’ ଦକ୍ଷିଣ କାଳୀଙ୍କର ମୂର୍ତ୍ତୀ ପୂଜାପାଇ ଆସୁଛନ୍ତି । ପ୍ରବାଦ ଅଛି ୧୯୩୭ ମସିହାରେ ଯେତେବେଳେ ଏହି ଅଞ୍ଚଳରେ ମହାମାରୀ ହଇଜା ବ୍ୟାପିଲା ଲେକମାନେ ଭୟଭିତ ହୋଇପଡିଥିଲେ । ଏହାର ପ୍ରତିକାର ପାଇଁ ଗୁଲନଗର ଗ୍ରାମର କାଳୀ ସାଧକ କାହ୍ନାଇ ଚରଣ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ସୁଦର୍ଶନ ଚକ୍ରବର୍ତ୍ତି, କୃତିବାସ ସାହୁ, ଇଶ୍ୱର ପୃଷ୍ଟି, ନିତ୍ୟାନନ୍ଦ […]

କେନ୍ଦ୍ରାପଡା,୧ା୧୧: ଆଲୋକର ପର୍ବ ଦୀପାବଳୀର ଉତ୍ସବମୟ ପରିବେଶରୁ ବଞ୍ôଚତ ରହୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଗହଣରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପୁନର୍ବାସ’ ନିଆରା ଢଙ୍ଗରେ ଦୀପାବଳୀ ପାଳନ କରିଛି। “ବାଣରେ ନୁହେଁ… ହସରେ ଦୀପାଳି ଜାଳିବା’ର ବାର୍ତ୍ତା ଦେଇ ଏହି ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରାପଡା ପୌରସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା ନିମାଇଁ ଚରଣ ମାନସିକ ଅନଗ୍ରସର, ଦଧିବାମନଜୀଉ ବଧିର ଏବଂ ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଗହଣରେ ଏହି ପର୍ବକୁ ପାଳନ କରାଯାଇଛି […]

କେନ୍ଦ୍ରାପଡା, ୧ା୧୧: କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଭରତପୁର ଗ୍ରାମର ପ୍ରସିଦ୍ଧ ଦକ୍ଷୀଣ କାଳୀଙ୍କ ୩୨ତମ ଜନ୍ମୋତ୍ସବ ପାରମ୍ପାରିକ ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ମନ୍ଦିର ଟ୍ରଷ୍ଟୀର ସଭାପତି ଯୁଗୋଳ କିଶୋର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଭରତପୁର ତଥା କେନ୍ଦ୍ରାପଡା ସହର ଓ ଆଖପାଖ ପଞ୍ଚାୟତର ଶତାଧିକ ସ୍ୱେଚ୍ଛାସେବୀ ଯୁବକମାନେ ଉକ୍ତ ଉତ୍ସବର ସଫଳ ରୂପାୟନ ପାଇଁ ଦୀର୍ଘ ଏକ ସପ୍ତାହ ହେଲା ମନ୍ଦିରର ସଫେଇ ତଥା ଆଲୋକ ସଜାସଜି […]

କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ନରିଲୋ ଗ୍ରାମର ତ୍ରୈଲୋକ୍ୟ ନାଥ ନାୟକଙ୍କ ଘୁଆଳ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଘୁଆଳ ଘରଟି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ସେହି ଘୁଆଳ ଭିତରେ ଥିବା ୩ଟି ଗାଇ ପୋଡି ହୋଇ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସୂଚନା ଅନୁଯାଇ ଗୁରୁବାର ବିଳମ୍ବିତ ରାତିରେ ଆକସ୍ମିକ ଅଗିକାଣ୍ଡ ଘଟି ଶ୍ରୀ ନାୟକଙ୍କ ଘୁଆଳଟିରେ ହଠାତ ନିଆଁ ଲାଗି ଯାଇଥିଲା। […]

କେନ୍ଦ୍ରାପଡ଼ା,୧ା୧୧: କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ୟ ପରିଷଦର ମୁଖପତ୍ର ସାହିତ୍ୟ ପତ୍ରିକା “ମଧୁଧାରା’ର ଶାରଦୀୟ ବିଶେଷାଙ୍କ ଗୋପଛକସ୍ଥିତ କମଳ ଭବନ ପରିସରରେ ଉନ୍ମୋଚିତ ହୋଇଯାଇଛି। ମଧୁଧାରାର ସମ୍ପାଦକ ସରୋଜ କୁମାର ମହାନ୍ତିଙ୍କ ସଞ୍ଚାଳନାରେ ଅନୁଷ୍ଠିତ ଏହି ଲୋକାର୍ପଣ ଉତ୍ସବରେ ବିଶିଷ୍ଟ କଥାକାର ଡ. ରାମଚନ୍ଦ୍ର ବେହେରା “ମଧୁଧାରା’ର ଉନ୍ମୋଚନ କରି ସାହିତ୍ୟ, ସଂସ୍କୃତିର ସୁରକ୍ଷା ଓ ବିକାଶ କ୍ଷେତ୍ରରେ କେନ୍ଦ୍ରାପଡ଼ାର ସ୍ୱତନ୍ତ୍ରତା ସମ୍ପର୍କରେ ଆଲୋକପାତ କରିବା ସହିତ ଉନ୍ମୋଚିତ ପତ୍ରିକାର ବିଶେଷତ୍ୱ […]

