କେନ୍ଦ୍ରାପଡ଼ା,୨୯ା୧୦: ମଙ୍ଗଳବାର ପୂର୍ବାହ୍ନ ୮ଟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଉପଲକ୍ଷେ ପଥ ଉତ୍ସବ ଓ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥି ନିମନ୍ତେ ଏକ ପଦଯାତ୍ରା ଓ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନୂଆ ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରି ଥିବାବେଳେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ସୂଚନା ଯୋଗ୍ୟ ଯେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ […]

କେନ୍ଦ୍ରାପଡ଼ା,୨୯ା୧୦: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳ ମହିଳା ସମିତି ଆନୁକୂଲ୍ୟରେ ୨୫ବର୍ଷ ତଳେ ହୋଇଥିବା ମହାବାତ୍ୟାର ଭୟବହତାକୁ ମନେପକାଇ ପରିବେଶ ସଚେତନତା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ଉପଲକ୍ଷେ ପଞ୍ଚାୟତ ମହାସଙ୍ଘର ସଭାନେତ୍ରୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଅଧ୍ୟାପକ ଡ. ଦିଲ୍ଲିପ କୁମାର ମିଶ୍ର, ଅଧ୍ୟାପକ ଅଜୟ ସାମଲ, ଆଦିକନ୍ଦ […]

କେନ୍ଦ୍ରାପଡ଼ା,୨୮ା୧୦: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଗାନ୍ଧୀଭବନଠାରେ ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶପଥ ପାଠରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସମ୍ମିଳିତ ଭାବେ ‘ଦୁର୍ନୀତି ନିବାରଣ ସଚେତନତା’ କାର୍ଯ୍ୟକ୍ରମରେ ଶପଥ ପାଠ କରିଥିଲେ । ଉଚ୍ଚଶିକ୍ଷା ବିଭାଗ ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ସପ୍ତାହଟି ଚଳିତ ମାସ ୨୮ […]

କେନ୍ଦ୍ରାପଡା ୨୮/୧୦- ପୁନର୍ବାସ ପରିସରରେ ବିବିଧ କଳାର ସମ୍ବିଳିତ ମଞ୍ଚ “ସିମ୍ଫୋନି’ ପକ୍ଷରୁ ଆସନ୍ତା ଡିସେମ୍ବର ମାସରେ ଜିଲ୍ଲାରେ ପ୍ରଥମଥର ହେବାକୁ ଯାଉଥିବା ତ୍ରିଦିବସୀୟ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି ବୈଠକରେ ଅଭିଜ୍ଞ ବିଶାରଦ ଭାବେ ଓଡିଶା ନାଟ୍ୟ ସଂଘର ସମ୍ପାଦକ ଶୁଭକାନ୍ତ ପାଢୀ, ଆକାଶବାଣୀର ବେତାର ନାଟ୍ୟ ଶିଳ୍ପୀ ସମୀର ମିଶ୍ର, […]

କେନ୍ଦ୍ରାପଡ଼ା, ୨୮ା୧୦: କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୋଟ ୫୬ଟି ଅଭିଯୋଗ ଆସିଥିଲା। ସେଥିମଧ୍ୟରୁ ୫୦ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ୬ଟି ସାମୁହିକ ଅଭିଯୋଗ ଥିଲା। ବିଶେଷକରି ରାସନ କାର୍ଡ, ଇନ୍ଦିରା ଆବାସ, ଗାଈ ଗୁହାଳ ଓ ନାଗରିକତ୍ୱକୁ ନେଇ ବ୍ୟକ୍ତିଗତ ଅଭିଯୋଗ ଗୁଡିକ […]

କେନ୍ଦ୍ରାପଡ଼ା,୨୮ା୧୦: ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ଅକ୍ଟୋବର ୨୮ତାରିଖ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଭାସୀ ମାଧ୍ୟମରେ ରାଜ୍ୟର ସମସ୍ତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଲୋକସେବା ଭବନର କନଭେନ୍‌ସନ୍ ସଭାଗୃହରୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ । ସୋମବାର ପୂର୍ବାହ୍ନ […]

