କେନ୍ଦ୍ରାପଡା,୬ା୨: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଆସନ୍ତା ୧୦ତାରିଖ ସୋମବାର କଲେଜ ଯୁବ ରେଡକ୍ରସ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ମହାବିଦ୍ୟାଳୟର ମୁଖଶାଳାରେ ଅବସ୍ଥିତ ଗାନ୍ଧିଭବନରେ ସେହିଦିନ ସକାଳ ୯ଟାରେ ଏହି ରକ୍ତଦାନ ଶିବିର ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। ଏନେଇ ଏକ ପ୍ରସ୍ତୁତି ବୈଠକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରକ୍ତଦାନ ଭଳି ମହତ […]

ପଟ୍ଟାମୁଣ୍ଡାଇ ତା ୫/୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଖଣତା ପଂଚାୟତର ବିଶିଷ୍ଟ ସମାଜସେବୀ କେଶବ ପଣ୍ଡା ଙ୍କ ଏକାଦଶାହ ଅବସରରେ ଜନ୍ମମାଟି କୁନ୍ଦୁପୁର ଠାରେ ଧ୍ରୁବ ଅନ୍ନପୂର୍ଣ୍ଣା ସେବା ପରିଷଦ ସଭାପତି ନଳିନୀକାନ୍ତ ସ୍ବାଇଁଙ୍କ ପୌରହିତ୍ୟ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ରାଜନଗରବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା ଓ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ରାଜନଗର ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ […]

ପଟ୍ଟାମୁଣ୍ଡାଇ ୫/୨ – ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଲୋକାର୍ପଣ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଖୋର୍ଦ୍ଧାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦବୋଦ୍ଧନ ଦେଉଥିଲେ । ଏହି ସମୟରେ ଛାତ୍ର କଂଗ୍ରେସ ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକରେ ଚାଲିଥିବା ବିଭିନ୍ନ ଦୁର୍ନୀତର ପ୍ରତିବାଦ ଓ ଗରିବ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା […]

ପଟ୍ଟାମୁଣ୍ଡାଇ୫/୨ – ସାରା ରାଜ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଥିବା ବେଳେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ‘ବିକଶିତ ଗାଁ ବିକଶିତ ଓଡ଼ିଶା’ର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦଘାଟନୀ ସମାରୋହ ଭିଡିଓ କନଫରେନ୍ସ ମାଧ୍ୟମରେ ଏଠାରେ ପ୍ରଦର୍ଶିତ ହୋଇଥିଲା। ପଟ୍ଟାମୁଣ୍ଡାଇ ବିଡ଼ିଓ ଶୁଭ୍ରାଶୁଂ ସାହୁଙ୍କ ତତ୍ୱବଧାନରେ ଆୟୋଜିତ ମନୋଜ୍ଞ […]

କେନ୍ଦ୍ରାପଡ଼ା, ୫ା୨: ୬୧୦ସ୍କିମ ଅନ୍ତର୍ଗତ ୫୧ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଅବସରପ୍ରାପ୍ତ ପ୍ରଧାନଶିକ୍ଷକମାନଙ୍କର ଏକ ବନ୍ଧୁମିଳନ ଉତ୍ସବ ବଡଚଣା ବ୍ଲକ ଅଧିନସ୍ତ ଉଦୟଗିରିରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ମଲ୍ଲିକ, ସୁବାସ ପଣ୍ଡା, ନାରାୟଣ ଦାସ, କୈଳାସ ଚନ୍ଦ୍ର ସ୍ୱାଇଁ, ବାଇଧର ଜେନା, ଧରଣୀଧର ଦାସ, ମୋହନ ସାମଲ, ନିରଞ୍ଜନ ପଲେଇ, ରାମଚନ୍ଦ୍ର ଖିଲାର, ଯୋଗେନ୍ଦ୍ର ବାରିକ, ବୃନ୍ଦାବନ ସାହୁ, ପ୍ରମୋଦ […]

କେନ୍ଦ୍ରାପଡ଼ା,୫ା୨: “ବିକଶିତ ଗାଁ ବିକଶିତ ଓଡିଶା” ସମୃଦ୍ଧ ଓଡ଼ିଶାର ଏକ ନୂତନ ପରିଭାଷା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ମିନି ଷ୍ଟାଡିୟମରେ “ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ଓ ବ୍ଲକସ୍ତରରେ ଏହି କାର୍ଯ୍ୟକ୍ରମକୁ ଆଭାଷୀ ମାଧ୍ୟମରେ ସିଧାପ୍ରସାରଣର ବ୍ୟବସ୍ଥା କରାଯାଇଥିଲା । ଏହି କ୍ରମରେ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାସ୍ଥିତ କେନ୍ଦ୍ରାପଡା ସ୍ୱୟଂଶାସିତ […]