ପଟ୍ଟାମୁଣ୍ଡାଇ ୧/୧୧ -ପଟ୍ଟାମୁଣ୍ଡାଇ ନିକଟସ୍ଥ ହାଟପାଟଣା ଗ୍ରାମବାସୀ ପବିତ୍ର ଦୀପାବଳି ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଆହ୍ୱାନ ଭାବେ ଦେଖା ଦେଇଥିବାରୁ ପ୍ରଦୂଷଣ ରୋକିବା ସହିତ ସମାଜକୁ ଭିନ୍ନ ବାର୍ତା ଦେବା ପାଇଁ ହାଟପାଟଣା ଗ୍ରାମବାସୀ ଆଜି ନିଆରା ପ୍ରୟାସ କରିଥିଲେ । ଦୀପାବଳିରେ ବାଣ ନଫୁଟାଇ ସେଇ ଅର୍ଥରେ ଗୋଡି ସିମେଂଟ କିଣି ଗ୍ରାମବାସୀ […]

ପଟ୍ଟାମୁଣ୍ଡାଇ ୧/୧୧ – ସାମୁଦ୍ରିକ ଝଡ଼ “ଦାନା”କୁ ସଫଳତାର ସହ ମୁକାବିଲା କରିବା କ୍ଷେତ୍ରରେ ଅସୀମ ସାହାସିକତା ପ୍ରଦର୍ଶନ କରି ରାଜନଗର ବ୍ଲକ ତାଳଛୁଆ ବାଘମାରି ପଂଚାୟତର ଆଶା କର୍ମୀ ଶିବାନୀ ମଣ୍ଡଳ ୭ ଜଣ ବୃଦ୍ଧାବୃଦ୍ଧ ଓ ପ୍ରସୂତି ମହିଳାଙ୍କୁ ନିଜ ଘରୁ ଆଣି ବାତ୍ୟା ଆଶ୍ରୟସ୍ଥଳୀରେ ପହଁଚାଇ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବା ସହିତ ବିଭିନ୍ନ ମହଲରୁ ସାବାସୀ ଓ ଶୁଭେଚ୍ଛା ସାଉଁଟିଛନ୍ତି । ଏପରିକି […]

ପଟ୍ଟାମୁଣ୍ଡାଇ ୩୧/୧୦ – ଓଡିଶା ହାଇକୋର୍ଟର ଆଇନଜୀବୀ ଦେବାଶିଷ ତ୍ରିପାଠୀ ରାଜ୍ୟ ସରକାରଙ୍କ ନୂଆ ଅତିରିକ୍ତ ସରକାରୀ ଆଇନଜୀବୀ (ଏଜିଏ) ଭାବେ ନିଯୁକ୍ତି ପାଇଛନ୍ତି। ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୀର୍ଘଦିନ ଧରି ଦେବାଶିଷ ଓଡ଼ିଶା ହାଇକୋଟରେ ଆଇନଜୀବୀ ଭାବେ କାର୍ଯ୍ୟରତଥିଲେ । ଏହା ପୂର୍ବରୁ ସେ ଭାରତ ସରକାରଙ୍କର ଷ୍ଟାଣ୍ଡିଙ୍ଗ କାଉନସେଲ ଭାବରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତି ହୋଇ କାର୍ଯ୍ୟକରିଛନ୍ତି । କେନ୍ଦ୍ରାପଡା ଜିଲା […]

ବାଣ ବିସ୍ଫୋରଣ ହୋଇ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର ମଧ୍ୟରେ ଜଣେ ମହିଳା ଥିବା ବେଳେ ୨ଜଣ ନାବାଳକ ବୋଲି ଜଣାପଡିଛି। ପୁରୀ ସଦର ଥାନା ଅଧୀନ ବାଟଗାଁ ରାଉତ ସାହିରେ ଗୁରୁବାର ବାଣ ବିସ୍ଫୋରଣ ହୋଇ ଗୁଲା ରାଉତ, ଲିପା ରାଉତ ଓ ସଞ୍ଜୟ ଜେନାଙ୍କ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ପୁରୀ ସଦର ମୁଖ୍ୟ ଚକିତ୍ସାଳୟରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା […]