ପଟ୍ଟାମୁଣ୍ଡାଇ ୨୮/୧୦-ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ କଷଣଅଂଟା ଗ୍ରାମରୁ ୪ଟି ହାଇୱା ଟ୍ରକର ୮ଟି ବ୍ୟାଟେରୀ ଚୋରୀ ହୋଇଯାଇଛି । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଛି । ପ୍ରକାଶ ଯେ ଗତ ୨୫ ତାରିଖ ଝଡ଼ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ପବନ ବହିବା ଫଳରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଘନ ଅନ୍ଧକାର ସୁଯୋଗ ନେଇ କିଛି ଦୁବୃର୍ତ ଲଲାଟେନ୍ଦୁ ସ୍ୱାଇଁଙ୍କ ହାଇୱା ଟ୍ରକରୁ ୨ଟି […]

ପଟ୍ଟାମୁଣ୍ଡାଇ ତା ୨୮/୧୦-ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଗୋଗୁଆ ଠାରେ ନବ ନିର୍ମିତ ନାୟାରା ଫିଲିଙ୍ଗ ଷ୍ଟେସନ ଉଦଘାଟିତ ହୋଇଯାଇଛି ।  ଏହି ଉପଲକ୍ଷେ ଏ ବି ଗ୍ରୁପ ଅଧ୍ୟକ୍ଷ ଆଦେଶ କୁମାର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ରାପଡ଼ା ବିଧାୟକ ପୂର୍ବତନମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଓ ପୌର ପରିଷଦ ଅଧ୍ୟକ୍ଷ ହେମନ୍ତ ସାହୁ ଯଥାକ୍ରମେ ମୁଖ୍ୟଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନିତଅତିଥି […]

ଭୁବନେଶ୍ୱର, ୨୭/୧୦ : ଆଜି ଅପରାହ୍ଣରେ ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ‘ଦାନା’ର ପ୍ରଭାବ ଏଥି ଜନିତ ଲଗାଣ ବର୍ଷାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ ଓ ମୟୁରଭଞ୍ଜ ଜିଲ୍ଲାରେ ଚାଲିଥିବା ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ […]

କେନ୍ଦ୍ରାପଡା,୨୭ା୧୦- ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ କେନ୍ଦ୍ରାପଡା ଜିଲା ରାଜନଗର ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି। ରାଜନଗର ବ୍ଲକ ସାନବଡଗୋପାଳପୁର ପଚାଂୟତ ତ୍ରିନାଥ ବଜାର ପୂର୍ତ ବିଭାଗ ବଙ୍ଗଳା ପରିସରରେ ଅନୁଷ୍ଠିତ ସାମ୍ବାଦିକ […]

କେନ୍ଦ୍ରାପଡା,୨୭ା୧୦: ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ, ପାରାଦୀପ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ବଗପାଟିଆର ସାତଭାୟା ବିସ୍ଥାପିତ ଅଞ୍ଚଳରେ ବାତ୍ୟା ‘ଦାନା’ ପ୍ରପିଡିତ ଏକ ହଜାର ପରିବାରଙ୍କୁ ଗତ ୨୬ ତାରିଖରେ ସହାୟତା ପ୍ରଦାନ କରାଯାଇଛି । ଏଥିରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କର ଅଗ୍ରୀମ ଜିଲ୍ଲା ପ୍ରବନ୍ଧକ ମନୋଜ ପ୍ରଧାନି, ପ୍ରବନ୍ଧକ(ଅର୍ଥ) ବିଧୂଭୂଷଣ ରାଉତ, ପ୍ରବନ୍ଧକ (ମାନବ ସମ୍ବଳ) ସୁକାନ୍ତ କୁମାର ସାହୁ ଏବଂ ବରିଷ୍ଠ ସହାୟକ ପ୍ରଭାତ […]