କେନ୍ଦ୍ରାପଡ଼ା, ୫ା୨: ବଳଦେବ ସେନା ପକ୍ଷରୁ କେନ୍ଦ୍ରାପଡ଼ାର ନୂତନ ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ମନ୍ଦିରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଏକ ୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ପ୍ରସଙ୍ଗ ଗୁଡିକରୁ ମୁଖ୍ୟତଃ ଶ୍ରୀଜୀଉଙ୍କ ଦେଉଳରେ ମୋବାଇଲ ଓ କ୍ୟାମେରା ନିଷେଧ କରାଯିବା ସହ ମନ୍ଦିରରେ ବିକାଶ ମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦିଆଯାଇ ତ୍ୱରାନିତ କରାଯିବାକୁ ଦାବି ହୋଇଛି। ସୂଚନା […]

କେନ୍ଦ୍ରାପଡ଼ା, ୫ା୨: ଜଜାଙ୍ଗ କ୍ଲଷ୍ଟରର ନିପୁଣ ଓଡିଶା-୨୦୨୪ କାର୍ଯ୍ୟକ୍ରମ ଜଜାଙ୍ଗ ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କ୍ଲଷ୍ଟର ସଂଯୋଜିକା ସ୍ନେହଲତା ପରିଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜଜାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସବିତା ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ କପାଳେଶ୍ୱର ପଞ୍ଚାୟତର ସରପଞ୍ଚ କଳ୍ପନା ମହାନ୍ତି, ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡା […]

କେନ୍ଦ୍ରାପଡ଼ା,୫ା୨: କୃଷକ, ଶ୍ରମିକ ଏବଂ ଗରୀବ ଲୋକଙ୍କ ଜୀବିକାର ଉପରେ ସିଧା ସଳଖ ଆକ୍ରମଣ ହେଉଛି୨୦୨୫-୨୬ କେନ୍ଦ୍ରୀୟ ବଜେଟ। କର୍ପୋରେଟ ଲୁଣ୍ଠନ ପାଇଁ ବଜେଟ ଉଦ୍ଦିଷ୍ଟ ବୋଲି ଅବିହିତ କରିଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କ ମିଳିତ ମଞ୍ଚ, ସ୍ୱାଧୀନ ଫେଡରେସନ ସମୂହ ଓ ଯୁବ, ଛାତ୍ର, ମହିଳା ସଂଗଠନମାନେ। ବୁଧବାର ଫେବୃୟାରୀ ୫ ଦେଶବ୍ୟାପୀ ମିଳିତ ପ୍ରତିବାଦ କରିବା ସହିତ ୨୦୨୫-୨୬ କେନ୍ଦ୍ର ବଜେଟକୁ […]

ପଟ୍ଟାମୁଣ୍ଡାଇ ୫/୧ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଚନ୍ଦନପୁର ବାଲି ଘାଟରୁ ବେଆଇନ ବାଲି ଉତୋଳନକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇ ୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ପରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଓ ଚଉଦକୁଲାଟ ଫାଣ୍ଡି ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଥାଉ […]

ପଟ୍ଟାମୁଣ୍ଡାଇ ୪/୨ -ପଟ୍ଟାମୁଣ୍ଡାଇ ଅଂଚଳର ମହାନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଶ୍ୱଶାନ୍ତି ମହାଯଜ୍ଞ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା କରାଯାଇ ପବିତ୍ର ବ୍ରାହ୍ମଣୀ ନଦୀରୁ ଶୁଦ୍ଧଜଳ ଅଣାଯାଇ ଯଜ୍ଞ କାର୍ଯ୍ୟ ଶୁଭାରମ୍ଭ କରାଯାଇଛି । ବହୁ ବିଦ୍ୱାନ ବେଦଜ୍ଞ ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ର ଧ୍ୱନି ଓ ହୋମ ଯଜ୍ଞ ମଧ୍ୟରେ ବିଶ୍ୱଶାନ୍ତି ମହାଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଛି । ମହାଯଜ୍ଞ ପାଇଁ ଆୟୋଜିତ କଳସ […]

କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡା ସହରର ଇଛାପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ମଙ୍ଗଳବାର ଅପରାହ୍ନରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ପରିଷଦର ସଭାପତି ପ୍ରାଧ୍ୟାପକ ପ୍ରଶାନ୍ତ କୁମାର ଦାଶଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ମାତୃ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଯୋଗଦେଇ ଶିଶୁଟିକୁ ଗଢିତୋଳିବାରେ ମା’ମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ସଂସ୍କୃତି ଭାରତୀ ପୂର୍ବକ୍ଷେତ୍ର […]

