କେନ୍ଦ୍ରାପଡ଼ା,୨୫ା୧୦: ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଶାରଦୀୟ ନବରାତ୍ର ଅବସରରେ ନବଦୂର୍ଗା ପୂଜା (କୁମାରୀ ପୂଜନ) ଉତ୍ସବ ଦଶହରା ଅବସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱଶାନ୍ତି ଏବଂ ବିଶ୍ୱର କଲ୍ୟାଣ କାମନା କରି ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କର ନବ ଦିନାତ୍ମକ ନବଦୂର୍ଗା ପୂଜା ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ଉପଲକ୍ଷେ ନଅ ଜଣ କୁମାରୀ କନ୍ୟାଙ୍କୁ ନେଇ […]

କେନ୍ଦ୍ରାପଡ଼ା, ୨୫ା୧୦ : କେନ୍ଦ୍ରାପଡା ବିଜେଡି ସଂଖ୍ୟାଲଘୁ ସେଲ ଆନୁକୂଲ୍ୟରେ ଜିଲ୍ଲାର ସଂଖ୍ୟାଲଘୁ ଅନୁଷ୍ଠାନ ଗୁଡିକର ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ଉର୍ଦ୍ଧୁ ପାଠାଗାର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଂଖ୍ୟାଲଘୁ ସେଲର ସଭାପତି ମହମ୍ମଦ୍ ସେକ ଇନାୟତ(ଚନ୍ଦନ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ରାଜ୍ୟ ୱାକଫ ବୋର୍ଡର ଅଧ୍ୟକ୍ଷ ସେକ ନିଜାମୁଦ୍ଦିନ ମୁଖ୍ୟ ଅତିଥି ଏବଂ ଓଡିଶା ରାଜ୍ୟ ୱାକଫ ବୋର୍ଡର କମିଶନର […]

ମା’ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ପଟ୍ଟମୁଣ୍ଡାଇରେ ବୁଧବାର ପୂର୍ବାହ୍ନରୁ ଆରମ୍ଭ ହୋଇଯାଇଛି । ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ମା ଦୁର୍ଗା । ପଟ୍ଟାମୁଣ୍ଡାଇ ସହର ଏବେ ପାରମ୍ପରିକ ବାଦ୍ୟର ଧ୍ୱନିରେ କମ୍ପୁଛି । ବିଭିନ୍ନ ମଣ୍ଡପରୁ ମା’ଦୁର୍ଗାଙ୍କ ଭସାଣି ଯାତ୍ରା ଆରମ୍ଭ ହୋଇଛି । ଆଜି ବାଲିପଡା ଘାଟଠାରେ ବିସର୍ଜନ ପର୍ବ ଅନୁଷ୍ଠିତ ହେବ । ପଟ୍ଟାମୁଣ୍ଡାଇ ପୌରପ୍ରଶାସନ ପକ୍ଷତରୁ ଭସାଣିକୁ ନେଇ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି […]

ବୁଧବାର ମଧ୍ୟାହ୍ନ ପର୍ଯ୍ୟନ୍ତ ମୋବାଇଲ  ଘୁଁ ଘୁଁ କମ୍ପନ ସହ ଥରି  ଆସୁଛି ଏମରଜେନ୍ସି ଆଲର୍ଟ। ଅଚାନକ ବାଜିଉଠୁଛି ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ ଉଭୟ ଓଡ଼ିଆ ଓ ଇଂରାଜି ଭାଷାରେ । ହଠାତ ଏପରି ଆଲର୍ଟ ମେସେଜ ଦେଖି ଲୋକେ ଭୟଭୀତ ହେଇଯାଉଛନ୍ତି । ତେବେ ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡ଼ିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି, ଏହା ପଛର ଉଦ୍ଦେଶ୍ୟ […]

କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇର ନିଳକଣ୍ଠପୁରରେ ନବମୀ ଦୃର୍ଗାପୂଜାରେ ଭକ୍ତମାନେ ମାଙ୍କୁ ଏକ ନିଆରା ଶୈଳୀରେ ଝୁଣା ଅର୍ପଣ କରିଥିବା ଦେଖିବାକୁ ମିଳିଥିଲା । ନବମୀରେ ଦିନସାରା ନିର୍ଜଳ ଉପବାସ କରିଥିବା ଭକ୍ତ ବ୍ରାହ୍ମଣଙ୍କ ଠାରୁ ମନ୍ତ୍ରଗ୍ରହଣ କରି ନିଜକୁ ସର୍ମପିତ କରନ୍ତି ମା ଦୃର୍ଗାଙ୍କୁ । ମାନସିକରେ ଥିବା ଭକ୍ତ ମାଙ୍କ ଛାମୁରେ ଥିବା ଏକ ପିଢ଼ ଉପରେ ପଦ୍ମାଆସନରେ ବସିବା ପରେ ପୁଜାରି ତାଙ୍କ ଉପରେ ଏକ ଓଦା ଚାଦର […]

ଆଜି ପବିତ୍ର ବିଜୟା ଦଶମୀ । ପବିତ୍ର ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ବିଜୟା ଦଶମୀ ଦଶହରା ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକାତ୍ମକ ଭାବେ ଦର୍ଶାଇଥାଏ । ଏଦିନ ମା’ ଦୁର୍ଗା ଅତ୍ୟାଚାରୀ ମହିଷାସୁରକୁ ନିଧନ କରି ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ପ୍ରଭୁ ଶ୍ରୀରାମଚନ୍ଦ୍ର ପ୍ରବଳ ପ୍ରତାପି ରାବଣକୁ ନିଧନ କରିବାକୁ ଦୁର୍ଗା ଦେବୀଙ୍କ ଚରଣରେ କରିଥିଲେ ଅପରାଜିତା ପୂଜା । ଅପରାଜିତା […]

ଶାରଦୀୟ ପୂଜା ସମୟରେ ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ହାମୁନ’ ପ୍ରଭାବରେ କେନ୍ଦ୍ରପଡା ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେଉଛି। ପଶ୍ଚିମକେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟି ଏହି ବାତ୍ୟା ହୋଇଥିବା ବେଳେ ଆଗାମୀ ୧୨ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବା ଆଶଙ୍କା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତୀ ସମୟରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ୨୫ ତାରିଖରେ ବାଂଲାଦେଶ ଖେପୁପରା ଓ ଚିଟାଗଙ୍ଗ ନିକଟରେ ସ୍ଥଳଭାଗ ଛୁଇଁବ […]

ଭୁବନେଶ୍ବର ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ ବରିଷ୍ଠ ଆଇଏଏସ୍ ଅଧିକାରୀ ୫ଟି ସଚିବ ଭି.କେ ପାଣ୍ଡିଆନ୍ । ସ୍ୱେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାର ପଠାଇଥିବା ଆବେଦନକୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ମଂଜୁର କରିଛନ୍ତି । ରାଜ୍ୟ ସରକାର ଅକ୍ଟୋବର ୨୦ ରେ ଚିଠି ପଠାଇଥିବା ବେଳେ ସର୍ବଭାରତୀୟ ସେବା ଆଇନ ୧୬ (୨ଏ) ଅନୁସାରେ ମଂଜୁର ହୋଇଥିବା ସୂଚନା ମିଳିଛି । ୨୦୦୦ ମସିହାରେ ଭି. କାର୍ତିକେୟ ପାଣ୍ଡିଆନ୍ […]