ପଟ୍ଟାମୁଣ୍ଡାଇ ୨୭/୧୦ – ସାମୁଦ୍ରିକ ଝଡ଼ ‘ଦାନା’ ଯୋଗୁଁ କେନ୍ଦ୍ରାପଡା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହା ଆକଳନ ପରେ ଜଣାପଡ଼ିବ। ରବିବାର ଅପରାହ୍ଣରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀ ଅଧିନ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର, ଡିହାପଡା, ବାଲିପାଟଣା, ବଡ଼ମୂଳ୍ୱସନ୍ତ ଓ ନିଳକଣ୍ଠପୁର ଆଦି ପଂଚାୟତ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସେ ଲୋକମାନଙ୍କ ସହିତ ମିଶି ତାଙ୍କର ଭଲମନ୍ଦ କଥା ପଚାରି […]

କେନ୍ଦ୍ରାପଡ଼ା, ୨୭ା୧୦: ରାଜ୍ୟର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଜିଲ୍ଲା ବୋଇତ ବନ୍ଦାଣ ସମିତି କେନ୍ଦ୍ରାପଡାର ୫୬ତମ ବୋଇତ ବନ୍ଦାଣ ଉତ୍ସବର ଅବ୍ୟବହିତ ପୂର୍ବରୁ ରବିବାର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ବିଭିନ୍ନ ବିଭାଗରେ ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପ୍ରାଥମିକ ସ୍ତରରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚିତ୍ରାଙ୍କନ, ବକ୍ତୃତା, ସଂଗୀତ, ଝୋଟି(ମୁରୁଜ), […]

ପଟ୍ଟାମୁଣ୍ଡାଇ ୨୬/୧୦ -ବାତ୍ୟା ‘ଦାନା’ ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ଅନେକ ପଦକ୍ଷେପ ନିଆଯାଇଛି। ବାତ୍ୟା ଦାଉରୁ ରକ୍ଷା ପାଇଁ ଲୋକମାନଙ୍କୁ ବିଭିନ୍ନ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବା ସହ ସେଠାରେ ବିଭିନ୍ନ ପ୍ରକାର ଅତ୍ୟାବଶକୀୟ ସାମଗ୍ରୀ ମହଜୁଦ ମଧ୍ୟ ରଖାଯାଇଛି । ମାତ୍ର କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ଗାଁର କଲ୍ୟାଣ ମଣ୍ଡପ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଚରମବ୍ୟତିକ୍ରମ ଦେଖିବାକୁ ମିଳିଛି । ବାତ୍ୟା […]

ଭୁବନେଶ୍ୱର, : ବାତ୍ୟା ଦାନାର ମୁକାବିଲା ଓ ପରିଚାଳନା ନେଇ ରାଜ୍ୟ ସରକାର ନିଜର ସଫଳତା ଦାବି କରି ଡିଣ୍ଡିମ ପିଟି ଚାଲିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ରାଜ୍ୟ ସରକାର ବାତ୍ୟା ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦାବି କରିଛି। ବିଜେଡି ମୁଖପାତ୍ର ଡଃ ଲେଖାଶ୍ରୀ ସାମନ୍ତସିଂହାର କହିଥିଲେ, ରାଜ୍ୟ ବିଜେପି ସରକାରଙ୍କ ଫୋକସ, ବାତ୍ୟା ଦାନାର ମୁକାବିଲା ଓ […]

ପଟ୍ଟାମୁଣ୍ଡାଇ ୨୬/୧୦ -ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବହୁ କଚ୍ଚା ଘର, ଆଜବେଷ୍ଟ ଘର ଭାଙ୍ଗି ଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଥିବା ଲୋକମାନେ ଘରକୁ ଫେରିଛନ୍ତି । ଘର ଭାଙ୍ଗି ଥିବା ଅଳ୍ପ କେତେକ ଲୋକ ଆଶ୍ରୟସ୍ଥଳୀରେ ଥିବାରୁ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । […]