କେନ୍ଦ୍ରାପଡ଼ା, ୪ା୨: କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ତହସିଲ ଅଂଚଳରେ ଶିଳ୍ପ ପାଇଁ ଜମି ହରାଇବାକୁଥିବା ଚାଷୀ ପ୍ରତିନିଧିମାନଙ୍କ ସହ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ମଙ୍ଗଳବାର ସନ୍ଧ୍ୟାରେ ଗରାପୁରସ୍ଥିତ ଆବାସିକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଲୋଚନା କରିଛନ୍ତି। ମହାକାଳପଡ଼ା ତହସିଲର ଅଞ୍ଚଳରେ ମିତ୍ତଲ କମ୍ପାନୀ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ଇସ୍ପାତ କାରଖାନା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଇଡ୍‌କୋ ମାଧ୍ୟମରେ ବିଭିନ୍ନ ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। […]

ପଟ୍ଟାମୁଣ୍ଡାଇ ୪/୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଛି । ଗ୍ରାମଂଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର କମଳାକାନ୍ତ ପ୍ରଧାନଙ୍କ ବାଇକ ଡିକିରୁ ଏହି ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ ମାନେ ଏକ କଳା ପଲସର୍‌ରେ ଆସି ଦିନ ଦ୍ୱିପ୍ରହରରେ ଆଦର୍ଶଥାନା ସାମ୍ମୁଖ ଏକ ଦୋକାନ ଆଗରୁ ଡିକି ଭାଙ୍ଗି ଲୁଟ୍ […]

ପଟ୍ଟାମୁଣ୍ଡାଇ ୪/୨-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ମଙ୍ଗଳବାର ପୂର୍ବହ୍ନରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଡିକିରୁ ୧ ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ମଙ୍ଗଳବାର ପଟ୍ଟାମୁଣ୍ଡାଇ ଗ୍ରାମଂଚଳ ଥାନା ଅନ୍ତର୍ଗତ ପନ୍ତୁରି ଗ୍ରାମର କମଳାକାନ୍ତ ପ୍ରଧାନ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ଟଙ୍କା ଉଠାଇ ନିଜ ଗାଡ଼ି ଡିକିରେ ରଖିଥିଲେ। ପଟ୍ଟାମୁଣ୍ଡାଇ ବଜାରର ଆଦର୍ଶଥାନା ନିକଟରେ ଗାଡି ଛାଡି ସେ କୌଣସି ଏକ […]

କେନ୍ଦ୍ରାପଡା,୩ା୨: ଦଶିପୁର ଗ୍ରାମପଞ୍ଚାୟତରେ ଏକ ମିନି ଧାନମଣ୍ଡି ଖୋଲାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି। କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ଦଶିପୁର ଗ୍ରାମପଞ୍ଚାୟତଟି ହେଉଛି ନଦୀ ନାଳ ଘେରା ଅଞ୍ଚଳ। ପୂର୍ବରୁ ଏହି ପଞ୍ଚାୟତଟି ଦେମାଳ ଗ୍ରାମପଞ୍ଚାୟତ ଅଧିନସ୍ଥ ଦେମାଳ ପ୍ରାଥମିକ କୃଷି ସମବାୟ ସମିତି ଅଧିନରେ ଥିଲା। କିନ୍ତୁ ଏହି ଅଞ୍ଚଳର ଚାଷୀମାନେ ନଦୀନାଳ ପାର ହୋଇ ସେମାନଙ୍କ ଧାନକୁ ବୋହି ମଣ୍ଡିରେ ପହଞ୍ଚି ବିକ୍ରୀ କରିବା […]

କେନ୍ଦ୍ରାପଡ଼ା,୩ା୨: ବିଶିଷ୍ଟ ଅନ୍ତର୍ଜାତୀୟ କବି ସମାଜସେବୀ ଡ. କଳ୍ପନା ମଲ୍ଲିକଙ୍କୁ ‘ଭଗ୍ନି ନିବେଦିତା’ ସମ୍ମାନରେ ସମ୍ମାନିତ କରାଯାଇଛି। ଆମି ଭାରତ ବୋଲଛି ଟ୍ରଷ୍ଟ, ବୋଇବନ୍ଧୁ ପବ୍ଲିକେଶନ ଓ ବି.ଆଇ.ପି.ର ମିଳିତ ଆନୁକୂଲ୍ୟରେ କଲିକତାର ସଲ୍‌ଟଲେକ ଠାରେ ଥିବା କେନ୍ଦ୍ର ସରକାରଙ୍କ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟରରେ ଅନୁଷ୍ଠିତ ପ୍ରଥମ ଏକ ଦିବସୀୟ ଜାତୀୟ କବିତା ଆସରରେ ବିଶିଷ୍ଟ ଆନ୍ତର୍ଜାତୀୟ କବି ଡ. କଳ୍ପନା ମଲ୍ଲିକଙ୍କୁ ମୁଖ୍ୟ ଅତିଥି ସ୍ୱାମୀ ନିର୍ଗୁଣାନନ୍ଦ […]