ପଟ୍ଟାମୁଣ୍ଡାଇ ତା ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗୁଣୁପୁର ମା ଛୁଆଳିଆ ହାଇସ୍କୁଲ କିରାଣୀ ତଥା ଓଷ୍ଟା ସଭ୍ୟ ଅର୍ଜୁନ ଓଝାଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା କାଠିଆପଡା ଠାରେ ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲା ଓଷ୍ଟା ପ୍ରାକ୍ତନ ଉପସଭାପତି ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ବ୍ଲକ ଓଷ୍ଟା ସଭାପତି ବିଜୟ ଆଚାର୍ଯ୍ୟ, ସମ୍ପାଦକ ବାବାଜୀ ଦାସ ଉପଦେଷ୍ଟା ଗୋକୁଳ ରାଉତ,ପ୍ରଧାନଶିକ୍ଷକ ଅକ୍ଷୟ ନନ୍ଦ,ବଡ଼ପଡା କଲେଜ ଅଧକ୍ଷ ରମାକାନ୍ତ […]

କେନ୍ଦ୍ରାପଡା, ୩୦ା୧୦: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ଏକ ପ୍ରସ୍ତୁତି ବୈଠକ କମିଟିର ସଭାପତି ପ୍ରଦୀପ କୁମାର ଦାଶଙ୍କ ପୌରୋହିତ୍ୟରେ ସ୍ଥାନୀୟ ଗୁରୁକୁଳ ଆବାସିକ ଶିକ୍ଷା ନିକେତନ ପରିସରରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଲୋକ କଳା ଓ ଲୋକ ନୃତ୍ୟ-ଗୀତକୁ ଗୁରୁତ୍ୱାରୋପ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପ୍ରତିଦିନ ନୃତ୍ୟ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସାମାଜିକ ଓ ପରିବେଶଭିତ୍ତିକ ଆଲୋଚନା କରାଯିବ । ଏଥିସହିତ ରାମଦୋଳି, […]

କେନ୍ଦ୍ରାପଡା,୩୧ା୧୦: ପେନସନ ଭୋଗୀମାନଙ୍କର ବାର୍ଷିକ ଜୀବନ ପ୍ରମାଣ ପତ୍ର ଦାଖଲର ଅବଧି ଆରମ୍ଭ ହୋଇଛି। ଏଥିନିମନ୍ତେ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ଶାଖା ଓ ଜିଲ୍ଲା କୋଷାଗାର ତଥା ଟ୍ରେଜେରୀ ତରଫରୁ ସୁବନ୍ଦୋବସ୍ତ କରଯାଇଛି। ଜିଲ୍ଲା କୋଷାଗାରରେ ଅନଲାଇନ ମାଧ୍ୟମରେ ପ୍ରମାଣପତ୍ର ଗ୍ରହଣ କରାଯାଉଥିବାବେଳେ ଷ୍ଟେଟବ୍ୟାଙ୍କରେ ଅଫଲାଇନରେ ଓ ଅନ୍‌ଲାଇନ୍‌ରେ ପ୍ରମାଣ ପତ୍ର ସଂଗ୍ରହ କରାଯାଉଛି। ଏଥି ନିମନ୍ତେ ପେନସନ ବହି, ବ୍ୟାଙ୍କ ଜମା ଖାତା, ଆଧାର କାର୍ଡ ଓ […]

ପଟ୍ଟାମୁଣ୍ଡାଇ୩୦/୧୦ -ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ରାଜନଗର ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନରେ ଯିବାବେଳେ ପଟ୍ଟାମୁଣ୍ଡାଇ ବାଇପାସ ଛକ ଠାରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଜିଲ୍ଲା କଂଗ୍ରେସ ଓବିସି ସେଲ ପ୍ରାକ୍ତନ ଅଧକ୍ଷ ମଳୟ ଦାସ, ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାସ,ଯୁବନେତା ତପନ ପାତ୍ର, ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ସର୍ବେଶ୍ୱର ସେଠୀ,ଅଖିଳ ଭାରତ […]

ପଟ୍ଟାମୁଣ୍ଡାଇ ୩୦/୧୦- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ପଂଚାୟତ ଡାମରପୁର ବ୍ରାହ୍ମଣୀ ନଦୀ ଘାଟ ନିକଟରୁ ଏକ ମୃତ କୁମ୍ଭୀର ଠାବ କରାଯାଇଛି । ଏହି କୁମ୍ଭୀର ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି । ପ୍ରକାଶ ଯେ ଡାମରପୁର ଘାଟ ନିକଟରେ ଆଜି ସକାଳେ ୮ଫୁଟ ଲମ୍ବର ଏକ ମୃତ ବଉଳା କୁମ୍ଭୀର ଭାସୁଥିବା ସ୍ଥାନୀୟ ଜନସାଧାରଣ ଦେଖି ରାଜନଗର ବନପାଳ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଏହି ଖବର […]