ପଟ୍ଟାମୁଣ୍ଡାଇ ୨୬/୧୦ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଶନିବାର ରାଜନଗର ନିର୍ବାଚନମଣ୍ଡଳୀ ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନରେ ଆସି ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଂଚଳର ବାତ୍ୟା ବିପନ୍ନ ଅଂଚଳ ପରିଦର୍ଶନ କରିଛନ୍ତି । ସାଂସଦ ପଣ୍ଡାଙ୍କ ସହିତ ମହାକାଳପଡା ବିଧାୟକ ଡ଼ ଦୂର୍ଗା ପ୍ରସନ୍ନ ନାୟକ, ପାଟକୁରା ଭାଜପା ନେତା ତେଜେଶ୍ୱର ପରିଡା, କେନ୍ଦ୍ରାପଡ଼ା ଭାଜାପା ନେତ୍ରୀ ଗୀତାଞ୍ଜଳି ସେଠୀ, ପୂର୍ବତନ ବିଧାୟକ ଡ଼ ଅଲେଖ ଜେନା, […]

ପଟ୍ଟାମୁଣ୍ଡାଇ ୨୬/୧୦ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବାତ୍ୟା ‘ଦାନା’ ଅଘଟଣ ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ନୂଆଗାଁର ଶରତ ମଲିକଙ୍କ ଘର ଉପରେ ଗୁରୁବାର ରାତିରେ ବାତ୍ୟା ସମୟରେ ଏକ ବିରାଟ ଗଛ ଉପୁଡି ପଡିବାରୁ ଘର ଭାଙ୍ଗିବା ସହିତ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତି କରିଥିଲେ । ଚିକିତ୍ସା ଧୀନ ଥିବା ଅବସ୍ଥାରେ ଶନିବାର […]

ପଟ୍ଟାମୁଣ୍ଡାଇ୨୬ା୧୦ -କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାରାଂଚଳରେ ବାତ୍ୟା ‘ଦାନା’ଜନିତ ଘର ଭଙ୍ଗା ତଦନ୍ତ ତହସିଲ କର୍ମଚାରୀଙ୍କ ଦ୍ୱାରା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ପଟ୍ଟାମୁଣ୍ଡାଇ ତହସିଲ ପକ୍ଷରୁ ଏଭଳି ତଦନ୍ତ ଶନିବାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ତହସିଲର କର୍ମଚାରୀମାନେ ପୈାରାଂଚଳର ଘରକୁ ଘର ବୁଲି ବାତ୍ୟାରେ ଘର ଭାଙ୍ଗିଛି କି ନାହିଁ ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।

କେନ୍ଦ୍ରାପଡା,୨୬ା୧୦: ବାତ୍ୟା ‘ଦାନା’ ସମୟରେ କେନ୍ଦ୍ରାପଡା ବ୍ଲକ, କେନ୍ଦ୍ରାପଡା ପୌରାଞ୍ଚଳ ଓ ପଟ୍ଟାମୁଣ୍ଡାଇ ବ୍ଲକର ସମସ୍ତ ପଞ୍ଚାୟତର ଆଶ୍ରୟସ୍ଥଳୀମାନଙ୍କରେ ବିଧାୟକ ଗଣେଶ୍ୱର ବେହେରା ୨ଦିନ ଧରି ପରିଦର୍ଶନରେ ଯାଇଥିଲେ । ଏଥିସହିତ କେନ୍ଦ୍ରାପଡା ବ୍ଲକ ବି.ଡି.ଓ ଏବଂ ପଟ୍ଟାମୁଣ୍ଡାଇ ବ୍ଲକ ବି.ଡି.ଓଙ୍କ ସହିତ ମିଶି ବାତ୍ୟା ପିଡିତ ଲୋକମାନେ କିପରି ସରକାରୀ ରିଲିଫ୍ ଓ ସାହାର୍ଯ୍ୟ ପାଇବେ ସେଥିପ୍ରତି ତଦାରଖ କରିଥିଲେ । ବାତ୍ୟାସ୍ଥଳୀ ପରିଦର୍ଶନ ସମୟରେ ସେ ଲୋକମାନଙ୍କ […]