କେନ୍ଦ୍ରାପଡ଼ା, ୩ା୨: ଶିକ୍ଷକନେତା ତଥା ସାହିତ୍ୟିକ ପ୍ରାଧ୍ୟାପକ ଭଗବାନ ଜେନାଙ୍କ ଅଷ୍ଟମ ସ୍ମାରକୀ ବକ୍ତ୍ରୁତାମାଳା ସ୍ମୃତି କମିଟି ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଲ’ କଲେଜ କଲୋନୀ ସ୍ଥିତ ଶ୍ରୀ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ ପରିସରରେ ଥିବା ବିକଳ୍ପ ବିଚାର ମଞ୍ଚ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦ୍ଘାଟକ ରୂପେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ନନ୍ଦକିଶୋର ପରିଡ଼ା ଜାତୀୟ ଶିକ୍ଷାନୀତିର ପ୍ରଚଳନ ସମୟ ଏବଂ ପ୍ରସ୍ତୁତି […]

କେନ୍ଦ୍ରାପଡ଼ା, ୩ା୨: ଜିଲ୍ଲା ପ୍ରଶାସନ ଓ ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ (ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା) ଅଧୀନରେ ହିତାଧିକାରୀ ମାନଙ୍କୁ ପରିଚୟ ପତ୍ର ଏବଂ ବିଭିନ୍ନ ଆର୍ôଥକ ସହାୟତା ବିତରଣ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ରାପଡା ଜିଲ୍ଲା ପରିଷଦର ସଭାପତି ସୁଶ୍ରୀ […]

କେନ୍ଦ୍ରାପଡ଼ା, ୩ା୨: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୧୦ ଟାରୁ ଅପରାହ୍ଣ ଗୋଟାଏ ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ପୈାରପରିଷଦ ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନୀଲୁ ମହାପାତ୍ର, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ଡିଏସପି (ଡି.ଆଇ.ବି) ଲକ୍ଷ୍ମୀ ନାରାୟଣ ତିୱାରି, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, […]

କେନ୍ଦ୍ରାପଡା,୨ା୨: ଜାତୀୟ ସ୍ତରୀୟ ପଞ୍ଚମ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ୍ ରବିବାର ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କଟକର ମଙ୍ଗଳା କ୍ଲବ କେନ୍ଦ୍ରାପଡାର ଚାନ୍ଦ କ୍ଲବକୁ ୩-୦ ଗୋଲରେ ହରାଇ ଚମ୍ପିୟନ ହୋଇଛି। ଫକିରାବାଦ ଲକି ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ କ୍ଲବର ସଭାପତି ମହମ୍ମଦ ସଲିମ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମହାକାଳପଡା ବିଧାୟକ ଡ. […]

ପଟ୍ଟାମୁଣ୍ଡାଇ ତା ୧/୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ରାଧାରମଣ ମଠ ପରିସରରେ ଥିବା ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ଠାରେ ଜେଜେ ବାପା ଜେଜେ ମା ପୂଜନ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମକୁ ସରସ୍ବତୀ ଶିଶୁ ଶିକ୍ଷା ମନ୍ଦିର ସମ୍ପାଦକ ଅମ୍ବୁଜ ଭୂଷଣ ନାୟକ ଉଦଘାଟନ କରିଥିଲେ I ଓକିଲ ସଂଘ ସଭାପତି ତପନ କୁମାର ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ […]

କେନ୍ଦ୍ରାପଡା,୧/୨ – ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ମତେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ଥରରେ ଶିଶୁ ମାନଙ୍କ ସମସ୍ୟା ବୁଝିବାକୁ “ଶିଶୁଙ୍କ ପାଇଁ ଦିନଟିଏ” ପ୍ରତି ତ୍ରୈମାସିକରେ କରିବାକୁ ନିର୍ଦେଶ ରହିଛି । ତଦନୁଯାଇ ଜିଲ୍ଲାପାଳ କେନ୍ଦ୍ରାପଡ଼ାଙ୍କ ଅନୁମୋଦନ କ୍ରମେ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସଦ୍ଦଭାବନା ସଭା ଗୃହରେ ଜିଲ୍ଲାପାଳ ସ୍ମତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ […]

ପଟ୍ଟାମୁଣ୍ଡାଇ ତା ୧/୨- ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଦାଣ୍ଡିସାହି ଜୟହିନ୍ଦ ହାଇସ୍କୁଲର ୬୩ତମ ବାର୍ଷିକ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି I ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ମନୋଜ୍ଞ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଜୟହିନ୍ଦ ହାଇସ୍କୁଲର ଜୟଯାତ୍ରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ I କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧକ୍ଷା ଲିଲିତା […]