ଧର୍ମଶାଳା ୨୨/୧୦: ଚଳିତ ବିଶ୍ୱକପ୍‌ରେ ଦୁଇ ଅପରାଜେୟ ଦଳ ଥିବା ଭାରତ- ନ୍ୟୁଜିଲ୍ୟାଣ୍ଡ ମୁକାବିଲାରେ ଭାରତର ଜିତାପଟ ହୋଇଛି । ଏପର୍ଯ୍ୟନ୍ତ ଅପରାଜେୟ ରହିଥିବା ନ୍ୟୁଜିଲ୍ୟାଣ୍ଡକୁ ରବିବାର ଖେଳାଯାଇଥିବା ମୁକାବିଲାରେ ପରାଜିତ କରି ଟିମ୍‌ଇଣ୍ଡିଆ ଚଳିତ ବିଶ୍ୱକପ୍‌ରେ ବିଜୟ ଧାରା ଜାରି ରଖିଛି । ।ଜି ମ୍ୟାଚରେ ଟିମ୍‌ଇଣ୍ଡଆ ୪ ୱିକେଟ୍‌ରେ ବିଜୟୀ ହୋଇଛି । ଟିମ୍‌ଇଣ୍ଡିଆର ଏହି ବିଜୟର କର୍ଣ୍ଣଧାର ସାଜିଥିଲେ ରନ୍‌ମେସିନ୍ ବିରାଟ କୋହଲି । ଦୁର୍ଭାଗ୍ୟବଶତଃ […]

କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ସାହସପୁର ଗ୍ରାମର କୁମ୍ଭାର ସାହି ଗଡାରେ ଜନୈକ ବ୍ୟବସାୟୀ ପଞ୍ଚାୟତ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳକୁ ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ କଂସାର ପଞ୍ଚାୟତର ପାନୀୟ ଜଳ ପ୍ରକଳ୍ପରୁ ପିଇବା ପାଣି ପଞ୍ଚାୟତର ଅଧିବାସୀମାନଙ୍କୁ ଯେଗାଇ ଦିଆଯାଇଥାଏ । ଜନୈକ ବ୍ୟକ୍ତି ସେହି ପାନୀୟ ଜଳକୁ ବିଦ୍ୟୁତ ଚାଳିତ ମୋଟର ସାହାଯ୍ୟରେ ଏକ ବିରାଟ ପାଣିଟାଙ୍କି କରି […]

କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ନାନକାର ଗ୍ରାମର ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପୁତ୍ର ରଘୁନାଥ ବିଶ୍ୱାଳ(୫୮) ରବିବାର ସକାଳେ ସ୍ଥାନୀୟ ଗୋବରୀ କେନାଲର ହୁଡାଘାଟକୁ ଶୈାଚହେବା ପାଇଁ ଯାଇଥିବା ବେଳେ ତାଙ୍କୁ ହଠାତ ବାତ ମାରିବାରୁ ସେ କେନାଲ ପାଣିରେ ପଡିଯାଇଥିଲେ । ନିକଟରେ ଅନ୍ୟ କୈାଣସି ଲୋକ ନଥିବାରୁ ଏସମ୍ପର୍କରେ କେହି କିଛି ଜାଣିପାରିନଥିଲେ । ରଘୁନାଥଙ୍କୁ ପରିବାର ପକ୍ଷରୁ ଖୋଜାଖୋଜି ପରେ ଅପରାହ୍ନରେ ସେହି କେନାଲରେ […]

ଦଶହରାକୁ ନେଇ ପଟ୍ଟାମୁଣ୍ଡାଇ ଅଂଚଳ ଚଳଚଂଚଳ । ସବୁ ପୂଜାମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ ପୂଜା ଚାଲିଛି । ଚଳିତ ବର୍ଷଧୁମଧାମରେ ମା’ଙ୍କ ପାଳନ କରାଯାଉଛି । ଘରେ ଘରେ ମା’ଙ୍କ ପୂଜା ପାଇଁ ସମସ୍ତେ ନୂଆ ବସ୍ତ୍ର ପରିଧାନ କରୁଛନ୍ତି । ପିଠାପଣାରେ ଘର ମହକି ଉଠୁଛି । ଲୋକେ ସପରିବାର ସହ ମା’ଙ୍କ ଆଶୀର୍ବାଦ ପାଇଁ ମଣ୍ଡପକୁ ଯାଉଛନ୍ତି ।ଚଳିତ ବର୍ଷ ଦୁର୍ଗାପୁଜାରେ ଆଲୋକ ମାଳାର ଚମକ୍ରାର ସାଜସଜା […]