କେନ୍ଦ୍ରାପଡା,୨୬ା୧୦: ଆଜି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏକ ପ୍ରତିକ୍ରିୟା ଦେଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲାରେ ସାମୁଦ୍ରିକ ଝଡ ‘ଦାନା’ର ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ଜିଲ୍ଲାର ବିରୋଧି ଦଳର ସମସ୍ତ ୬ଜଣ ବିଧାୟକଙ୍କୁ ଉପେକ୍ଷା କରିବା ଦୁର୍ଭାଗ୍ୟଜନକ । କେବଳ ଶାସକ ଦଳର ପ୍ରତିନିଧି ଓ କର୍ମକର୍ତ୍ତାମାନଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବା ଘୋର […]

କେନ୍ଦ୍ରାପଡ଼ା,୨୬ା୧୦: ବାତ୍ୟା ‘ଦାନା’ର ପ୍ରଭାବ ହ୍ରାସ ପାଇବା ପରେ ଯୋଗାଯୋଗକୁ ସୁଗମ କରିବା ନିମନ୍ତେ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ସହିତ ମିଶି ରାସ୍ତା କରିଛନ୍ତି କେନ୍ଦ୍ରାପଡା ପୋଲିସ। ରାସ୍ତା ଉପରେ ବାତ୍ୟା ପବନରେ ଗଛ ଉପୁଡି ବା ଭାଙ୍ଗି ପଡି ରାସ୍ତାରେ ଗମନାଗମନ ବନ୍ଦ ହୋଇଯାଇଥିବା ବେଳେ ଜମ୍ବୁ,ରାଜକନିକା, ଆଳି, ରାଜନଗର ଓ ତାଳଚୂଆ ପ୍ରଭୃତି ଅଞ୍ଚଳରେ କେନ୍ଦ୍ରାପଡା ପୋଲିସ ଓଡ୍ରାଫ୍ ଏବଂ ଏନଡିଆରଏଫ୍ ଦଳ ସହିତ ମିଶି ରାସ୍ତା […]

କେନ୍ଦ୍ରାପଡ଼ା,୨୬ା୧୦: କେନ୍ଦ୍ରାପଡା ଜିଲ୍ଲା ଚେସ ଆସୋସିଏସନ ଆନୁକୂଲ୍ୟରେ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ଚେସ ସଚେତନତା ଓ ପ୍ରଶିକ୍ଷଣ ଶିବିର ଶନିବାର ଉଦ୍‌ଘାଟିିତ ହୋଇଯାଇଛି। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଓଡିଶାର ସର୍ବକନିଷ୍ଠ ଆନ୍ତର୍ଜାତୀୟ ଚେସ ମାଷ୍ଟର ରାକେଶ ଜେନା, ଜାତୀୟ ପ୍ରଶିକ୍ଷକ ଏସ. ସତ୍ୟକାମ, ଆନ୍ତର୍ଜାତୀୟ ଆରବିଟର ତଥା ଜିଲ୍ଲା […]

ପଟ୍ଟାମୁଣ୍ଡାଇ ତା ୨୫/୧୦-ସାମୁଦ୍ରିକ ଝଡ଼ ବାତ୍ୟା ଦାନା ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲଗାଣ ବର୍ଷା ଓ ପବନରେ ବହୁ କଚ୍ଚା, ଆଜବେଷ୍ଟ ଘର ଭାଙ୍ଗି ଯାଇଥିବାବେଳେ ବ୍ୟାପକ ଫସଲ ହାନୀ ଘଟିଛି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ବହୁ ରାସ୍ତାଘାଟ ଧୋଇ ଯାଇଛି । ବଡ଼ ବଡ଼ ଗଛ ଉପୁଡି ପଡି ଗମନାଗମନ ବାଧାପ୍ରାପ୍ତ ହୋଇଛି । ଯଦିଓ ପଟ୍ଟାମୁଣ୍ଡାଇ […]