କେନ୍ଦ୍ରାପଡ଼ା ଜିଲାର ସମୁଦ୍ର ତଟରେ ଜୀବନର ସୁରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଧୀ ଧରି ସଂଘର୍ଷ କରୁଥିବା ମାଟିର ମଣିଷ ସାତଭାୟାବାସୀଙ୍କ ସେହି ସଂଘର୍ଷର ବିଳମ୍ବରେ ହେଲେ ବି ଅନ୍ତଘଟିଛି । ଜିଲ୍ଲା ପ୍ରଶାସନ ପ୍ରଥମେ ୫୭୧ଟି ପରିବାର ଓ ପରେ ଅବଶିଷ୍ଟ ୧୪୮ଟି ପରିବାର ଙ୍କୁ ବଗପାଟିଆରେ ବସବାସ ପାଇଁ ଜମି ଯୋଗାଇ ଦେଇ ସରକାରଙ୍କ ସାତଭାୟା ଥଇଥାନ ପ୍ରକଳ୍ପକୁ ଚୂଡ଼ାନ୍ତ ରୂପ ଦେଇଛନ୍ତି । ଏମାନଙ୍କ ସହିତ […]

କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଜଇପୁରା ଗ୍ରାମରୁ ୨୫ଜଣ ବୃଦ୍ଧା ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଯାତ୍ରା କରିଛନ୍ତି । ସମାଜସେବୀ ଲୋକନାଥ ଦାସ ଏହି ବୃଦ୍ଧାମାନଙ୍କୁ ନିଜ ଖର୍ଚ୍ଚରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରାଇବାକୁ ନେଇଛନ୍ତି । ଏସମ୍ପର୍କରେ ଶ୍ରୀଜୀଉଙ୍କ ଦଶନାର୍ଥୀ ବୃଦ୍ଧା ସୋମାଲିକା କହିଛନ୍ତି ଯେ ବହୁ ଦିନରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଉଚ୍ଛା ଥିଲା । ପରିବାରର ଜଞ୍ଜାଳ ଯୋଗୁଁ ଇଚ୍ଛା ଥିଲେବି ଶ୍ରୀଜଗନ୍ନାଥଙ୍କ ଦିବ୍ୟଦର୍ଶନରୁ ସେ […]

କେନ୍ଦ୍ରାପଡାର ଜଝାଙ୍ଗସ୍ଥିତ ଜିଲ୍ଲା ପୋଲିସ ରିଜର୍ଭ ପଡିଆରେ ଶନିବାର ୬୪ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର ସହିଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ୧୯୫୯ମସିହା ଅକ୍ଟୋବର ୨୧ତାରିଖ ଦିନ ସି.ଆର.ପି.ଏଫ.ର ୧୦ଜଣ କର୍ତ୍ତବ୍ୟନିଷ୍ଠ ଜବାନ ଲଦାଖଠାରେ ଭାରତସୀମା ଉଲ୍ଲଙ୍ଘନ କରିବାକୁ ପ୍ରୟାସ କରୁଥିବା ଚୀନ ଦେଶର ସୈନ୍ୟ ବାହିନୀ ସହିତ ଯୁଦ୍ଧ କରି ମାତୃଭୂମିର […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅନନ୍ୟ ଗଣପର୍ବ ଶାରଦୀୟ ଦୂର୍ଗା ପୂଜା ପାଇଁ ସମଗ୍ର ଅଂଚଳ ଉତ୍ସବ ମୁଖର ହୋଇପଡିଛି । ପ୍ରାୟ ୬୦/୭୦ବର୍ଷର ପୁରୁଣା ଏହି ଶାରଦୀୟ ଉତ୍ସବର ଲମ୍ବା ଇତିହାସ ରହିଛି । ସାମ୍ପ୍ରଦାୟିକ ସଂପ୍ରୀତିର ସହର ପଟ୍ଟାମୁଣ୍ଡାଇ ଅଂଚଳରେ ଆୟୋଜିତ ଶାରଦୀୟ ଦୁର୍ଗା ପୂଜା ଉତ୍ସବରେ ଉଭୟ ହିନ୍ଦୁ ଓ ସଂଖ୍ୟାଳଘୁ ସଂପ୍ରଦାୟମାନେ ଭାଗ ନେବାର ବିରଳ ପରମ୍ପରା ରହିଛି । ଚଳିତବର୍ଷ ଶାରଦୀୟ ଦୁର୍ଗା […]

ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନର ସୁରକ୍ଷା ପାଇଁ ବିଭିନ୍ନ ପ୍ରସଙ୍ଗରେ ଲଢେଇ କରି ଆସୁଥିବା ଜନଶକ୍ତି ପାର୍ଟି ପୁଣି ଏକ ସମବେଦନଶୀଳ ପ୍ରସଙ୍ଗକୁ ନେଇ ଅଭିଯାନ ଆରମ୍ଭ କରିଛି । ଓଡିଶା ରାଜ୍ୟର ନାଁ ପରିବର୍ତନ କରି ଉତ୍କଳ କରିବା ପାଇଁ ଦାବୀକୁ ଜୋରଦାର କରିବା ଓ ଏ ଦିଗରେ ଜନସଚେତନତା ସୃଷ୍ଟି କରିବା ପାଇଁ ଜନଶକ୍ତି ପାର୍ଟି ରାଜ୍ୟ ବ୍ୟାପି ଉତ୍କଳ ରଥ ପରିକ୍ରମା କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ବଳଦେବଜୀଉ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ମାନସ ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ଦାଣ୍ଡିସାହି ବ୍ରାହ୍ମଣୀ କଲେଜ ଠାରେ ଏକ ସ୍ବେଛାସେବୀ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ମାନସ ବିକାଶ ମଞ୍ଚ ସଭାପତି ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କଷଣଅଣ୍ଟା ହାଇସ୍କୁଲ ପ୍ରଧାନଶିକ୍ଷକ କବି ସଚିତ୍ର ବେହୁରା ମୁଖ୍ୟଅତିଥି, ବରିଷ୍ଠ ଖବରଦାତା ଅକ୍ଷୟ କୁମାର ସାହୁ […]

କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକରେ ଆଳି ନିର୍ବାଚନ ମଣ୍ଡଳୀ ସ୍ତରୀୟ ପୂଜ୍ୟପୂଜା ବିଶାଳ ଯୁବ ସମାବେଶ ଓ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରାଜକନିକା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମୁଖ୍ୟଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡାର ରାଜକନିକା ମାଟି ଲଢୁଆ ମାଟି । ଏ ମାଟି ବାସୁବିସୁନୀ ଭଳି ଯୋଦ୍ଧାଙ୍କୁ ଜନ୍ମ ଦେଇଛି ।ଯେତେବେଳେ ଓଡିଶାରେ […]

ଭୁବନେଶ୍ବର-କୋଭିଡ୍‌-୧୯ ମହାମାରୀ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ଆକ୍ରାନ୍ତଙ୍କ ଉପରେ ପଡିପାରେ ଗମ୍ଭୀର ପ୍ରଭାବ । ସରକାରଙ୍କ ଟ୍ରାନ୍ସନେସନାଲ ହେଲଥ୍ ସାଇନ୍ସ ଆଣ୍ଡ ଟେକନୋଲଜି ପକ୍ଷରୁ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାରୁ ଏହି ତଥ୍ୟ ସାମନାକୁ ଆସିଛି । କୋଭିଡ୍ ରୋଗପ୍ରତିରୋଧକାରୀ ଶକ୍ତି ଡେଙ୍ଗୁ ରୋଗ ଭାଇରସ ସିରୋଟାଇପ ସହ ପାର୍ଶ୍ୱପ୍ରତିକ୍ରିୟା ସୃଷ୍ଟି କରୁଛି । ଯାହାକୁ ସମ୍ଭାବିତ ଡେଙ୍ଗୁ ସଂକ୍ରମଣକୁ ବୃଦ୍ଧି କରୁଥିବା ଜଣାପଡିଛି । ଡେଙ୍ଗୁ ଆକ୍ରାନ୍ତ ପ୍ରଥମଥର […]

ଡାକ୍ତର ରଶ୍ମିତା ସେଠୀ ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ । କିନ୍ତୁ ନିଜସ୍ୱ ସଂସ୍କୃତି ଓ ପରମ୍ପରାକୁ ଓଡି଼ଆ ଜାତି କେବେ ଭୁଲିଯାଇନାହିଁ । ଓଡି଼ଶାର ଶାକ୍ତ ପରମ୍ପରା ସୁପ୍ରାଚୀନ । ଓଡି଼ଶାରେ ରହିଥିବା ଶକ୍ତିପୀଠ ଗୁଡିକ ତାର ଜ୍ୱଳନ୍ତ ପ୍ରମାଣ । ମୃତିକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି । ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସି କୁମୂଳ ମନ୍ତ୍ର କରି ନିଜ ଜୀବନ […]

ଆଗାମୀ ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅମ୍ରିତ୍ ଋତୁରାଜଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଇଭିଏମ୍ ଓ ଭିଭିପିଏଟିର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ କାର୍ଯ୍ୟ ସଫଳତାର ସହ ଶେଷ ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ ତଥା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ କପାଳେଶ୍ୱରସ୍ଥିତ ଜିଲ୍ଲାସ୍ତରୀୟ ଇଭିଏମ୍‌-ଭିଭିପିଏଟି ୱେୟାରହାଉସ୍‌ରେ ଏହି ପରୀକ୍ଷଣ କାର୍ଯ୍ୟ ଚଳିତ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଧୋୟାଂଚଳର ଅଣ୍ଢରା ଗ୍ରାମର କୃଷକ ନିଖୋଜ ଘଟଣାର ଦିନକ ପରେ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି ।ପ୍ରକାଶ ଯେ, ଗୁରୁବାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ଅଣ୍ଢରା ଗ୍ରାମର ଚାଷୀ ଗଣେଶ ଚନ୍ଦ୍ର ମଲ୍ଲିକ ଗୁଡ଼ିଆ ଜୋର ଆରପାଖରେ ଥିବା ଭେଡାକୁ ବିରି ବୁଣି ବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଗଣେଶ ଘରକୁ ନ ଫେରିବାରୁ ପରିବାର ଲୋକେ ଗ୍ରାମବାସୀ ଓ ପଟ୍ଟାମୁଣ୍ଡାଇ […]

ପଟ୍ଟାମୁଣ୍ଡାଇ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରାମପଂଚାୟତ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିପିଓ ପ୍ରଭାତ କୁମାର ମଲ୍ଲିକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗ ବିଭିନ୍ନ ସରକାରୀ ଯୋଜନାକୁ ସ୍ୱଚ୍ଛତାର ସହିତ ସଫଳ ରୂପାୟନ କରି ସରକାରଙ୍କ ଲକ୍ଷ୍ୟ ଓ ଆଭିମୁଖ୍ୟକୁ ପୂରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ବ୍ଲକ ପ୍ରଶାସନକୁ ପରାମର୍ଶ […]